Advertisment

ବଲାଙ୍ଗିର ମେଡିକାଲ କଲେଜର ଶ୍ରେୟ ନେବାକୁ ଲଢ଼େଇ

ଭୁବନେଶ୍ୱର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର) : ବଲାଙ୍ଗୀରରେ ନବନିର୍ମିତ ଭୀମଭୋଇ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ତେବେ ଏହି ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନର ଶ୍ରେୟ ନେବାକୁ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇ ଯାଇଛି। ବିଜେପି ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସ୍ବାଗତ ପାଇଁ ଏକ ବିଶାଳ ବାଇକ୍ ରାଲିର ଆୟୋଜନ ହୋଇଥିଲା। ସ୍ଥାନୀୟ ବିଜେପି କର୍ମୀମାନେ ଶ୍ରୀ ନଡ୍ଡାଙ୍କୁ ହେଲିପ୍ୟାଡରୁ […]

ଅଦ୍ୟତନ ହୋଇଛି
ବଲାଙ୍ଗିର ମେଡିକାଲ କଲେଜର ଶ୍ରେୟ ନେବାକୁ ଲଢ଼େଇ

balangir_medical_college_inauguration_31_august_2018 mmm

Advertisment

ଭୁବନେଶ୍ୱର/ବଲାଙ୍ଗିର(ଓଡ଼ିଶା ରିପୋର୍ଟର) : ବଲାଙ୍ଗୀରରେ ନବନିର୍ମିତ ଭୀମଭୋଇ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି। ତେବେ ଏହି ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନର ଶ୍ରେୟ ନେବାକୁ ୩ ପ୍ରମୁଖ ଦଳ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇ ଯାଇଛି।

Advertisment

ବିଜେପି ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସ୍ବାଗତ ପାଇଁ ଏକ ବିଶାଳ ବାଇକ୍ ରାଲିର ଆୟୋଜନ ହୋଇଥିଲା। ସ୍ଥାନୀୟ ବିଜେପି କର୍ମୀମାନେ ଶ୍ରୀ ନଡ୍ଡାଙ୍କୁ ହେଲିପ୍ୟାଡରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ବାଇକ୍ ରାଲିରେ ନେଇଥିଲେ।

publive-imageସେହିପରି ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜର ସମର୍ଥକଙ୍କ ଗହଣରେ ମେଡିକାଲ କଲେଜ ପରିସରକୁ ଆସିଥିଲେ। ତା' ପୂର୍ବରୁ କଂଗ୍ରେସ ପକ୍ଷରୁ ସହରରେ ମେଡିକାଲ କଲେଜ ଉଦଘାଟନ ପାଇଁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Advertisment

ମେଡିକାଲ କଲେଜ ଉଦଘାଟନ କାର୍ଯ୍ୟକ୍ରମ ସରିବାର ଠିକ୍ ପରେ କଂଗ୍ରେସ ନେତା ନରସିଂହ ମିଶ୍ର ଏକ କର୍ମୀ ସମ୍ମିଳନୀ କରି ନିଜେ ଶ୍ରେୟ ନେବାକୁ ଉଦ୍ୟମ କରିଥିଲେ। ବଲାଙ୍ଗୀରଵାସୀଙ୍କୁ ଶ୍ରେୟ ଦେବା ଆଳରେ ଶ୍ରୀ ମିଶ୍ର ନିଜେ ରାଜନୀତିକ ଗୋଟି ଚଳାଇବାକୁ ପ୍ରୟାସ କରିଛନ୍ତି।

publive-imageଏଭଳି ରାଜନୀତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଦଳ ଶ୍ରେୟ ନେବାକୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିଜେଡି ପଛରେ ପଡ଼ିଯାଇଥିଲା।  ଅନ୍ୟ ଦୁଇ ଦଳ ଭଳି ବିଜେଡି କର୍ମୀଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିନଥିଲା। ତେବେ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବେଶ ତତ୍ପରତା ଦେଖାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାତ୍ର ୪୦ମିନିଟ ରହିବାର କାର୍ଯ୍ୟକ୍ରମ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନଡ୍ଡାଙ୍କ ଲମ୍ବା ଭାଷଣ ମୁଖ୍ୟମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଥର ମଞ୍ଚରୁ ଉଠି ତାଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ କକ୍ଷକୁ ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜର ଭାଷଣକୁ ଅତ୍ୟନ୍ତ ସଂକ୍ଷିପ୍ତ ରଖିଥିଲେ।

ସେହିପରି କାର୍ଯ୍ୟକ୍ରମରେ ସାଂସଦ କଳିକେଶ ସିଂହଦେଓ ନିଜ ଭାଷଣରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ନାଁ ମଧ୍ୟ ଉଲ୍ଲେଖ କରିନଥିଲେ। ଅନୁରୂପ ଭାବେ ଶ୍ରୀ ମିଶ୍ର ମଧ୍ୟ ସ୍ଥାନୀୟ ସାଂସଦ ଶ୍ରୀ ସିଂହଦେଓଙ୍କ ନାଁ ବି ଉଚ୍ଚାରଣ କରି ନଥିଲେ। କେନ୍ଦ୍ର ସରକାରଙ୍କ ଅନୁଦାନ ରାଶିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ବିଜେଡିର ବରିଷ୍ଠ ନେତା ଏୟୁ ସିଂହଦେଓଙ୍କୁ ଦର୍ଶକ ଗ୍ୟାଲେରୀରେ ଦେଖିବାକୁ ମିଳିଥିଲା। ଜିଲ୍ଲାର ସମସ୍ତ ବିଧାୟକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ମେଡିକାଲ କଲେଜ ପାଇଁ ଅତିରିକ୍ତ ୧୩ଏକର ଜମି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ନଡ୍ଡା ରାଜ୍ୟ ସରକାର ସ୍ଥାନ ଚିହ୍ନଟ କଲେ ଆଉ ଏକ ମେଡିକାଲ କଲେଜ କେନ୍ଦ୍ର ସରକାର କରିବାକୁ ପ୍ରସ୍ତୁତ ବୋଲି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe