ବିଜେଡି ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତିର୍ତ୍ତୋଲରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି । ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗାଁରେ ଏକ କମ୍ୟୁନିଟି କେନ୍ଦ୍ରକୁ ବିଜେଡି ତାର କାର୍ଯ୍ୟାଳୟ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି । ସରକାରୀ କାର୍ଯ୍ୟାଳୟକୁ ବିଜେଡି ନିଜର ନିର୍ବାଚନ କାର୍ଯ୍ୟାଳୟ କରିବା ସରକାରଙ୍କ ସ୍ଵଚ୍ଛତାକୁ ପଦାରେ ପକାଇଦେଇଥିବା କହିଛି କଂଗ୍ରେସ। ତେଣୁ ମୁଖ୍ୟ ନିର୍ବାଚନ […]

tirtol

Tapaswini Nayak
  • Published: Thursday, 22 October 2020
  • , Updated: 22 October 2020, 10:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତିର୍ତ୍ତୋଲରେ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏ ନେଇ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗାଁରେ ଏକ କମ୍ୟୁନିଟି କେନ୍ଦ୍ରକୁ ବିଜେଡି ତାର କାର୍ଯ୍ୟାଳୟ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି । ସରକାରୀ କାର୍ଯ୍ୟାଳୟକୁ ବିଜେଡି ନିଜର ନିର୍ବାଚନ କାର୍ଯ୍ୟାଳୟ କରିବା ସରକାରଙ୍କ ସ୍ଵଚ୍ଛତାକୁ ପଦାରେ ପକାଇଦେଇଥିବା କହିଛି କଂଗ୍ରେସ। ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି। ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Related story