ଟିକା ପାଇଁ ଗ୍ଲୋବାଲ ଟେଣ୍ଡର: ସର୍ତ୍ତ କୋହଳ ପରେ ବି ଆସୁନାହାନ୍ତି କମ୍ପାନୀ, ‘ପ୍ରାଇସ୍‌’କୁ ନେଇ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ନିମନ୍ତେ ଡାକିଥିବା ଗ୍ଲୋବାଲ ଟେଣ୍ଡରର ସଫଳତାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଯଦିଓ ଅଧିକ ଉତ୍ପାଦନକାରୀ କମ୍ପାନୀ ଓ ଡ୍ରିଷ୍ଟିବ୍ୟୁଟରଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ନିଜର ଟେଣ୍ଡର ସର୍ତ୍ତକୁ କୋହଳ କରିବା ସହ ଟେଣ୍ଡର ଦାଖଲ ଅବଧିକୁ ଆଉ ୭ଦିନ ବୃଦ୍ଧି କରିଛନ୍ତି। ତଥାପି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ସମେତ […]

Vaccine

Vaccine

Ordigital Desk
  • Published: Friday, 28 May 2021
  • Updated: 28 May 2021, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ମାଗଣା ସାମୁହିକ ଟିକାକରଣ ନିମନ୍ତେ ଡାକିଥିବା ଗ୍ଲୋବାଲ ଟେଣ୍ଡରର ସଫଳତାକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଯଦିଓ ଅଧିକ ଉତ୍ପାଦନକାରୀ କମ୍ପାନୀ ଓ ଡ୍ରିଷ୍ଟିବ୍ୟୁଟରଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ନିଜର ଟେଣ୍ଡର ସର୍ତ୍ତକୁ କୋହଳ କରିବା ସହ ଟେଣ୍ଡର ଦାଖଲ ଅବଧିକୁ ଆଉ ୭ଦିନ ବୃଦ୍ଧି କରିଛନ୍ତି।

ତଥାପି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ସମେତ କେରଳ ଓ ଦିଲ୍ଲୀ ଭଳି ରାଜ୍ୟ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ କୋଭିଡ୍ ଟିକା କିଣିିବାକୁ ପଦକ୍ଷେପ ନେଉଥିବାରୁ ଟିକାର ପ୍ରାଇସ୍ (ଦର) ନିର୍ଦ୍ଧାରଣ କରିବା ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବାବେଳେ କୋଭାକ୍ସିନ୍ (ଭାରତ ବାୟୋଟେକ), କୋଭିଶିଲଡ୍ (ସିରମ୍ ଇନଷ୍ଟିଚ୍ୟୁଟ୍‌) ଏବଂ ଋଷୀୟ ଟିକା ସ୍ପୁଟିନିକ(ଡଃ ରେଡ୍ଡୀ) ଉପରେ ଭରସା କରି ମାତ୍ର ୪ମାସ ମଧ୍ୟରେ ୩.୮୦କୋଟି ଡୋଜ୍ ଟିକା ସଂଗ୍ରହ କରିବା ଓଡ଼ିଶାର ଚିନ୍ତା ବଢ଼ାଇଛି।

ସୂଚନା ଅନୁସାରେ, ୩.୮୦କୋଟି ଡୋଜ୍ କୋଭିଡ୍ ଟିକା କିଣିବା ପାଇଁ ଡକାଯାଇଥିବା ଗ୍ଲୋବାଲ ଟେଣ୍ଡରର ଦାଖଲ ଅବଧିକୁ ଗତକାଲି ଓଡ଼ିଶା ଔଷଧ ନିଗମ ଜୁନ୍ ୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ବାତ୍ୟା ସ୍ଥିତି ଓ ଯୋଗାଣକାରୀ ସଂସ୍ଥାଗୁଡ଼ିକର ଅନୁରୋଧରେ ଏହି ଅବଧି ବୃଦ୍ଧି ପାଇଛି। ଜୁନ୍ ୪ତାରିଖ ସନ୍ଧ୍ୟା ୫ଟାରେ ଟିକା ଯୋଗାଣକାରୀ ସଂସ୍ଥାର ନାଁ ଜଣାପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗ୍ଲୋବାଲ ଟେଣ୍ଡର ପାଇଁ ମେ’ ୧୯ତାରିଖରେ ପ୍ରି-ବିଡ୍ ମିଟିଂ ଅନୁଷ୍ଠିତ ହୋଇଥିଲା। ସେଥିରେ ୬ରୁ ୭ଟି ଟିକା ଉତ୍ପାଦନକାରୀ କମ୍ପାନୀର ପ୍ରତିନିଧି(ଡିଷ୍ଟ୍ରିବ୍ୟୁଟର) ସାମିଲ ହୋଇଥିଲେ। ତେବେ ବିଦେଶୀ ଟିକା କମ୍ପାନୀ ଫାଇଜର, ମଡର୍ଣ୍ଣା ଓ ଅନ୍ୟ ଏକ କମ୍ପାନୀକୁ ଏହି ଟେଣ୍ଡରରେ ସାମିଲ ହେବା ନିମନ୍ତେ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସରକାର ଗ୍ରହଣ କରି ଗ୍ଲୋବାଲ ଟେଣ୍ଡରର ସର୍ତ୍ତକୁ କୋହଳ କରିଥିଲେ। ଗ୍ଲୋବାଲ ଟେଣ୍ଡରର ଇଏମଡି, ବିଡ୍ ସିକ୍ୟୁରିଟି, ଟିକା ପରିବହନବେଳେ ଲିକ୍ୟୁଡିଟି ଡ୍ୟାମେଜ୍ ଆଦି ସର୍ତ୍ତକୁ ଛାଡ଼୍ କରିବା ସହ -୨୦ ଡିଗ୍ରୀରୁ -୮୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରହି ପାରୁଥିବା ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି।

ତେବେ କୋଭିଡ୍ ଟିକା କ୍ରୟକୁ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ମଧ୍ୟରେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସିଧାସଳଖ ଟେଣ୍ଡରରେ ଭାଗ ନନେଇ ନିଜର ଡ୍ରିଷ୍ଟିବ୍ୟୁଟରମାନଙ୍କ ମାଧ୍ୟମରେ ଟେଣ୍ଡରରେ ସାମିଲ ହେଉଥିବା ଜଣାପଡ଼ିଛି । ଏହି ଡ୍ରିଷ୍ଟିବ୍ୟୁଟରମାନଙ୍କ ବିଶ୍ୱସନୀୟତା ଓ ବିଦେଶରୁ ଆସିବାକୁ ଥିବା ଟିକାର ପ୍ରଦର୍ଶନକୁ ଯାଂଚ ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ବ୍ୟବସ୍ଥା ନଥିବାବେଳେ ଟିକା ସଂକ୍ରାନ୍ତ କିଣାବିକା ବିବାଦ ଭୁବନେଶ୍ୱରସ୍ଥିତ କୋର୍ଟରେ ଚାଲିବ ବୋଲି ଟେଣ୍ଡର ଦସ୍ତାବିଜରେ ଉଲ୍ଲେଖ ରହିଛି ।

ନିର୍ଦ୍ଧାରିତ ୪ମାସର ଅବଧି ମଧ୍ୟରେ ଚୁକ୍ତି କରିଥିବା କମ୍ପାନୀ ଟିକା ନଦେଲେ ତା’ବିରୁଦ୍ଧରେ କିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ବି ସ୍ପଷ୍ଟ ନୁହେଁ । ୪ଟି ପର୍ଯ୍ୟାୟରେ ୩.୮୦କୋଟି ଡୋଜ୍ ଦେବାକୁ ଥିବା କମ୍ପାନୀକୁ ଆକୃଷ୍ଟ ପାଇଁ ଆଗୁଆ ୩୦ପ୍ରତିଶତ ଅର୍ଥ ଓ ଟିକା ମିଳିବାର ୨ଦିନ ଭିତରେ ୧୦୦% ଅର୍ଥ ଦେବାକୁ ଘୋଷଣା କରିଥିବା ସରକାର ଏସବୁ ଟିକା ଉତ୍ପାଦନକାରୀ ବା ଡ୍ରିଷ୍ଟିବ୍ୟୁଟରଙ୍କଠୁ କେତେ ଦରରେ ଟିକା କିଣିବେ ତାହା ଏବେ ଚିନ୍ତାର ବିଷୟ ହୋଇଛି।

ବିଶେଷକରି ଦେଶରର ଦୁଇ ପ୍ରମୁଖ ଟିକା କମ୍ପାନୀ ଶିରମ୍ ଇନଷ୍ଟିଚ୍ୟୁଟ(କୋଭିଶିଲଡ୍‌) ଓ ଭାରତ ବାୟୋଟେକ (କୋଭାକ୍ସିନ) ଯଥାକ୍ରମେ ଡୋଜ୍ ପିଛା ୧୫୦ଟଙ୍କାରେ ଭାରତ ସରକାରଙ୍କୁ ଦେଉଥିବାବେଳେ ରାଜ୍ୟଗୁଡ଼ିକୁ ଯଥାକ୍ରମେ ୩୦୦ ଓ ୪୦୦ଟଙ୍କାରେ, ଘରୋଇ ହସ୍ପିଟାଲକୁ ୬୦୦ ଓ ୧୨୦୦ଟଙ୍କାରେ, ବିଦେଶକୁ ରପ୍ତାନୀ ପାଇଁ ଯଥାକ୍ରମେ ୨.୧୫ରୁ ୫.୨୫ ଡଲାର ଓ ୧୫ରୁ ୨୦ଡଲାରରେ ବିକ୍ରି କରୁଛନ୍ତି । ଯଦି ବିଦେଶୀ କମ୍ପାନୀ ଟିକା ଦେବେ ତା’ହେଲେ ସେମାନଙ୍କ ପ୍ରତିନିଧି(ଡିଷ୍ଟ୍ରିବ୍ୟୁଟର) ଅଧିକ ଦରରେ ଟିକା ବିକ୍ରି କରିବାକୁ ପ୍ରସ୍ତାବ ଦେବେ । ଯାହାକୁ କ୍ରୟ କରିବା ରାଜ୍ୟ ସରକାରଙ୍କ ପକ୍ଷରେ ସମ୍ଭବପର ହେବନି । ଯେଉଁ କାରଣରୁ ରାଜସ୍ଥାନ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଫେଲ୍ ମାରିଥିବାବେଳେ ଉତ୍ତର ପ୍ରଦେଶ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଗ୍ଲୋବାଲ ଟେଣ୍ଡର ଡାକି ଏବେ ମେ’ ୩୧ତାରିଖ ପର୍ଯ୍ୟନ୍ତ ତା’ର ଅବଧି ବୃଦ୍ଧି କରିଛନ୍ତି ।

ଏପଟେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଫାଇଜର ଓ ମଡ଼େର୍ଣ୍ଣା ଭଳି କମ୍ପାନୀ ଭାରତରେ ଟିକା ଯୋଗାଣ ଅବା ଉତ୍ପାଦନ ପାଇଁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକଙ୍କ ପାଖରେ କୌଣସି ଆବେଦନ କରିନାହାନ୍ତି । ସେମାନେ ସିଧାସଳଖ କୌଣସି ରାଜ୍ୟ ସରକାରଙ୍କୁ ଟିକା ବିକ୍ରି କରିବା ସପକ୍ଷରେ ନାହାନ୍ତି । ତେଣୁ ଏସବୁ କାରଣ ସମେତ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଉଥିବା ବିଦେଶୀ କମ୍ପାନୀ ଓ ଡ୍ରିଷ୍ଟିବ୍ୟୁଟରର ବିଶ୍ୱସନୀୟତା ଯାଂଚ କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ଭବପର । ଯଦି ବିଦେଶୀ କମ୍ପାନୀର ଡିଷ୍ଟ୍ରିବ୍ୟୁଟରଙ୍କ ଦ୍ୱାରା ଦିଆଯାଉଥିବା ଚଢ଼ା ପ୍ରାଇସ୍ ଆଧାରରେ ରାଜ୍ୟ ଟିକା କିଣିବ ତା’ହେଲେ ଭବିଷ୍ୟତରେ ସରକାରଙ୍କୁ କାଠଗଡ଼ାକୁ ଯିବାକୁ ପଡ଼ିପାରେ ।

ଏଭଳି ବିଭିନ୍ନ କାରଣ ଯୋଗୁ ଦେଶର କୌଣସି ଗୋଟିଏ ରାଜ୍ୟ ବି ନିଜର ଗ୍ଲୋବାଲ ଟେଣ୍ଡରକୁ ଚୂଡ଼ାନ୍ତ ରୂପ ଦେଇପାରୁନାହାନ୍ତି । ମହାରାଷ୍ଟ୍ର ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ସାମିଲ ସମସ୍ତ ୮ଟି ସଂସ୍ଥା ହେଉଛନ୍ତି ଏସବୁ ଟିକା କମ୍ପାନୀର ଡିଷ୍ଟ୍ରିବ୍ୟୁଟର । ତେଣୁ ଟିକା କ୍ରୟ ପାଇଁ ଓଡ଼ିଶାର ଗ୍ଲୋବାଲ ଟେଣ୍ଡର ଯେ ଏତେ ଶୀଘ୍ର ଫଳପ୍ରଦ ହେବ ତାହା ଆଶା କରିବା କ୍ଷୀଣ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story