Advertisment

୬ରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୬ ତାରିଖ ସୁଦ୍ଧା ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ବାତ୍ୟା ନେଇ ସଠିକ୍‌ ଆକଳନ କରି ହେବ। ବାତ୍ୟା ହେଲେ କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ତୀବ୍ରତା କେତେ ରହିବ ଆଦିର ଆକଳନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।  ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ […]

author-image
Niharika Rout
ଆସୁଛି ‘ଜୱାଦ’: ସର୍ବାଧିକ ୧୦୦ କିମି ବେଗରେ ବହିବ ପବନ

cyclone

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୬ ତାରିଖ ସୁଦ୍ଧା ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ବାତ୍ୟା ନେଇ ସଠିକ୍‌ ଆକଳନ କରି ହେବ। ବାତ୍ୟା ହେଲେ କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ତୀବ୍ରତା କେତେ ରହିବ ଆଦିର ଆକଳନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।  ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି। ହେଲେ ଏ ଯାଏ କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବାତ୍ୟା ଓଡ଼ିଶା ଉପକୂଳକୁ ଆସିବ କି ନାହିଁ ସେ ସମ୍ପର୍କରେ ବି ହୋଇପାରିନି ପୂର୍ବାନୁମାନ।

Advertisment

ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଘୂର୍ଣ୍ଣିବଳୟ ଉପରିସ୍ଥ ବାୟୁମଣ୍ଡଳରେ ସୃଷ୍ଟି ହୋଇଛି। ୬ ତାରିଖ ସୁଦ୍ଧା ତାହା ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ତା’ ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ୨ ଦିନ ପାଇଁ ଗତି କରିବ। ଏହା କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ଦକ୍ଷିଣ ଆଣ୍ଡାମାନ ସାଗରରୁ ଧୀରେ ଧୀରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ଏବେ ସୁଦ୍ଧା ଲ୍ୟାଣ୍ଡଫଲ୍‌ର ପୂର୍ବାନୁମାନ କରାଯାଇନି। ବାତ୍ୟା ହେଲେ ତାହା କେତେ ତୀବ୍ର ହେବ, କେଉଁ ଉପକୂଳରେ ପହଞ୍ଚିବ, କେଉଁ ଅଞ୍ଚଳ ବେଶି କ୍ଷତିଗ୍ରସ୍ତ ହେବ ସେ ନେଇ କିଛି ଆକଳନ କରାଯାଇନି।

ସେ କହିଛନ୍ତି, ସାଧାରଣତଃ ମେ ମାସରେ ଅଧିକ ବାତ୍ୟା ହୋଇଥାଏ। ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ହିଁ ଏହା ସ୍ପଷ୍ଟ ହୋଇପାରିବ ଯେ କେଉଁ ଉପକୂଳରେ ବାତ୍ୟା ପହଞ୍ଚିବ ଆଉ ତାହା କେତେ ତୀବ୍ରତର ହେବ। ଏ ଯାଏ ବାତ୍ୟା ନେଇ କିଛି ସ୍ପଷ୍ଟ ଚିତ୍ର ଆସି ନ ଥିବା ବେଳେ ଆଣ୍ଡାମାନ ସାଗର, ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

Advertisment

ବାତ୍ୟା କିପରି ସୃଷ୍ଟି ହୁଏ ସେ ସମ୍ପର୍କରେ ସୂଚନା ଦେଇ IMD ଡିଜି କହିଛନ୍ତି, ଘୂର୍ଣ୍ଣିବଳୟ ହେଉଛି ଏହି ପ୍ରକ୍ରିୟାର ସବୁଠୁ ଦୁର୍ବଳ ସିଷ୍ଟମ। ଘୂର୍ଣ୍ଣିବଳୟ ପ୍ରଥମେ ପୃଥିବୀରୁ ୫ କିମି ଉପରେ ସୃଷ୍ଟି ହୋଇଥାଏ। ଏହା କ୍ରମଶଃ ତଳକୁ ଅବତରଣ କରେ। ଏହା ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। ତାହା ପରେ ଅବପାତ, ଗଭୀର ଅବପାତ, ବାତ୍ୟା ଓ ଅତି ପ୍ରବଳ ବାତ୍ୟାର ରୂପ ନେଇଥାଏ।