Advertisment

‘ଦୁଃଖ ଚାପି ଖୁସି ବାଣ୍ଟୁଥିଲେ ଦିଲୀପ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଣମାଧ୍ୟମରେ ଜ୍ୱଳନ୍ତ ପ୍ରତିଭା ହେଉଛନ୍ତି ଦିଲୀପ ଶତପଥୀ। ସେ ଥିଲେ ଜଣେ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି। ଏହାଛଡ଼ା ସେ ଜଣେ ଭଲ ମଣିଷ ଥିଲେ। ଜୀବନ କାଳ ଭିତରେ ବହୁ ଯୁବ ସାମ୍ୱାଦିକ ଗଢ଼ିଛନ୍ତି। ଯାହା ଆଗାମୀ ପିଢ଼ି ପାଇଁ ସ୍ୱତନ୍ତ୍ର ଉଦାହଣ ହୋଇ ରହିବ। ବଡ଼ ଓ ସାନ ଭିତରେ ଫରକ ନରଖି ସେ ସମସ୍ତଙ୍କ ସହିତ ମିଶୁଥିଲେ। ସମସ୍ତଙ୍କ ସୁଖ ଓ ଦୁଃଖ ବେଳେ ଛିଡ଼ା […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ଦୁଃଖ ଚାପି ଖୁସି ବାଣ୍ଟୁଥିଲେ ଦିଲୀପ’

dillip

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଣମାଧ୍ୟମରେ ଜ୍ୱଳନ୍ତ ପ୍ରତିଭା ହେଉଛନ୍ତି ଦିଲୀପ ଶତପଥୀ। ସେ ଥିଲେ ଜଣେ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି। ଏହାଛଡ଼ା ସେ ଜଣେ ଭଲ ମଣିଷ ଥିଲେ। ଜୀବନ କାଳ ଭିତରେ ବହୁ ଯୁବ ସାମ୍ୱାଦିକ ଗଢ଼ିଛନ୍ତି। ଯାହା ଆଗାମୀ ପିଢ଼ି ପାଇଁ ସ୍ୱତନ୍ତ୍ର ଉଦାହଣ ହୋଇ ରହିବ। ବଡ଼ ଓ ସାନ ଭିତରେ ଫରକ ନରଖି ସେ ସମସ୍ତଙ୍କ ସହିତ ମିଶୁଥିଲେ। ସମସ୍ତଙ୍କ ସୁଖ ଓ ଦୁଃଖ ବେଳେ ଛିଡ଼ା ହେଉଥିଲେ। ହେଲେ ଥରୁଟିଏ କେବେ ନିଜ ଭିତରେ ଥିବା ଦୁଃଖକୁ ପରିପ୍ରକାଶ କରିବାକୁ ଚେଷ୍ଟା କରୁନଥିଲେ। ସବୁ ଦୁଃଖ ଓ ଯନ୍ତ୍ରଣା ସହି ହସି ହସି ସମୟ କାଟୁଥିଲେ। ଆଜି ସେଭଳି ଜଣେ ବ୍ୟକ୍ତିତ୍ୱ ଆଉ ନାହାନ୍ତି ବୋଲି ବିଶ୍ୱାସ ହେଉନାହିଁ। ଭୁବନେଶ୍ୱର ଇଡିକଲ୍‌ ଅଡିଟୋରିୟମରେ ବରିଷ୍ଠ ସାମ୍ୱାଦିକ ଦିଲୀପ ଶତପଥୀଙ୍କ ବିୟୋଗରେ ଆୟୋଜନ ହୋଇଥିବା ଶୋକସଭାରେ ଏହି ମତ ପ୍ରକାଶ ପାଇଥିଲା। ଏପରିକି କେତେକ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ନିଜର କୋହ ସମ୍ୱରଣ କରିନପାରି ଆଖି ଛଳ ଛଳ କରିପକାଇଥିଲେ।

Advertisment

publive-imageଆଜିର ଶୋକସଭାରେ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ବିଜୟ ଶର୍ମା, ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ, ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ତେଜେଶ୍ୱର ପରିଡ଼ା, ପ୍ରିୟଦର୍ଶୀ ମିଶ୍ର, ଓଟିଭି ନିର୍ଦ୍ଦେଶିକା ତଥା କୋ-ଫାଉଣ୍ଡର ଜଗିମଙ୍ଗତ ପଣ୍ଡା, ସାମ୍ୱାଦିକ ସନ୍ଦୀପ ସାହୁ, ବାମାପଦ ତ୍ରିପାଠୀ, ରବି ରାୟ, ଗୋପାଳ ମହାପାତ୍ର, ଶ୍ରୀମୟ କର ପ୍ରମୁଖ ଯୋଗଦେଇ ଦିଲୀପ ଶତପଥୀଙ୍କ ସହ ଥିବା ନିଜର ଅଭୁଲା ସ୍ମୃତିକୁ ବଖାଣିଥିଲେ।

publive-imageପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, “ଦିଲୀପ ମୋର ସାନ ଭାଇ ପରି ଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କର ଘର ହୋଇଥିବାରୁ ତାଙ୍କ ପରିବାର ସହିତ ମୋର ଭଲ ସମ୍ପର୍କ ଥିଲା। ସେ ଜଣେ ନିରପେକ୍ଷ ସାମ୍ୱାଦିକ ଥିଲେ। ଯେକୌଣସି ପ୍ରସଙ୍ଗରେ ମତାମତ ମାଗିଲେ, ସେ ସଙ୍ଗେ ସଙ୍ଗେ କହୁଥିଲେ। ସେଭଳି ବ୍ୟକ୍ତି ଏତେ ଶୀଘ୍ର ଚାଲିଯିବେ ବୋଲି ଭାବି ପାରୁନାହିଁ।”

Advertisment

ଜଗିମଙ୍ଗତ ପଣ୍ଡା କହିଛନ୍ତି, “ଦିଲୀପ ବାବୁଙ୍କୁ ୨୦ ବର୍ଷ ତଳୁ ଜାଣିଛି। ତାଙ୍କ ସହିତ ବହୁଥର ଦେଖା ହୋଇଛି ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଛି। ସବୁଠୁ ବଡ଼କଥା ହେଲା, ସେ ଜଣେ ଭଲ ମଣିଷ ଓ ଅର୍ଥନୀତି ବିଶାରଦ ଥିଲେ।”