Advertisment

Kalinga Stadium: କଳିଙ୍ଗ ଷ୍ଟାଡିୟମ ପରିସରରେ ପଡ଼ିଛି ମେଞ୍ଚା ମେଞ୍ଚା କଣ୍ଡୋମ, ଗଦା ଗଦା ମଦ ବୋତଲ ଓ ସିରିଞ୍ଜ

ଷ୍ଟାଡିୟମ୍ ପରିସରରେ ଶୌଚାଳୟ ସଫା କରୁଥିବା ଜଣେ ମହିଳା ନିଜ ନାମ ଗୋପନ ରେଖି କହିଛନ୍ତି ଯେ ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇ ସେ କଳିଙ୍ଗ ଷ୍ଟାଡିୟମରେ ୭ମାସ ହେଲା କାମ କରୁଛନ୍ତି। ପ୍ରତିଦିନ ଟଏଲେଟରେ ୮ରୁ ୧୦ଟି କଣ୍ଡୋମ ବାହାରୁଛି।

Kalinga Stadium
Advertisment

ବିଶ୍ଵ କ୍ରୀଡ଼ା ମାନଚିତ୍ରରେ କଳିଙ୍ଗ ଷ୍ଟାଡିୟମର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଏଠି ଦୁଇ ଦୁଇଟି ପୁରୁଷ ବିଶ୍ଵ କପ୍ ହକି ଅନୁଷ୍ଠିତ ହୋଇଛି। ଏସିଆନ ଆଥଲେଟିକସ ଚାମ୍ପିୟନଶିପ, ବିଶ୍ଵ ସ୍ତରୀୟ ଆଥଲେଟିକସ ପ୍ରତିଯୋଗିତା, ଜୁନିଅର୍ ମହିଳା ବିଶ୍ୱକପ ଫୁଟବଲ, ଏସୀୟ ଟେବୁଲ୍ ଟେନିସ ଚାମ୍ପିୟନଶିପ ଠାରୁ ଆରମ୍ଭ କରି ଅନେକ କ୍ରୀଡ଼ା ବର୍ଗର ଅନେକ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜିତ ହୋଇଛି। ଦେଶ ବିଦେଶର ବଡ଼ ବଡ଼ ଆଥଲେଟଙ୍କ ପାଦ ଏଠାରେ ପଡ଼ିଛି। ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମିର ଗର୍ବ ଓ ଗୌରବ ହେଉଛି କଳିଙ୍ଗ ଷ୍ଟାଡିୟମ। କିନ୍ତୁ ଏହି ଷ୍ଟାଡିୟମ୍ ପରିସରରେ ଥିବା ଶୌଚାଳୟ ଓ ଅଳିଆ ଗଦାରେ ପଡ଼ିଛି ମେଞ୍ଚା ମେଞ୍ଚା ବ୍ୟବହୃତ କଣ୍ଡୋମ୍, ବ୍ୟବହୃତ ସିରିଞ୍ଜି ଏବଂ ମଦ ବୋତଲ। ଆଉ ଏହା ଏବେ ରାଜ୍ୟ କ୍ରୀଡ଼ା ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। 

Advertisment

କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଆଥଲେଟଙ୍କ ହଷ୍ଟେଲ, ଟଏଲେଟ୍‌ର ଫ୍ଲାସ ଚାମ୍ବର ଭିତରୁ ମେଞ୍ଚା ମେଞ୍ଚା ବ୍ୟବହୃତ କଣ୍ଡୋମ୍ ଏବଂ ସିରିଞ୍ଜ ମିଳିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଭୟ ମହିଳା ଓ ପୁରୁଷ ଆଥଲେଟ ରହିବା ସହ କୋଚମାନେ ରହୁଛନ୍ତି। ପୁଣି ମହିଳା ଓ ପୁରୁଷ ଆଥଲେଟଙ୍କ ଲାଗି ଅଲଗା ହଷ୍ଟେଲ ରହିଛି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଗେଷ୍ଟ ହାଉସ, ବାର, ରେଷ୍ଟୁରାଣ୍ଟ, ମେଡିକାଲ କିମ୍ବା କ୍ୱାର୍ଟର ନାହିଁ।  ପଞ୍ଜୀକୃତ ଆଥଲେଟମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଷ୍ଟାଡିୟମ୍ ପରିସର ଭିତରକୁ ଅନୁମତି ନାହିଁ। ଦିନରାତି ୨୪ ଘଣ୍ଟା ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଛନ୍ତି। ତଥାପି ଗଦା ଗଦା ମଦ ବୋତଲ, ମେଞ୍ଚା ମେଞ୍ଚା କଣ୍ଡୋମ୍ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଷ୍ଟାଡିୟମ୍ ପରିସରରେ ଶୌଚାଳୟ ସଫା କରୁଥିବା ଜଣେ ମହିଳା ନିଜ ନାମ ଗୋପନ ରେଖି କହିଛନ୍ତି ଯେ ଏକ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇ ସେ କଳିଙ୍ଗ ଷ୍ଟାଡିୟମରେ ୭ମାସ ହେଲା କାମ କରୁଛନ୍ତି। ପ୍ରତିଦିନ ଟଏଲେଟରେ ୮ରୁ ୧୦ଟି କଣ୍ଡୋମ ବାହାରୁଛି। 

Advertisment

ସବୁଠାରୁ ବଡ଼ କଥା ହେଲା ବ୍ୟବହୃତ ସିରିଞ୍ଜ ଷ୍ଟାଡିୟମ୍ ସାରା ପଡ଼ି ରହିବା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ପୂର୍ବରୁ  NADA ଏବଂ WADA ପ୍ରତି ଆଥଲେଟଙ୍କ ମୂତ୍ର ନମୁନା ସଂଗ୍ରହ କରିଥା’ନ୍ତି। ଏତେ କଡାକଡ଼ି ନିୟମ ସତ୍ତ୍ୱେ ଏତେ ପରିମାଣର ସିରିଞ୍ଜ ପଡ଼ିଥିବା ଦେଖି କୋଚ୍ ଓ ଆଥଲେଟମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଏ ସଂକ୍ରାନ୍ତରେ କ୍ରୀଡା ବିଭାଗ ପକ୍ଷରୁ କୌଣଷି ପ୍ରତିକ୍ରିୟା ମିଳି ପାରିନାହିଁ। ଏ ଦିଗରେ ବିଭାଗ ଯଦି ସତର୍କ ନ ରୁହେ, କିମ୍ବା କାର୍ଯ୍ୟନୁଷ୍ଠାନ ନନିଏ, ତା’ହେଲେ ଆଗକୁ ଅପବାଦ ମୁଣ୍ଡାଇବ କ୍ରୀଡ଼ା ବିଭାଗ।

ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe