Advertisment

ନବଙ୍କ ଦଳ ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରୁସୁଗୁଡା ବିଧାୟକ ନବ ଦାସ ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ନବ ଦାସ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆସନ୍ତା ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ହିଁ ସେ ନିର୍ବାଚନ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାସହ ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ ବୋଲି କହିଛନ୍ତି। କିଛି ଦିନହେଲା ନବ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ […]

author-image
Rakesh Mallick
ନବଙ୍କ ଦଳ ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

Naba

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଝାରୁସୁଗୁଡା ବିଧାୟକ ନବ ଦାସ ବିଜେଡିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିଜେ ନବ ଦାସ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Advertisment

ଆସନ୍ତା ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ହିଁ ସେ ନିର୍ବାଚନ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାସହ ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ ବୋଲି କହିଛନ୍ତି। କିଛି ଦିନହେଲା ନବ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦଳ ଡିଆଁ ରୋଗ ତାଲିକାର ପ୍ରଥମ ସ୍ଥାନରେ ଥିଲେ ନବ। ନିଜ ସହଯୋଗୀ ଓ ସମର୍ଥକଙ୍କ ସହ ବାରମ୍ବାର ଆଲୋଚନା କରି ନବ ସେମାନଙ୍କ ପରାମର୍ଶ ନେଉଥିଲେ। ନିଜ ଅଞ୍ଚଳର ଭୋଟରଙ୍କ ଇଚ୍ଛାକୁ ନଜରରେ ରଖି ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିବା ପରେ ସେ ଦଳ ଛାଡୁଥିବା ଚର୍ଚ୍ଚା ଜୋର ଧରିଥିଲା।

Advertisment