/odisha-reporter/media/post_attachments/uploads/2015/12/congresh.jpg)
congresh
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଅନେକ ବିଜେଡ଼ି କର୍ମୀ ଓ ଜେଏମଏମ ନେତା ଶୁକ୍ରବାର କଂଗ୍ରେସରେ ସାମିଲ ହୋଇଛନ୍ତି। ସେମାନେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସହପ୍ରଭାରୀ ଶୁଭଙ୍କର ସରକାର ଏବଂ କଂଗ୍ରେସ ନେତା ଶ୍ୟାମସୁନ୍ଦର ହାଂସଦାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ମୋରଡା ବ୍ଲକର ବିଜେଡ଼ି ସଭାପତି ଲକ୍ଷ୍ମୀଧର ମାର୍ଣ୍ଡି, ବଳିଆର ସମିତି ସଭ୍ୟ ତଥା ଜେଏମଏମ ନେତା ଶିବଶଙ୍କର ସିଂ ଏବଂ ଭାଲିଆଡ଼ିହ ପଞ୍ଚାୟତର ଜେଏମଏମ ସଭାପତି ମଧୁସୂଦନ ମାର୍ଣ୍ଡି ପ୍ରମୁଖ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳୀୟ ସଂଗଠନ ଉପରେ କ୍ଷୁବ୍ଧ ହୋଇ ସେମାନେ ଦଳ ଛାଡିଥିବା କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
