ଫ୍ଲାଇ ଓଭର୍‌ ଓ ଅଧିକ ଟ୍ରେନ୍ ଚଳାଚଳ ଦାବିରେ ରେଳରୋକ

ଭଦ୍ରକ (ତପନ ସ୍ୱାଇଁ): ଚରମ୍ପା ରେଳଷ୍ଟେସନଠାରେ ରେଳ ଫ୍ଲାଇ ଓଭର ନିର୍ମାଣ ଓ ୫ଟି ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ କଂଗ୍ରେସ୍‌ ପକ୍ଷରୁ ରେଳରୋକ କରାଯାଇଛି। ଚରମ୍ପା ନିକଟ ତାରିଣୀ ଲେବଲ୍ କ୍ରସିଂ ନିକଟରେ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ଫଳରେ ଚେନ୍ନାଇ-ହାଓ୍ୱଡ଼ା କରମଣ୍ଡଳ ଏକ୍ସପ୍ରେସ୍ ଅଟକି ରହିଛି। ଦାବି ପୂରଣ ନେଇ ପୂର୍ବରୁ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସେହିପରି ଭଦ୍ରକ […]

bhadrak

Rakesh Mallick
  • Published: Thursday, 07 February 2019
  • , Updated: 07 February 2019, 09:35 AM IST

ଭଦ୍ରକ (ତପନ ସ୍ୱାଇଁ): ଚରମ୍ପା ରେଳଷ୍ଟେସନଠାରେ ରେଳ ଫ୍ଲାଇ ଓଭର ନିର୍ମାଣ ଓ ୫ଟି ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ କଂଗ୍ରେସ୍‌ ପକ୍ଷରୁ ରେଳରୋକ କରାଯାଇଛି। ଚରମ୍ପା ନିକଟ ତାରିଣୀ ଲେବଲ୍ କ୍ରସିଂ ନିକଟରେ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ଫଳରେ ଚେନ୍ନାଇ-ହାଓ୍ୱଡ଼ା କରମଣ୍ଡଳ ଏକ୍ସପ୍ରେସ୍ ଅଟକି ରହିଛି।

ଦାବି ପୂରଣ ନେଇ ପୂର୍ବରୁ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ସେହିପରି ଭଦ୍ରକ ଚରମ୍ପା ତାରିଣୀ ମନ୍ଦିର ଲେବଲ  କ୍ରସିଂଠାରେ  ଫ୍ଲାଇଙ୍ଗ ଓଭର ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ରେଳ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

Related story