ରଥଯାତ୍ରାକୁ ନେଇ ସରକାର ନୀରବ: ବର୍ଷିଲା ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଚଳିତବର୍ଷ ହେବ କି ନାହିଁ ତାକୁ ନେଇ ରାଜ୍ୟ ସରକାର ନିରବ ରହିଥିବାବେଳେ ଆଜି ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାର କାହିଁକି ପ୍ରସ୍ତୁତି ବୈଠକ କରୁନାହାନ୍ତି ବୋଲି କହିଥିବାବେଳେ କଂଗ୍ରେସ ମଧ୍ୟ ଲୋକଙ୍କ ଭାବାବେଗ ସହ ନଖେଳିବାକୁ ସରକାରଙ୍କୁ ଚେତାବନୀ ଦେଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବଦିକ ସମ୍ମିଳନୀରେ […]

ରଥଯାତ୍ରାକୁ ନେଇ ବର୍ଷିଲା ବିଜେପି ଓ କଂଗ୍ରେସ

ରଥଯାତ୍ରାକୁ ନେଇ ବର୍ଷିଲା ବିଜେପି ଓ କଂଗ୍ରେସ

Hemant Lenka
  • Published: Wednesday, 10 June 2020
  • Updated: 18 June 2020, 04:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଚଳିତବର୍ଷ ହେବ କି ନାହିଁ ତାକୁ ନେଇ ରାଜ୍ୟ ସରକାର ନିରବ ରହିଥିବାବେଳେ ଆଜି ବିଜେପି ଓ କଂଗ୍ରେସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାର କାହିଁକି ପ୍ରସ୍ତୁତି ବୈଠକ କରୁନାହାନ୍ତି ବୋଲି କହିଥିବାବେଳେ କଂଗ୍ରେସ ମଧ୍ୟ ଲୋକଙ୍କ ଭାବାବେଗ ସହ ନଖେଳିବାକୁ ସରକାରଙ୍କୁ ଚେତାବନୀ ଦେଇଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବଦିକ ସମ୍ମିଳନୀରେ କହିଛନ୍ତି ଯେ, ସମଗ୍ର ବିଶ୍ୱର ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ରଥଯାତ୍ରା କାହିଁ କେଉଁ କାଳରୁ ଯୋଡ଼ି ହୋଇ ରହିଛି। ତେବେ ରାଜ୍ୟ ସରକାରଙ୍କ ନିରବତା ଯୋଗୁ ଚଳିତବର୍ଷ ରଥଯାତ୍ରାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ମୁଖ୍ୟମନ୍ତ୍ରୀ ତାହାର ସ୍ପଷ୍ଟ ଚିତ୍ର ସାଧାରଣ ଲୋକଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି ବେିଜପି ଚାହୁଁଛି। ରାଜ୍ୟ ସରକାର ରଥ ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ। ମାତ୍ର ୨୪ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ଜଣାଇଲେ ଓ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ଏବେ ରାଜ୍ୟରେ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି। ନିକଟରେ ଓଡ଼ିଶା ହାଇକୋଟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ରଥଯାତ୍ରାର ନିଷ୍ପତ୍ତି ଛାଡ଼ିଛନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ଋଥଯାତ୍ରାକୁ ନେଇ ପ୍ରଶାସନିକସ୍ତରରେ ପୂର୍ବପ୍ରସ୍ତୁତି ପ୍ରାୟତଃ ସରିଯାଇଥାଏ। ରଥଯାତ୍ରା ପୂର୍ବରୁ ଆରଡିସି, ଆଇନମନ୍ତ୍ରୀଙ୍କ ସ୍ତରରେ ଓ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗ ଗୁଡ଼ିକର ବୈଠକ ଅନୁଷ୍ଠିତ ହୋଇ ପ୍ରସ୍ତୁତିର ଚୂଡାନ୍ତ ରୂପରେଖ ତିଆରି ହୁଏ । ମିଳିତ ସମନ୍ୱୟ ବୈଠକ ବାରମ୍ବାର ହେବାଦ୍ୱାରା ରଥଯାତ୍ରା କାର୍ଯ୍ୟରେ କୌଣସି ସମସ୍ୟା ରୁହେନାର୍ହି । କିନ୍ତୁ ଏଥର ସରକାର ରଥଯାତ୍ରା ପାଇଁ କୌଣସି ଗୋଟିଏ ବୈଠକ ମଧ୍ୟ କରିନାହାନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞମାନେ କହୁଛନ୍ତି ଯେ, ଯଦି ଚଳିତବର୍ଷ ରଥଯାତ୍ରା ନହୁଏ ତା’ହେଲେ ଗୋଟିଏ ବର୍ଷ ପ୍ରଭୁଙ୍କୁ ଅଣସର ଘରେ ରଖାଯିବ। ଏଥିପାଇଁ ସାଧାରଣ ଲୋକଙ୍କ ମନରେ ଆଶଙ୍କା ଲାଗି ରହିବା ସ୍ୱାଭାବିକ । ଅନ୍ୟ ରାଜ୍ୟରେ ମନ୍ଦିରଗୁଡ଼ିକ ଖୋଲିଥିବାବେଳେ ରାଜ୍ୟ ସରକାର ସାମାଜିକ ଦୂରତାକୁ ବଜାୟ ରଖି ରାଜ୍ୟରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ଖୋଲି ପାରିଥାନ୍ତେ, କିନ୍ତୁ ସେପରି କରୁନାହାନ୍ତି। ଯେପରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ପୁରୀ ବଡ଼ଦାଣ୍ଡ, ଲୋକସେବା ଭବନ, ପୁଲିସ ମୁଖ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ‘ବନ୍ଦେ ଉତ୍କଳ ଜନନୀ’କୁ ଗୀତର ଆୟୋଜନ କରାଗଲା। ସମସ୍ତେ ସାମାଜିକ ଦୂରତାକୁ ମାନି ଯେପରି କାର୍ଯ୍ୟକ୍ରମ ପାଳିଲେ ଠିକ୍ ସେହି ଢଙ୍ଗରେ ମହାପ୍ରୁଭୁଙ୍କ ରଥଯାତ୍ରା କରିବା ନିମନ୍ତେ ବିଜେପି ଦାବି କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେହିପରି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱ ଏବେ ମହାପ୍ରଭୁଙ୍କ ରଥଯାତ୍ରାକୁ ଅନାଇ ବସିଛି। ରଥଯାତ୍ରା ନେଇ ତୁରନ୍ତ ସରକାର ନିଷ୍ପତ୍ତି ନିଅନ୍ତୁ। ଲୋକଙ୍କ ଭାବାବେଗ ସହ ରାଜ୍ୟ ସରକାର ଖେଳନ୍ତୁ ନାହିଁ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ରାଜ୍ୟର ସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ଧର୍ମଗୁରୁଙ୍କ ପରାମର୍ଶ ଆଧାରରେ ରଥଯାତ୍ରା ଉପରେ ନିଷ୍ପତ୍ତି ନିଆଯିବ। ରଥଯାତ୍ରା ପାଇଁ କେନ୍ଦ୍ର ଗାଇଡଲାଇନ୍ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ପଢନ୍ତୁ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏ ବର୍ଷ ରଥଯାତ୍ରା ‍ବନ୍ଦ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story