ତେଲରେ ନିଆଁ : ବିଜେଡି ପରେ କଂଗ୍ରେସ-ବାମଦଳର ବନ୍ଦ ଡାକରା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ପେଟ୍ରୋଲ ଓ ଡିଜେଲ ଦର ଅଣାୟତ୍ତ ହୋଇ ସର୍ବକାଳୀନ ରେକର୍ଡ ଭାଙ୍ଗିିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଜ୍ୟରେ ୩ଦିନିଆ ଆନ୍ଦୋଳନ ଚାଲିଥିବାବେଳେ କଂଗ୍ରେସ ଓ ବାମଦଳ ପକ୍ଷରୁ ୧୦ତାରିଖରେ ବନ୍ଦ ଡାକରା ଦିଆଯାଇଛି। ସୂଚନାଯୋଗ୍ୟ, ତୈଳ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୭.୩୯ ଟଙ୍କା ଛୁଇଁଲାଣି । ଯାହାକି ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଛି । ସୂଚନା ଅନୁସାରେ, ତୈଳଦର ବୃଦ୍ଧି ପ୍ରତିବାଦରେ ଚଳିତମାସ […]

bjd_oil_price_protest 11

bjd_oil_price_protest 11

Sampad Mahapatra
  • Published: Friday, 07 September 2018
  • Updated: 07 September 2018, 03:48 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର) : ପେଟ୍ରୋଲ ଓ ଡିଜେଲ ଦର ଅଣାୟତ୍ତ ହୋଇ ସର୍ବକାଳୀନ ରେକର୍ଡ ଭାଙ୍ଗିିବା ପ୍ରତିବାଦରେ ବିଜେଡି ପକ୍ଷରୁ ରାଜ୍ୟରେ ୩ଦିନିଆ ଆନ୍ଦୋଳନ ଚାଲିଥିବାବେଳେ କଂଗ୍ରେସ ଓ ବାମଦଳ ପକ୍ଷରୁ ୧୦ତାରିଖରେ ବନ୍ଦ ଡାକରା ଦିଆଯାଇଛି। ସୂଚନାଯୋଗ୍ୟ, ତୈଳ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୭.୩୯ ଟଙ୍କା ଛୁଇଁଲାଣି । ଯାହାକି ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଛି ।

ସୂଚନା ଅନୁସାରେ, ତୈଳଦର ବୃଦ୍ଧି ପ୍ରତିବାଦରେ ଚଳିତମାସ ୧୦ତାରିଖରେ କଂଗ୍ରେସ ପକ୍ଷରୁ ସର୍ବଭାରତୀୟସ୍ତରରେ ବନ୍ଦ ଡାକରା ଦିଆଯାଇଛି। ପ୍ରଭାବଶାଳୀ ଢଙ୍ଗରେ ଭାରତ ବନ୍ଦ ପାଳନ କରିବା ପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିକୁ ନିର୍ଦ୍ଦେଶ ମିଳିଛି। ବାମଦଳ ମଧ୍ୟ ସେହିଦିନ ଓଡ଼ିଶା ସମେତ ସମଗ୍ର ଦେଶରେ ଧର୍ମଘଟ କରିବ।

ତେବେ ସମାନ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବାମଦଳର ଆନ୍ଦୋଳନ ଡାକରାରେ ବିଜେଡି ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି।

ଯଦିଓ ବିଜେପି ସହ ଗୋପନ ମଧୁଚନ୍ଦ୍ରିକାରେ ବ୍ୟସ୍ତ ବିଜେଡି ତୈଳଦର ବୃଦ୍ଧି ପ୍ରତିବାଦରେ ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ଧାରଣା ଓ ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ ହାତକୁ ନେଇଛି, ତଥାପି କଂଗ୍ରେସ ଓ ବାମଦଳର ଆନ୍ଦୋଳନରେ ସାମିଲ ହୋଇ ନିର୍ବାଚନୀ ବର୍ଷରେ ବିଜେପି ନେତୃତ୍ୱଙ୍କ ରୋଷର ଶିକାର ହେବାକୁ ଚାହୁଁନଥିବା ଜଣାପଡ଼ିଛି।

ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା
ଏପଟେ ବିଜେଡିର ଆଜି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ଧାରଣା ଉପରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତୈଳ ଦର ଉପରୁ କେନ୍ଦ୍ର ସରକାର ୨ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବାବେଳେ ରାଜ୍ୟର କୁହାଳିଆ ଅର୍ଥମନ୍ତ୍ରୀ ବିରୋଧ କରିଥିଲେ। ରାଜ୍ୟ ସରକାର ନିଜର ଟିକସ ହ୍ରାସ କରନ୍ତୁ। ୨୦୧୪ରେ ରାଜ୍ୟ ସରକାର ତୈଳ ରାଜସ୍ୱ ଭାବେ ବାର୍ଷିକ ୩ହଜାର କୋଟି ଟଙ୍କା ପାଉଥିବାବେଳେ ଏବେ ଏହା ୧୩୯ ପ୍ରତିଶତ ବୃଦ୍ଧି ପାଇଛି ଓ ରାଜ୍ୟ ସରକାର ପ୍ରାୟ ୭ହଜାର କୋଟି ଟଙ୍କା ତୈଳ ରାଜସ୍ୱ ପାଉଛନ୍ତି। ତେଣୁ ବିଜେଡି ସରକାର ଡ୍ରାମା ନକରି ନେଉଥିବା ଟିକସ ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଛନ୍ତି।

'ଭାରତ ବନ୍ଦ' ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା 

ଆସନ୍ତା ୧୦ତାରିଖରେ କଂଗ୍ରେସର ‘ଭାରତ ବନ୍ଦ’ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପୁଲିସ ଡିଜି ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସଚିବାଳୟରେ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ ନିମନ୍ତେ ମଧ୍ୟ ଗାଇଡଲାଇନ୍ ଜାରି ହୋଇଛି।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ଗାଡ଼ିମୋଟର ଓ ଟ୍ରେନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ସରକାରୀ ଅଫିସ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ଆଦି ସମ୍ମୁଖରେ ପିକେଟିଂ ହେବାର ଆଶଙ୍କା ରହିଛି।

ତେଣୁ ସଚିବାଳୟ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ ଅଫିସର ଓ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି । ସଚିବାଳୟର ମୁଖ୍ୟ ଗେଟ୍ ୧୦ଟା ୧୫ମିନିଟରେ ବନ୍ଦ ହେବ ଓ ପଛ ଗେଟ୍ ଦେଇ ସମସ୍ତେ ଯାତାୟତ କରିବେ । ସେହିଦିନ ସଚିବାଳୟ ଭିତରକୁ ବାହାର ଲୋକଙ୍କ ଯିବାଆସିବା ଉପରେ କଟକଣା ଜାରି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story