ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାଲେଶ୍ୱର ସଦର ଆସନ ପାଇଁ ମମତା କୁଣ୍ଡୁ ଓ ତିର୍ତ୍ତୋଲ ଆସନରେ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁମୋଦନ ପରେ ଦଳର ନିର୍ବାଚନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ମୁକୁଲ ୱାସନିକ୍ ଏହି ନାଁ ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଦର ଆସନରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ସୂଚନାଯୋଗ୍ୟ, ବିଜେଡି ମଧ୍ୟ ଆଜି ବାଲେଶ୍ୱର ସଦର ଆସନରେ ସ୍ୱରୂପ କୁମାର ଦାସ ଓ ତିର୍ତ୍ତୋଲ ଆସନ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଗତକାଲି ବାଲେଶ୍ୱର ଆସନରେ ମାନସ ଦତ୍ତ ଓ ତିର୍ତ୍ତୋଲରେ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଦୁଇ ଆସନ ପାଇଁ ନଭେମ୍ବର ୩ତାରିଖରେ ନିର୍ବାଚନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ତାମିଲନାଡୁରେ ନବୀନ: କ’ଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ?
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।

Politics
ଅଡ଼ୁଆରେ କିସ୍ : ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲାପାଳ ଦେବେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
୨୦୧୭ ଜୁଲାଇ ୬ତାରିଖରେ ଜିଲ୍ଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ଯେଉଁ ରିପୋର୍ଟ ଓ ସୁପାରିଶ କରିଥିଲେ ତା’ର ଅନୁପାଳନ କାହିଁକି ହୋଇନି ସେ ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିବେ ।

Politics
ଆକ୍ସନମୋଡରେ ଏନଏଚଆରସି: କିଟ୍ ଅବହେଳା ପାଇଁ ନେପାଳୀ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା, ମୁଖ୍ୟ ସଚିବ-ନାକ୍-ୟୁଜିସିକୁ ମାଗିଲେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ
ଆୟୋଗ ମାର୍ଚ୍ଚ ୨୭ତାରିଖରେ ୪ସପ୍ତାହସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳା ହିଁ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟା ନିମନ୍ତେ ପ୍ରରୋଚିତ କରିଥିବା କହିଛନ୍ତି ।

Business
୮ବର୍ଷ ପରେ ବି ଖଣି କମ୍ପାନୀ ଦେଇନାହାନ୍ତି ୨୭୨୦କୋଟି ଟଙ୍କା, ନିଲାମ ହେବ ଆଉ ୨୨ଖଣି
ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Politics
ମୁହଁ ଖୋଲୁନାହାନ୍ତି ନବୀନ: ୩ ଦିନ ଡ୍ରାମା ପରେ ବିଜେଡିର ୟୁ-ଟର୍ଣ୍ଣ, ଦମ୍ ଦେଖାଉଛି କଂଗ୍ରେସ
କଂଗ୍ରେସ ଗୁରୁବାର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ସହ ସରକାରଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି । ମାତ୍ର ବିଜେଡି ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା ।