Advertisment

ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ,ଚାନ୍ସ ପାଇଲେନି ନିରଞ୍ଜନଙ୍କ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାଲେଶ୍ୱର ସଦର ଆସନ ପାଇଁ ମମତା କୁଣ୍ଡୁ ଓ ତିର୍ତ୍ତୋଲ ଆସନରେ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁମୋଦନ ପରେ ଦଳର ନିର୍ବାଚନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ମୁକୁଲ ୱାସନିକ୍ ଏହି ନାଁ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଦର ଆସନରେ କଂଗ୍ରେସ ପକ୍ଷରୁ ପିସିସି […]

ଅଦ୍ୟତନ ହୋଇଛି
ବିଦ୍ୟୁତଦର ବୃଦ୍ଧି ପ୍ରତ୍ୟାହାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

CONGRESS

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାଲେଶ୍ୱର ସଦର ଆସନ ପାଇଁ ମମତା କୁଣ୍ଡୁ ଓ ତିର୍ତ୍ତୋଲ ଆସନରେ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅନୁମୋଦନ ପରେ ଦଳର ନିର୍ବାଚନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ ମୁକୁଲ ୱାସନିକ୍ ଏହି ନାଁ ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ସଦର ଆସନରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।
ସୂଚନାଯୋଗ୍ୟ, ବିଜେଡି ମଧ୍ୟ ଆଜି ବାଲେଶ୍ୱର ସଦର ଆସନରେ ସ୍ୱରୂପ କୁମାର ଦାସ ଓ ତିର୍ତ୍ତୋଲ ଆସନ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଗତକାଲି ବାଲେଶ୍ୱର ଆସନରେ ମାନସ ଦତ୍ତ ଓ ତିର୍ତ୍ତୋଲରେ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ଦୁଇ ଆସନ ପାଇଁ ନଭେମ୍ବର ୩ତାରିଖରେ ନିର୍ବାଚନ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe