Advertisment

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀଙ୍କୁ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜ ଫେକ୍‌ବୁକ୍ ପେଜ୍‌ରେ ଏ ସଂପର୍କରେ ପୋଷ୍ଟ କରିଛନ୍ତି। ତା’ସହିତ ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ କରିଛନ୍ତି। ସେହିଭଳି ଏହି ଉପନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଧ୍ୟାନ ଦେବାକୁ ତାଙ୍କ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତ ୭ ତାରିଖ ଦିନ ଶ୍ରୀ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର […]

ଅଦ୍ୟତନ ହୋଇଛି
ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀଙ୍କୁ କରୋନା

Ajit Mangaraj

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜ ଫେକ୍‌ବୁକ୍ ପେଜ୍‌ରେ ଏ ସଂପର୍କରେ ପୋଷ୍ଟ କରିଛନ୍ତି। ତା’ସହିତ ଗୁଜବ ସୃଷ୍ଟି ନକରିବାକୁ ଅନୁରୋଧ କରିଛନ୍ତି। ସେହିଭଳି ଏହି ଉପନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଧ୍ୟାନ ଦେବାକୁ ତାଙ୍କ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

ଗତ ୭ ତାରିଖ ଦିନ ଶ୍ରୀ ମଙ୍ଗରାଜ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର କରିବା ପାଇଁ ଯାଉଥିଲେ। ଏହି ସମୟରେ ସେ ତଳେ ପଡି ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ଆସିଛି ସେ କରୋନାରେ ଆକ୍ରାନ୍ତ ହୋଇଥିବା ଖବର।

୨୦୧୯ ନିର୍ବାଚନରେ ମଧ୍ୟ ଅଜିତ ମଙ୍ଗରାଜ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ସେ ମାତ୍ର ୯,୮୩୦ ଖଣ୍ଡ ଭୋଟ୍ ପାଇଥିଲେ।

Advertisment
ଏଥର ମଇଦାନରେ ଅଛନ୍ତି ୧୦ ପ୍ରାର୍ଥୀ

ପିପିଲି ଉପନିର୍ବାଚନ ପାଇଁ ୧୫ ଜଣ ଦାଖଲ କରିଥିଲେ ପ୍ରାର୍ଥିପତ୍ର। ୩ ଜଣଙ୍କର ଖାରଜ ହୋଇଯାଇଥିଲା। ଦୁଇ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ। ତେଣୁ ଏବେ ପିପିଲି ଉପନିର୍ବାଚନ ମଇଦାନରେ ଅଛନ୍ତି ୧୦ ପ୍ରାର୍ଥୀ।

ଅଜିତ ମଙ୍ଗରାଜଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀମାନେ ହେଲେ ଆଶ୍ରିତ ପଟ୍ଟନାୟକ (ବିଜେପି), ରୁଦ୍ର ପ୍ରତାପ ମହାରଥୀ (ବିଜେଡି), ଅଶୋକ ପ୍ରଧାନ (ସିପିଆଇଏମ୍‌ଏଲ୍‌ ଲିବରେସନ), ଜୟ ପ୍ରକାଶ ସେଠୀ (ଅଖିଳ ଭାରତ ହିନ୍ଦୁ ମହାସଭା), ଫିଙ୍କଲିନ୍‌ ମହାନ୍ତି (କଳିଙ୍ଗ ସେନା), ମହମ୍ମଦ ଇମାମୁଦ୍ଦିନ (ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ- ଆଠାୱାଲେ), ନଗେନ୍ଦ୍ରନାଥ ମିଶ୍ର (ସ୍ୱାଧୀନ), ସୁଲୋଚନା ସାହୁ (ସ୍ୱାଧୀନ) ଓ ସ୍ୱପ୍ନେଶ୍ୱର ନାୟକ (ସ୍ୱାଧୀନ)। ତେବେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ହେବ।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ମୋଟ ୨,୨୯,୯୯୮ ଜଣ ଭୋଟର ଅଛନ୍ତି। ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଛି। ଏଥିମଧ୍ୟରୁ ୧୦୨ଟି ବୁଥ୍ କ୍ରିଟିକାଲ୍‌ ରହିଛି। ସେହିପରି ମୋଟ ୧୭୪୦ ଜଣ କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ।

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe