Advertisment

Congress: କଂଗ୍ରେସ ଜିଲ୍ଲା ସଭାପତି ଟିମ୍‌: ଯୁବ ଓ ମହିଳାଙ୍କୁ ଅଗ୍ରାଧିକାର, ଅଧିକାଂଶ ନୂଆ ମୁହଁ

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଏହି ୩୫ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ ପାଇଛି । ଏଥିରେ ଯୁବ ଓ ମହିଳାଙ୍କୁ ଅଗ୍ରାଧିକାର ମିଳିଥିବାବେଳେ ଅଧିକାଂଶ ନୂଆ ମୁହଁଙ୍କ ଉପରେ ଦଳ ଭରସା କରିଛି ।

author-image
Prakash Sethi
Congress-Bhakta-Das

ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟମାନେ

ରାଜ୍ୟରେ ନିଜର ପୁରୁଣା ଅସ୍ତିତ୍ୱ ଫେରିପାଇବା ପାଇଁ କଂଗ୍ରେସ ଏବେ ଜୋରଦାର ପ୍ରୟାସ କରୁଛି । ବରିଷ୍ଠ ନେତା  ଭକ୍ତଚରଣ ଦାସ(Bhakta Das)ଙ୍କୁ Odisha ପିସିସି ସଭାପତି ଭାବେ ନିଯୁକ୍ତି ମିଳିବା ପରଠୁ କଂଗ୍ରେସ ରାଜ୍ୟରେ ନିଜର ବଳ ସାଉଁଟିବାରେ ଲାଗିଛି । ଏଆଇସିସି ସଭାପତିଙ୍କ ଦ୍ୱାରା କଂଗ୍ରେସର ସମସ୍ତ ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି । 

Advertisment

କଂଗ୍ରେସ(Congress)  AICC ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ(AICC General Secretary KC Venugopal) ଦ୍ୱାରା ଏହି ୩୫ଜଣିଆ ଜିଲ୍ଲା ସଭାପତି ତାଲିକା ପ୍ରକାଶ ପାଇଛି । ଏଥିରେ ଯୁବ ଓ ମହିଳାଙ୍କୁ ଅଗ୍ରାଧିକାର ମିଳିଥିବାବେଳେ ଅଧିକାଂଶ ନୂଆ ମୁହଁଙ୍କ ଉପରେ ଦଳ ଭରସା କରିଛି । ୪ଜଣ ଦଳୀୟ ନେତ୍ରୀଙ୍କୁ ୪ଟି ଜିଲ୍ଲାର ସଭାପତି ଭାବେ ଅବସ୍ଥାପିତ କରାଯାଇଛି ।


ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଏଆଇସିସି ପର୍ଯ୍ୟବେକ୍ଷକମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସେଠାରେ ସଂଗଠନର ସ୍ଥିତି ଅନୁଧ୍ୟାନ କରିବା ସହ ଦଳୀୟ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ବିସ୍ତୃତ ରିପୋର୍ଟ ଏଆଇସିସିକୁ ପ୍ରଦାନ କରିଥିଲେ । ଆଉ ସେହି ରିପୋର୍ଟ ଆଧାରରେ ପ୍ରତ୍ୟେକ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା ପରେ କଂଗ୍ରେସ ଆଜି ଏହି ଜିଲ୍ଲା ସଭାପତି ତାଲିକା ଘୋଷଣା କରିଥିବା ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି । 

Advertisment

୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତି


ଅନୁଗୁଳ - ସୁନୀଲ ପ୍ରଧାନ, ବାଲେଶ୍ୱର-ସତ୍ୟଶିବ ଦାସ , ବରଗଡ଼- ହରଦୀପ ସିଂ , ଭଦ୍ରକ-ନଳିନୀକାନ୍ତ ମହାନ୍ତି , ଭୁବନେଶ୍ୱର-ପ୍ରକାଶ ଚନ୍ଦ୍ର ଜେନା , ବଲାଙ୍ଗୀର-ଅନୀଲ ମେହେର,କଟକ-ପ୍ରଦୀପ୍ତ କୁମାର ଦାସ, ବୌଦ୍ଧ -ବିନ୍ଧ୍ୟାବିନି ସାହୁ, କଟକ ସହର- ଗିରିବାଳା ବେହେରା , କେନ୍ଦ୍ରାପଡ଼ା -ଡଃ ଦେବସ୍ମିତା ଶର୍ମା, ନବରଙ୍ଗପୁର ଡଃ ଲିପିକା ମାଝୀ ,ଦେବଗଡ଼- ଶାମ୍ ହେମ୍ବ୍ରମ , ଢେଙ୍କାନାଳ - ଛବିରାଜ ବିଶ୍ୱାଳ, ଗଜପତି-ଦାଶରଥୀ ଗମାଙ୍ଗ , ଗଞ୍ଜାମ(ପୂର୍ବ) -ରଶ୍ମୀରଞ୍ଜନ ପଟ୍ଟନାୟକ ,ଗଞ୍ଜମ(ପଶ୍ଚିମ) -ରମେଶ ଚନ୍ଦ୍ର ଜେନା , ଜଗତସିଂହପୁର-ଦେବପ୍ରସାଦ ନାୟକ , ଯାଜପୁର- ମାଗୁଣି ବଟକୃଷ୍ଣ ଜେନା , ଝାରସୁଗୁଡ଼ା -ଜୀବନ ସାର୍ଥକ ଦାସ , କଳାହାଣ୍ଡି -ଜଳନ୍ଧର ନାଏକ , କନ୍ଧମାଳ- ଚନ୍ଦ୍ରଶେଖର ପରିଡ଼ା, କେନ୍ଦୁଝର - ମନୋଜ କୁମାର ଜେନା , ଖୋର୍ଦ୍ଧା -ରାଜୀବ କୁମାର ପଟ୍ଟନାୟକ , କୋରାପୁଟ- ରୂପକ ତୁରୁକ, ମାଲକାନଗିରି -ଜି ଶ୍ରୀନିବାସ ରାଓ , ମୟୂରଭଞ୍ଜ(ପୂର୍ବ) -ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ , ମୟୂରଭଞ୍ଜ(ପଶ୍ଚିମ) -ଭୂଷଣ ବିହାରୀ ସାହୁ , ନୟାଗଡ଼- ରଞ୍ଜିତ ଦାସ, ନୂଆପଡ଼ା -ଘାସିରାମ ମାଝୀ , ପୁରୀ -ରାଜେଶ କୁମାର ମିଶ୍ର , ରାୟଗଡ଼ା- ଆପଲ୍ଲା ସ୍ୱାମୀ କାଡ୍ରାକା , ରାଉରକେଲା -ସାବିର ହୁସେନ୍‌ , ସମ୍ବଲପୁର -ଅମିତ୍ କୁମାର ଗୁରୁ , ସୁବର୍ଣ୍ଣପୁର -ବିନୋଦ ପାତ୍ର  ଓ ସୁନ୍ଦରଗଡ଼-ନିର୍ମଳ ଚାନ୍ଦ ନାଏକ।
 

Congress Bhakta Das AICC President