Advertisment

କାମ୍ପା ପାଣ୍ଠି ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି ଏକ ନିରପେକ୍ଷ ଓ ଦକ୍ଷ ତଥା ଜ୍ଞାନସମ୍ପନ୍ନ କମିଟି ଦ୍ୱାରା ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ, ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୮୮୫ବର୍ଗ କିମି ଜଙ୍ଗଲ ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ବିଧାନସଭାରେ କହିଥିଲେ। ସରକାର କେବଳ ଅତିରଞ୍ଜିତ ଅସତ୍ୟ […]

କାମ୍ପା ପାଣ୍ଠି ଦୁର୍ନୀତିର ତଦନ୍ତ ଦାବି କଲା କଂଗ୍ରେସ

Campa

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି ଏକ ନିରପେକ୍ଷ ଓ ଦକ୍ଷ ତଥା ଜ୍ଞାନସମ୍ପନ୍ନ କମିଟି ଦ୍ୱାରା ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ଦେଇଥିବା ବୟାନରେ କହିଛନ୍ତି ଯେ, ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୮୮୫ବର୍ଗ କିମି ଜଙ୍ଗଲ ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ ବିଧାନସଭାରେ କହିଥିଲେ। ସରକାର କେବଳ ଅତିରଞ୍ଜିତ ଅସତ୍ୟ ତଥ୍ୟ ରଖି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି। ୨୦୧୯ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର କାମ୍ପା ପାଣ୍ଠିରୁ ସବୁ ରାଜ୍ୟ ପାଇଁ ୪୭,୪୩୬କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଏଥିରୁ ଓଡ଼ିଶାକୁ ୫୯୩୯.୯୮ କୋଟି ଟଙ୍କା ମିଳିଥିଲା। ଓଡ଼ିଶାକୁ ମିଳିଥିବା ଏହି କାମ୍ପା ପାଣ୍ଠିରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାର ଉଦାହରଣ ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୧୯ଲକ୍ଷ ଟଙ୍କା ଓ ପ୍ରଭାତ ପ୍ରଧାନଙ୍କ ଆକାଉଣ୍ଟକୁ ୨.୬୪ଲକ୍ଷ ଟଙ୍କା, ମୁନା ମାର୍ଥାଙ୍କ ଆକାଉଣ୍ଟକୁ ୧.୧୯ଲ୪ ଟଙ୍କା ଯାଇଥିଲା। ପରେ ଏସବୁ ଟଙ୍କା ଉଠାଇ ଅଣାଗଲା। ଏହି ବ୍ୟକ୍ତିମାନେ କେହି ଦିନ ମଜୁରିଆ କି ଲେବର କଣ୍ଟ୍ରାକ୍ଟର ନୁହଁନ୍ତି। ଏମାନଙ୍କ ଆକାଉଣ୍ଟକୁ ଟଙ୍କା କିଏ ଓ କାହିଁକି ପଠାଇଲା। ଫେରସ୍ତ ଟଙ୍କା କୁଆଡ଼େ ଗଲା ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

କାମ୍ପା ପାଣ୍ଠିର ୫ହଜାର କୋଟି ଟଙ୍କାର ଏଭଳି ବେନାମୀ କାରବାର ହୋଇ ବିଭାଗୀୟ ଅଫିସର ଓ ମନ୍ତ୍ରୀଙ୍କ ମଧ୍ୟରେ ଭାଗବଣ୍ଟା ହୋଇଛି। କରୋନା ମହାମାରୀବେଳେ ଶ୍ରମିକଙ୍କ ପାଇଁ ମିଳୁଥିବା ୨୯୮ଟଙ୍କାର ମଜୁରୀକୁ ବିଭାଗୀୟ ଅଧିକାରୀମାନେ ଅଧା କାଟି ନେଉଛନ୍ତି ଓ ଏହା ଉପରକୁ ଦିଆଯିବ ବୋଲି କହୁଛନ୍ତି। ଏହି ଉପରବାଲା କିଏ ଓ ତାଙ୍କ ଭାଗ କେତେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। କାମ୍ପା ଓ ଓଏମବିଡିସି ପାଣ୍ଠିରୁ ରାଜ୍ୟ ସରକାର ୧୨ହଜାର କୋଟି ଟଙ୍କା ଋଣ ଆଣିଛନ୍ତି । ମହାନଦୀ ଅବବାହିକାରେ ନଦୀ କୂଳରେ କୋଟି କୋଟି ଟଙ୍କା ଗଛ ଲଗାଇବା କଥା ସରକାର କହିଥିଲେ। ଏହି ଗଛ କେଉଁଠି ଲାଗିଲା ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କ ଅଛି । କାମ୍ପା ଆଇନ ଓ ଗାଇଡଲାଇନକୁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଭଙ୍ଗ କରାଯାଉଛି।

Advertisment

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି କାମ୍ପା ପାଣ୍ଠିର ସମୀକ୍ଷା କରିବାର ବ୍ୟବସ୍ଥା ଅଛି। ଏସବୁ ତଥ୍ୟ ଲୋକଙ୍କ ସମ୍ମୁଖରେ ରଖିବାକୁ ସେ ଦାବି କରିଛନ୍ତି। ସାଧାରଣ ପ୍ରତିବାଦର ସମସ୍ତ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବନ୍ଦ କରିଦେଇଥିବାରୁ ଓଡ଼ିଶା ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ପକ୍ଷରୁ ବ୍ୟାପକ ନ୍ୟାୟିକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe