Advertisment

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଭିତରେ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଗାନ୍ଧି ମାର୍ଗ ସ୍ଥିତ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ୱାର୍ଟର୍ସକୁ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିଲେ ହେଁ ପୁଲିସକୁ ଚକମା ଦେଇ ମନ୍ତ୍ରୀଙ୍କ ଘର ଭିତରେ କଂଗ୍ରେସ କର୍ମୀମାନେ ପଶିବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି କରି […]

ଅଦ୍ୟତନ ହୋଇଛି
ମନ୍ତ୍ରୀ ସମୀର ଦାଶଙ୍କ ବହିଷ୍କାର ଦାବି: ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା କଂଗ୍ରେସ

cong

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଗାନ୍ଧି ମାର୍ଗ ସ୍ଥିତ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ୱାର୍ଟର୍ସକୁ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିଲେ ହେଁ ପୁଲିସକୁ ଚକମା ଦେଇ ମନ୍ତ୍ରୀଙ୍କ ଘର ଭିତରେ କଂଗ୍ରେସ କର୍ମୀମାନେ ପଶିବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି।

Advertisment

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି କରି ଆଜି ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା। କର୍ମୀମାନେ ରାଲି କରି ମଧ୍ୟାହ୍ନ ସମୟରେ ନବୀନ ନିବାସ ଯିବା ବେଳେ ବାଟରେ ଅଟକାଇଥିଲା ପୁଲିସ। ଏହି ସମୟରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲା।

ଏହା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଅଭିମୁଖେ ରାଲିରେ ଯାଇଥିଲେ ଛାତ୍ର କଂଗ୍ରେସ କର୍ମୀ। ସେମାନଙ୍କୁ ପୁଲିସ ରୋକିବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। କର୍ମୀମାନେ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଥିଲେ। ଡିସିପି ଉପସ୍ଥିତ ଥିଲେ ବି କିଛି କର୍ମୀ ମନ୍ତ୍ରୀଙ୍କ ବାସଭବନ ପରିସରକୁ ପଶି ଯାଇଥିଲା। ସ୍ଥିତି ନିୟନ୍ତ୍ରଣ ନିମନ୍ତେ ଘଟଣାସ୍ଥଳରେ ୨ ଜଣ ଏସିପି ଓ ଜଣେ ଆଇଆଇସି ପୁଲିସ ଫୋର୍ସ ସହ ପହଞ୍ଚିଥିଲେ।

Advertisment

ବିକ୍ଷୋଭରେ ସାମିଲ ଛାତ୍ର କଂଗ୍ରେସ କର୍ମୀମାନେ କହିଛନ୍ତି, ଯଦି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦାବି ନ ମାନିବେ, ତେବେ ଆଗକୁ ସମସ୍ତ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe