Advertisment

କଂଗ୍ରେସ ଦେଶର ପ୍ରଗତିକୁ ରୋକିବାକୁ ଉଦ୍ୟମ କରୁଛି : ଭେଙ୍କେୟା

ଭୁବନେଶ୍ୱର: କଂଗ୍ରେସ ଦେଶର ପ୍ରଗତିକୁ ରୋକିବାକୁ ଉଦ୍ୟମ କରୁଛି। ୧୫ ବର୍ଷଧରି କେନ୍ଦ୍ରରେ ଥିବା ୟୁପିଏ ସରକାର କରିଥିବା କ୍ଷତିକୁ ଗତ ଗୋଟିଏ ବର୍ଷରେ ମୋଦି ସରକାର ତାହାର ଭରଣା କରୁଛନ୍ତି। ମୋଦି ସରକାରଙ୍କ ଜମି ଅଧିଗ୍ରହଣ ବିଲକୁ ନେଇ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି। ବିରୋଧୀ କଂଗ୍ରେସ ସରକାରଙ୍କ ବିରୋଧରେ ଅପପ୍ରଚାର ଚଳାଇଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ରାଜ୍ୟ ଅତିଥି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ […]

ଅଦ୍ୟତନ ହୋଇଛି
କଂଗ୍ରେସ ଦେଶର ପ୍ରଗତିକୁ ରୋକିବାକୁ ଉଦ୍ୟମ କରୁଛି : ଭେଙ୍କେୟା

vhenkai naidu in odisha

Advertisment

ଭୁବନେଶ୍ୱର: କଂଗ୍ରେସ ଦେଶର ପ୍ରଗତିକୁ ରୋକିବାକୁ ଉଦ୍ୟମ କରୁଛି। ୧୫ ବର୍ଷଧରି କେନ୍ଦ୍ରରେ ଥିବା ୟୁପିଏ ସରକାର କରିଥିବା କ୍ଷତିକୁ ଗତ ଗୋଟିଏ ବର୍ଷରେ ମୋଦି ସରକାର ତାହାର ଭରଣା କରୁଛନ୍ତି। ମୋଦି ସରକାରଙ୍କ ଜମି ଅଧିଗ୍ରହଣ ବିଲକୁ ନେଇ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି। ବିରୋଧୀ କଂଗ୍ରେସ ସରକାରଙ୍କ ବିରୋଧରେ ଅପପ୍ରଚାର ଚଳାଇଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ରାଜ୍ୟ ଅତିଥି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହିପରି ୟୁପିଏ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ। ସେ କହିଛନ୍ତି ଯେ, ମୋଦି ସରକାରଙ୍କ ଏକ ବର୍ଷର ଶାସନରେ ଭାରତର ଜିଡିପି ବୃଦ୍ଧି ପାଇବା ସହ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି । ୧୫ ବର୍ଷରେ ଭାରତୀୟ ଅର୍ଥନୀତିକୁ ୟୁପିଏ ସରକାର ରସାତଳକୁ ନେଇଯାଇଥିଲା। ଏହାକୁ ଉଠାଇବାକୁ ହେଲେ କିଛି ସମୟ ଲାଗିବ ବୋଲି  କହିଛନ୍ତି ଭେଙ୍କେୟା। ସେ କହିଛନ୍ତି ଯେ, କେନ୍ଦ୍ରୀୟ ରାଜସ୍ୱର ୪୨% ପ୍ରତିଶତ ରାଜ୍ୟମାନଙ୍କୁ ଦିଆଯିବା ବ୍ୟବସ୍ଥା କରାଯାଇଛି। ଏଥିରେ ଓଡ଼ିଶା ସମେତ ସବୁ ରାଜ୍ୟ  ଉପକୃତ ହେବେ। ତାଳଚେର ସମେତ ଦେଶରେ ବନ୍ଦଥିବା ଅନ୍ୟ ସାର କାରଖାନାଗୁଡିକୁ ପୁନରୁଦ୍ଧାର କରାଯାଉଛି ବୋଲି କହିଥିଲେ। ଚାଷୀ, ଆଦିବାସୀ, ଗରିବ, ମହିଳା ଓ ଯୁବବର୍ଗଙ୍କ ପାଇଁ ମୋଦି ସରକାର ବହୁ ଯୋଜନା କରିଛନ୍ତି। ସେମାନଙ୍କ ସମାଜିକ ଓ ଆର୍ଥିକ ବିକାଶ ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି। ମୋଦି ସରକାରର ବର୍ଷକର ସଫଳତାକୁ ରିପୋର୍ଟ କାର୍ଡ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଚାଲିଛି।

Advertisment

ଏଥିରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଦନ ସିଂଦେଓ ,ମୁଖପାତ୍ର ସଜ୍ଜନ ଶର୍ମା ଓ ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ସେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe