Advertisment

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ କଂଗ୍ରେସ ଗଢ଼ିଲା ‘ୟାସ୍‌’ ଟାସ୍କଫୋର୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷୟକ୍ଷତି ଆକଳନ ଓ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୮ଜଣିଆ ‘ୟାସ ଟାସ୍କଫୋର୍ସ’ କମିଟି ଗଠନ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟି ଗଠନକୁ ଅନୁମୋଦନ କରିଛନ୍ତି। ଏହି କମିଟି ଆସନ୍ତାକାଲି ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପିସିସି ପକ୍ଷରୁ […]

ଅଦ୍ୟତନ ହୋଇଛି
ମୋହାଲି ମହାନଗର ନିଗମ ବି ଜିତିଲା କଂଗ୍ରେସ

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷୟକ୍ଷତି ଆକଳନ ଓ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୮ଜଣିଆ ‘ୟାସ ଟାସ୍କଫୋର୍ସ’ କମିଟି ଗଠନ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କମିଟି ଗଠନକୁ ଅନୁମୋଦନ କରିଛନ୍ତି। ଏହି କମିଟି ଆସନ୍ତାକାଲି ବାତ୍ୟା ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।
ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ମେ’ ୨୮ତାରିଖ ସକାଳ ୮ଟାରେ କଂଗ୍ରେସ ଭବନରୁ ବାହାରି ସାଢ଼େ ୧୦ଟାରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଂଚି ସେଠୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ସମେତ କଂଗ୍ରେସର ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ‘ୟାସ୍‌’ ଟାସ୍କଫୋର୍ସ ସଂଯୋଜକ ଓ ସଦସ୍ୟମାନଙ୍କ ସହ ମିଶି ବାସୁଦେବପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତକରିବେ। ଏହାସହିତ କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରି ଲୋକଙ୍କ ସୁବିଧା,ଅସୁବିଧା ବିଷୟରେ ପଚାରି ବୁଝିବେ।

Advertisment

ତା’ରେ ରାଜ୍ୟ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ ବାଲେଶ୍ୱରଠାରେ ରାତ୍ରିଯାପନ କରିବେ। ମେ’ ୨୯ତାରିଖ ଶନିବାର ଦିନ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ ଓ ସଦସ୍ୟମାନଙ୍କ ସହ ମିଶି ‘ୟାସ’ ପ୍ରଭାବିତ ଅଂଚଳ ଗସ୍ତକରି ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ମତାମତ ସହ କ୍ଷୟକ୍ଷତି, ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମାଝୀଙ୍କ ସମେତ ଆବାହକ ଜାନକୀ ବଲ୍ଲଭ ପଟ୍ଟନାୟକ, ସଦସ୍ୟ ଶୁଭେନ୍ଦୁ ମହାନ୍ତି, ଶମ୍ଭୁ ପାଣିଗ୍ରାହୀ, ବିଶ୍ୱଭୂଷଣ ଦାସ, ପଦ୍ମାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ଗସ୍ତରେ ସାମିଲ ହେବେ ବୋଲି ପିସିସ ପକ୍ଷରୁ ସୂଚନା ଦିଆଯାଇଛି।

Pradesh Congress Committee Cyclone Disaster Management Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe