congress
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତାକାଲି ଅଯୋଧ୍ୟାରେ ଭୂମିପୂଜନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଭୂମିପୂଜନ ପାଇଁ ସାରା ଅଯୋଧ୍ୟା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ବିଭିନ୍ନ ବର୍ଗରୁ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଓଡ଼ିଶାର କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି, “ ରାମ ମନ୍ଦିର ପାଇଁ ମୁଁ ପ୍ରଥମେ ଆଡଭାନୀଙ୍କୁ ଧନ୍ୟବାଦ ଦେବି। ଦ୍ୱିତୀୟରେ ମୁରଲୀ ମନୋହର ଯୋଶୀ ଓ ତୃତୀୟରେ ରାଜୀବ ଗାନ୍ଧିଙ୍କୁ ଧନ୍ୟବାଦ ଦେବି। ରାଜୀବ ଗାନ୍ଧିଙ୍କ ସମୟରେ ରାମ ମନ୍ଦିରର ଚାବି ଖୋଲା ଯାଇଥିଲା। ସେହି ସମୟରେ ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ଆଉ ଆଡଭାନୀ ଭିକ୍ଷା କରିଥିଲେ ରାମ ମନ୍ଦିର ହେବ ଆର୍ଥିକ ସହାଯ୍ୟ ଦିଅ ଓ ଇଟା ଦିଅ। ମୁଁ ସେତେବେଳେ ୩ ହଜାର ଟଙ୍କା ଦେଇଥିଲି। ୨ଶହ ଇଟା ଦେଇଥିଲି।
ଅଯୋଧ୍ୟା ହେଲା ଆମର ପବିତ୍ର ମାଟି। ରାମଙ୍କ ଜନ୍ମ ମାଟି। ଭାରତ ବର୍ଷର ଗର୍ବ ରାମଚନ୍ଦ୍ର। ଅଯୋଧ୍ୟାରେ ରାମ ମନ୍ଦିର ହେବ ବୋଲି ଆମର ସବୁବେଳେ ଆଶା ଥିଲା। କରୋନା ସମୟରେ ମୋଦି ବାହାବା ନେବା ପାଇଁ ଯେଉଁ ପତିଆରା କରୁଛନ୍ତି ତାଙ୍କ ପତିଆରା ଆମେ ଜାଣି ସାରିଛୁ। ତମ ଦ୍ୱାରା କିଛି ହେବନି। ଏ ଭାରତ ଜନସାଧାରଣଙ୍କର। ଏଠାରେ ମୁସଲବାନ ମଧ୍ୟ ଅଛନ୍ତି।”
ବିଧାୟକ ସୁର ରାଉତରାୟ କହିଛନ୍ତି, ରାମ ମନ୍ଦିରକୁ ଅଧେ ବିରୋଧ କରନ୍ତି, ଅଧେ ସମର୍ଥନ କରନ୍ତି। ଭାରତର ଜନସାଧାରଣଙ୍କ ସମ୍ପତ୍ତି ହେଉଛି ରାମ ମନ୍ଦିର। ମନ୍ଦିର ହେଇ ଯାଉ। ଭଲ ଭାବେ ହେଉ। ଯେମିତି ତାଜ ମହଲ, ଜଗନ୍ନାଥ ମନ୍ଦିର, ସୋମନାଥ, ଲିଙ୍ଗରାଜ ଓ କୋଣାର୍କ ମନ୍ଦିର ରହିଛି। ସେମିତି ରାମ ମନ୍ଦିର ମଧ୍ୟ ପ୍ରସିଦ୍ଧି ଲାଭ କରୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/congress-55000.jpg)