Advertisment

ବାଲିଗୁଡ଼ା ଏନଏସି ଅଫିସ ପାଲଟିଲା ରଣକ୍ଷେତ୍ର

ବାଲିଗୁଡ଼ା(ଅଜିତ୍ ନାୟକ): ବାଲିଗୁଡ଼ା ଏନଏସି ଅଫିସ ପାଲଟିଲା ରଣକ୍ଷେତ୍ର। ବିଭିନ୍ନ ଉନ୍ନତିମୂଳକ କାମରେ ଦୁର୍ନୀତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମନମୁଖୀ କାମ କରୁଥିବା ଅଭିଯୋଗ କରି ଆଜି ଏନଏସି ଅଫିସ ଭିତରକୁ ଧସେଇ ପଶିଥିଲେ କଂଗ୍ରେସ କର୍ମୀ।  କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିବା ସହ ଚେୟାର, ଟେବୁଲ ଓ ଫାଇଲ ଫୋଫାଡି  ଥିଲେ। ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ତେବେ କୌଣସି ଅଭାବନୀୟକାଣ୍ଡ ଘଟିବା ପୂର୍ବରୁ ପୁଲିସ ଫୋର୍ସ କଂଗ୍ରେସ କର୍ମୀମାନଙ୍କୁ ଅଫିସ୍ ବାହାରକୁ ଆଣିବାରେ ସକ୍ଷମ […]

ଅଦ୍ୟତନ ହୋଇଛି
ବାଲିଗୁଡ଼ା ଏନଏସି ଅଫିସ ପାଲଟିଲା ରଣକ୍ଷେତ୍ର

congress

Advertisment

ବାଲିଗୁଡ଼ା(ଅଜିତ୍ ନାୟକ): ବାଲିଗୁଡ଼ା ଏନଏସି ଅଫିସ ପାଲଟିଲା ରଣକ୍ଷେତ୍ର। ବିଭିନ୍ନ ଉନ୍ନତିମୂଳକ କାମରେ ଦୁର୍ନୀତି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମନମୁଖୀ କାମ କରୁଥିବା ଅଭିଯୋଗ କରି ଆଜି ଏନଏସି ଅଫିସ ଭିତରକୁ ଧସେଇ ପଶିଥିଲେ କଂଗ୍ରେସ କର୍ମୀ।  କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିବା ସହ ଚେୟାର, ଟେବୁଲ ଓ ଫାଇଲ ଫୋଫାଡି  ଥିଲେ। ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ତେବେ କୌଣସି ଅଭାବନୀୟକାଣ୍ଡ ଘଟିବା ପୂର୍ବରୁ ପୁଲିସ ଫୋର୍ସ କଂଗ୍ରେସ କର୍ମୀମାନଙ୍କୁ ଅଫିସ୍ ବାହାରକୁ ଆଣିବାରେ ସକ୍ଷମ ହୋଇଥିଲା। ତେବେ ଉନ୍ନତିମୂଳକ କାର୍ଯ୍ୟରେ ଦୁର୍ନୀତି ଚାଲିଥିବା ପ୍ରତିବାଦରେ ଶତାଧିକ କଂଗ୍ରସ କର୍ମୀମାନେ ଏନ୍‌ଏସି ଅଫିସ୍ ଆଗରେ ଧାରଣାରେ ବସିଥିଲେ।

Advertisment

ସୂଚନା ମୁତାବକ, ବାଲିଗୁଡା ନଗର କଂଗ୍ରେସ କମିଟି ନେତା ଓ କର୍ମୀମାନେ ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ଦଳର ଶତାଧିକ ନେତା ଓ କର୍ମୀ କଲେଜ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଏନଏସି ଅଫିସ ଆଗରେ ପହଞ୍ଚି ନାରାବାଜି କରିଥିଲେ। ୮ ଦଫା ଦାବି ତୁରନ୍ତ ପୂରଣ ପାଇଁ ଦଳୀୟ ନେତା ଓ କର୍ମୀ ଏନଏସି ଅଫିସ ଘେରାଓ କରିଥିଲେ।

ପୁଲିସ ଉପସ୍ଥିତିରେ ଦଳୀୟ ନେତାକର୍ମୀମାନେ ଏନଏସି ଅଫିସ ଭିତରକୁ ଧସେଇ ପଶି ଥିଲେ। ଏନଏସି ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କ ଚାମ୍ବରକୁ ପଶି ଯିବା ପରେ ହୋହଲ୍ଲା କରି ଚେୟାର, ଟେବୁଲ ଓ ଫାଇଲ ଫୋଫାଡ଼ି ଥିଲେ। ବହୁ ଉଦ୍ୟମ ପରେ ସେମାନଙ୍କୁ ବାହାରକୁ ଆଣିଥିଲା ପୁଲିସ ଫୋର୍ସ।

Advertisment

ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ କଂଗ୍ରେସ କାଉନସିଲରଙ୍କ କଥା ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ସହରରେ ପାନୀୟ ଜଳର ସମସ୍ୟା, ଆରଟିଆଇରେ ସୂଚନା ନ ଦେବା, ମୁକ୍ତା ଯୋଜନାରେ ଦୁର୍ନୀତି ଆଦି ଅଭିଯୋଗ ଆଣି କଂଗ୍ରେସ ନେତା ଓ କର୍ମୀମାନେ ହୋହଲ୍ଲା କରିଥିଲେ।

ଉପସ୍ଥିତ ପୁଲିସ ଫୋର୍ସ ହୋହଲ୍ଲା ନିୟନ୍ତ୍ରଣରେ ଫେଲ ମାରୁଥିବା ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ବିଡ଼ିଓ ଶଶାଙ୍କ ଶେଖର ପାତ୍ର ପହଞ୍ଚି ବୁଝାଶୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe