Advertisment

ଦାମଙ୍କ ସହ ମେଣ୍ଟ କରିବ ରାଜ୍ୟ କଂଗ୍ରେସ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଓ ରାଜ୍ୟ କଂଗ୍ରେସ ମଧ୍ୟରେ ନିର୍ବାଚନୀ ବୁଝାମଣା ହେବାର ସମ୍ଭାବନା ରହିଛି। ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧରେ ସ୍ୱରକୁ ଶାଣିତ କରୁଥିବା ଡାକ୍ତର ରାଉତଙ୍କୁ ଆଗାମୀ ନିର୍ବାଚନରେ ୨ଟି ସିଟ୍ ଦେବାକୁ କଂଗ୍ରେସ ଏବେ ବିଚାର କରୁଥିବା ସୂଚନା ମିଳିଛି। ସିପିଏମ୍ ମୁଖ୍ୟ ସୀତାରାମ ୟେଚୁରୀ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିବା ପରେ […]

ଅଦ୍ୟତନ ହୋଇଛି
ଦାମଙ୍କ ସହ ମେଣ୍ଟ କରିବ ରାଜ୍ୟ କଂଗ୍ରେସ !

IMG_0725

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଓ ରାଜ୍ୟ କଂଗ୍ରେସ ମଧ୍ୟରେ ନିର୍ବାଚନୀ ବୁଝାମଣା ହେବାର ସମ୍ଭାବନା ରହିଛି। ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧରେ ସ୍ୱରକୁ ଶାଣିତ କରୁଥିବା ଡାକ୍ତର ରାଉତଙ୍କୁ ଆଗାମୀ ନିର୍ବାଚନରେ ୨ଟି ସିଟ୍ ଦେବାକୁ କଂଗ୍ରେସ ଏବେ ବିଚାର କରୁଥିବା ସୂଚନା ମିଳିଛି। ସିପିଏମ୍ ମୁଖ୍ୟ ସୀତାରାମ ୟେଚୁରୀ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିବା ପରେ ଦଳ ଦାମଙ୍କ ସଙ୍ଗେ ନିର୍ବାଚନୀ ବୁଝାମଣା କରିବାର ସମ୍ଭାବନା ବୃଦ୍ଧି ପାଇଛି।

Advertisment

ସୂତ୍ର ଅନୁସାରେ, ବିଜେଡିରୁ ବହିଷ୍କୃତ ହେବା ପରେ ଡାକ୍ତର ରାଉତ ଅକ୍ଟୋବର ଶେଷ ସୁଦ୍ଧା ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ସମ୍ବଳ ଅଭାବରୁ ନୂଆ ଦଳ ଗଠନ ସମ୍ଭବପର ନୁହେଁ ବୋଲି ଡାକ୍ତର ରାଉତ କହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଏବେ ନବୀନ ପଟ୍ଟନାୟକ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱରକୁ ଶାଣିତ କରୁଛନ୍ତି । ମାହାଙ୍ଗା, ନିମାପଡ଼ା, ଟାଙ୍ଗୀ, ଢେଙ୍କାନାଳ ଆଦି ପରେ ଆଜି ଏରସମାରେ ସ୍ୱାଭିମାନ ସମାବେଶ କରିଥିବା ଡାକ୍ତର ରାଉତଙ୍କର ଇତିମଧ୍ୟରେ ପ୍ରଦେଶ କଂଗ୍ରେସ ସହ ସମ୍ପର୍କ ବୃଦ୍ଧି ପାଇଛି । ମାହାଙ୍ଗା, ନିମାପଡ଼ା, ଟାଙ୍ଗୀ ଓ ଏରସମାରେ କଂଗ୍ରେସ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଉଛି ଓ ଏସବୁ ମଞ୍ଚରେ ଡାକ୍ତର ରାଉତ ସରକାରବିରୋଧୀ ମତ ରଖୁଛନ୍ତି ।

ଆଜି ନିଜର ଜନ୍ମମାଟି ଏରସମାରେ ଡାକ୍ତର ରାଉତ ନିଜର ପତିଆରା ପ୍ରଦର୍ଶନ କରିଥିଲେ। ଏରସମା ବ୍ଲକର ସୋମପୁରଠାରୁ ଏକ ଶୋଭାଯାତ୍ରାରେ ଯାଇ ସେଏରସମା ପଡ଼ିଆଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏରସମାର ସ୍ଥାନୀୟ କଂଗ୍ରେସ ନେତା ଶାରଦା ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏହି ଜନସଭାରେ ବରିଷ୍ଠ ନେତା ଯଜ୍ଞେଶ୍ଵର ବାବୁ ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ସାମିଲ ହୋଇଥିଲେ।

Advertisment

ତେବେ ଏହି ସଭାରେ ବୈଜୟନ୍ତ ପଣ୍ଡା ଓ ପଞ୍ଚାନନ କାନୁନଗୋ ସାମିଲ ହେବେ ବୋଲି ସ୍ଥାନୀୟ ଅଞ୍ଚଳରେ ଜୋରଦାର ପ୍ରଚାର ହୋଇଥିଲେ ମଧ୍ୟ ଏହି ଦୁଇ ନେତାଙ୍କ ଦେଖା ମିଳିନଥିଲା। ଜନସଭାରେ ଡାକ୍ତର ରାଉତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଯୋଜନା ଓ ନବୀନ ସରକାରର ଦୁର୍ନୀତି ପ୍ରତି ବଢ଼ୁଥିବା ଆଭିମୁଖ୍ୟକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଡାକ୍ତର ରାଉତଙ୍କୁ ପ୍ରଦେଶ କଂଗ୍ରେସ ନିଜର ଟ୍ରମ୍ପକାର୍ଡ ଭାବେ ଉପଯୋଗ କରିବାକୁ ଚାହୁଁଛି। ବିଜେଡି ଓ ନବୀନ ପଟ୍ଟନାୟକ ସରକାର ବିରୋଧରେ ପରିବେଶ ସୃଷ୍ଟି ପାଇଁ ନିର୍ବାଚନ ସମୟରେ କଂଗ୍ରେସ ୫୦ରୁ ୬୦ଟି ଜନସଭାରେ ଡାକ୍ତର ରାଉତଙ୍କୁ ନିମନ୍ତ୍ରଣ କରିବାର ଯୋଜନା କରିଛି। ସେସବୁ ସଭାରେ ଡାକ୍ତର ରାଉତ ରାଜ୍ୟର ବିଜେଡି ସରକାରର କଳାକାରନାମା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ। ଏହା ବଦଳରେ ତାଙ୍କୁ ୨ଟି ସିଟ୍ ଦେବାକୁ ମଧ୍ୟ କଂଗ୍ରେସ ସମ୍ମତି ଦେଇଥିବା ଚର୍ଚ୍ଚା। ଅବଶ୍ୟ ଏ ପ୍ରସ୍ତାବ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା ଜଣାପଡ଼ିଛି।

କଂଗ୍ରେସ ରାଜ୍ୟରେ ଛୋଟଛୋଟ ଦଳଗୁଡ଼ିକ ସହ ବୁଝାମଣା କରି ନିର୍ବାଚନକୁ ଓହ୍ଲାଇବାକୁ ଚାହୁଁଥିବାବେଳେ କଂଗ୍ରେସ ସହ ମେଣ୍ଟ କରାଯିବ ନାହିଁ ବୋଲି ସିପିଏମ୍ ସ୍ପଷ୍ଟ କରିବା ପରେ ଦଳ ପାଇଁ ଏବେ ଦାମ ହିଁ ଏକମାତ୍ର ଭରସା ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe