ସୋଶାଲ୍‌ ମିଡିଆରେ ଭ୍ରମାତ୍ମକ ପ୍ରଚାର, ସ୍ପଷ୍ଟ କଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମିଥ୍ୟା ଓ କପୋଳକଳ୍ପିତ ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅନ୍ୟପକ୍ଷରେ ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସ୍ପଷ୍ଟ କରିଛନ୍ତି। ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି […]

ok

ok

Mihir Pattnayak
  • Published: Thursday, 07 March 2019
  • Updated: 07 March 2019, 06:56 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମିଥ୍ୟା ଓ କପୋଳକଳ୍ପିତ ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଅନ୍ୟପକ୍ଷରେ ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତିଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସ୍ପଷ୍ଟ କରିଛନ୍ତି।

ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ୬ ତାରିଖ ଦିନ ପ୍ରଦେଶ ନିର୍ବାଚନ କମିଟି (ପିଇସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାର୍ଥୀ ଚୟନକୁ ନେଇ ପିଇସିର ସଦସ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଇଥିଲା। ଜିତିବା ସମ୍ଭାବନା ଓ ଅନ୍ୟାନ୍ୟ ଦିଗକୁ ବିଚାରକୁ ନିଆଯାଇଥିବା ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ଆସନରେ ପ୍ରାୟତଃ ଏକାଧିକ ପ୍ରାର୍ଥୀଙ୍କ ନାଁ ସୁପାରିସ୍ କରାଯାଇଛି। ଏହି ତାଲିକାକୁ ଚୂଡାନ୍ତ ନିଷ୍ପତ୍ତି ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ପଠାଇ ଦିଆଯାଇଛି। ଯାହାକି ସିଇସିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବରେ ଗଣମାଧ୍ୟମରେ ପ୍ରକାଶ କରାଯିବ।

କିନ୍ତୁ ଗତକାଲିଠୁ ସୋଶାଲ ମିଡିଆ, ବିଭିନ୍ନ ଖବରକାଗଜ ଓ ଟିଭି ଚ୍ୟାନେଲରେ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଭ୍ରମାତ୍ମକ ଓ ମିଥ୍ୟା ଖବର ପ୍ରକାଶ ପାଇଥିବା ଦଳର ନଜରକୁ ଆସିଛି। ଏଭଳି ଖବର ପ୍ରସାରଣ ଯୋଗୁ ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପିସିସି ପକ୍ଷରୁ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ କୌଣସି ପ୍ରାର୍ଥୀ ତାଲିକା ଗଣମାଧ୍ୟମ ବା କୌଣସି ଦଳୀୟ ଫୋରମରେ ମଧ୍ୟ ପ୍ରକାଶ କରାଯାଇନାହିଁ। ତେଣୁ ଏଭଳି ବିଭ୍ରାନ୍ତିକର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଖବର ପ୍ରସାରଣ ନ କରିବାକୁ କଂଗ୍ରେସ ପକ୍ଷରୁ ସାମ୍ବାଦିକମାନଙ୍କୁ ଅନୁରୋଧ କରାଯାଇଛି।

କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ଘୋଷଣା କରିବା ପରେ ଟିକେଟ ଆଶାୟୀ ତାଲିକାରେ ଥିବା ପିତା-ପୁତ୍ର/କନ୍ୟା ଯୋଡ଼ି ଯଥା ନିରଞ୍ଜନ ପଟ୍ଟନାୟକ-ନବଜ୍ୟୋତି ପଟ୍ଟନାୟକ,ଜୟଦେବ ଜେନା-ସଂଗ୍ରାମ ଜେନା, ଭକ୍ତ ଦାସ- ସାଗର ଦାସ, ନରସିଂହ ମିଶ୍ର- ସମରେନ୍ଦ୍ର ମିଶ୍ର, ଜଗନ୍ନାଥ ରାଉତ-ଅଭିଷେକ ରାଉତ, ହେମାନନ୍ଦ ବିଶ୍ୱାଳ-ସୁନୀତା ବିଶ୍ୱାଳ, ଅନନ୍ତ ପ୍ରସାଦ ସେଠୀ- କୁମାର ଚିରଞ୍ଜୀବୀଙ୍କ ଯୋଡ଼ି ମଧ୍ୟରୁ କାହାକୁ ଟିକେଟ୍ ମିଳିବ ତାକୁ ନେଇ ସଂଶୟ ସୃଷ୍ଟି ହୋଇଛି। କଂଗ୍ରେସ ଟିକେଟ ଚୟନବେଳେ ଏହି ଫର୍ମୂଲା ପାଳନ କରିବ ନା ଚିରାଚରିତ ଢଙ୍ଗରେ କଂଗ୍ରେସ ନେତାମାନେ ପତିଆରା ଦେଖାଇ ଟିକେଟ ହାତେଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story