Advertisment

ରାଜ୍ୟ କଂଗ୍ରେସକୁ ସଂଗଠନ ଚିନ୍ତା, ଆସନ୍ତାକାଲି ମାନସମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୀବ୍ର ଗୋଷ୍ଠୀକନ୍ଦଳ, ପରସ୍ପରର ଗୋଡ଼ଟଣା ନୀତି ଓ ନେତୃତ୍ୱ ସଙ୍କଟ ଯୋଗୁ ଓଡ଼ିଶାରେ ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ନିଜର ସଂଗଠନକୁ ସଜାଡ଼ିବାକୁ ପ୍ରୟାସ କରିଛି। ଆସନ୍ତାକାଲି କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ନିଜର ସଂଗଠନକୁ ରାଜ୍ୟରେ ପୁଣିଥରେ କ୍ରିୟାଶୀଳ କରିବା ନିମନ୍ତେ ଆବଶ୍ୟକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟସ୍ତ ସ୍ଥିତି ପରେ କଂଗ୍ରେସ ହାଇକମାଣ୍ଡ […]

author-image
Manoranjan Sial
ଅଦ୍ୟତନ ହୋଇଛି
ରାଜ୍ୟବାସୀଙ୍କୁ ଲଲିପପ୍ ଦେଖାଇବା ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

congress-23199999

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୀବ୍ର ଗୋଷ୍ଠୀକନ୍ଦଳ, ପରସ୍ପରର ଗୋଡ଼ଟଣା ନୀତି ଓ ନେତୃତ୍ୱ ସଙ୍କଟ ଯୋଗୁ ଓଡ଼ିଶାରେ ଅସ୍ତିତ୍ୱ ହରାଇବାକୁ ବସିଥିବା କଂଗ୍ରେସ ନିଜର ସଂଗଠନକୁ ସଜାଡ଼ିବାକୁ ପ୍ରୟାସ କରିଛି। ଆସନ୍ତାକାଲି କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏଥିରେ କଂଗ୍ରେସ ନିଜର ସଂଗଠନକୁ ରାଜ୍ୟରେ ପୁଣିଥରେ କ୍ରିୟାଶୀଳ କରିବା ନିମନ୍ତେ ଆବଶ୍ୟକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟସ୍ତ ସ୍ଥିତି ପରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶାରେ ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଥିବାରୁ ଏହି ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି।

Advertisment

ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ବୈଠକରେ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପଦାଧିକାରୀମାନେ ଯଥା- ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସମେତ ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ମୁସ୍ତାକ ଅଲ୍ଲୀ, ଅନୀଲ ଚୌଧୁରୀ ଓ ଛତିଶଗଡ଼ର ମନ୍ତ୍ରୀ ଟିଏସ୍ ସିଂହଦେଓ ଯୋଗ ଦେବେ ବୋଲି ଜଣାପଡ଼ିଛି। ପିସିସିର ଦୁଇ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସମେତ ଅନ୍ୟ କିଛି ପୁରୁଖା ନେତା ମଧ୍ୟ ବୈଠକରେ ସାମିଲ ହେବେ।

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଆଇସିସି ଦ୍ୱାରା ଧାର୍ଯ୍ୟ ସାଂଗଠନିକ କାର୍ଯ୍ୟକ୍ରମକୁ ଓଡ଼ିଶାରେ କିଭଳି ସମ୍ପାଦନ କରାଯିବ ଓ ସଂଗଠନକୁ ସୁଦୃଢ଼ କରିବା ପାଇଁ କିଭଳି ଆଭିମୁଖ୍ୟ ପୋଷଣ କରାଯିବ ସେ ନେଇ ବୈଠକରେ ବିଚାରବିମର୍ଶ ହେବ। ଏଆଇସିସି ପଦାଧିକାରୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଏହି ବୈଠକରେ ସାମିଲ ହେଉଥିବାରୁ ସାଂଗଠନିକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଆଗାମୀ ଦିନରେ ଯେଉଁସବୁ ସାଂଗଠନିକ କାର୍ଯ୍ୟକ୍ରମ ହେବାକୁ ଯାଉଛି ସେସବୁର ଦାୟିତ୍ୱ ମଧ୍ୟ ଦଳୀୟ ନେତାମାନଙ୍କ ଉପରେ ନ୍ୟସ୍ତ ହେବ। ଯେହେତୁ ପିସିସିର ସମସ୍ତ କମିଟି ଭାଙ୍ଗି ଦିଆଯାଇଛି ତେଣୁ ଦଳର ଜିଲ୍ଲା ଓ ଜୋନ୍ କମିଟିଗୁଡ଼ିକ କିଭଳି କାର୍ଯ୍ୟ କରିବ ସେ ସମ୍ପର୍କରେ ବି ଆବଶ୍ୟକ ନିଷ୍ପତ୍ତି ନିଆଯିବ।

Advertisment

ଅନ୍ୟପକ୍ଷରେ, ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟସ୍ତ ସ୍ଥିତି ପାଇଁ ପ୍ରଦେଶ କଂଗ୍ରେସର ଏକ ବୃହତ୍ ଗୋଷ୍ଠୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କରୁଥିବାବେଳେ ତାଙ୍କ ନେତୃତ୍ୱରେ ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ ସଂଚାଳନ କରିବା ସପକ୍ଷରେ ସେମାନେ ନଥିବା ଜଣାପଡ଼ିଛି। ତେବେ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସିର ବରିଷ୍ଠ ପଦାଧିକାରୀମାନେ ଆସନ୍ତାକାଲି ବୈଠକରେ ସାମିଲ ହେଉଥିବାରୁ ଏହି ଅସନ୍ତୁଷ୍ଟ ନେତାମାନଙ୍କୁ ବୁଝାଇବାକୁ ପ୍ରୟାସ ହେବ ବୋଲି ସୂଚନା ମିଳିଛି।