Advertisment

୨୪ରେ ହାତ ଛାଡ଼ି ଶଙ୍ଖ ଧରିବେ ବିଧାୟକ ନବ ଦାସ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ହାତ ସହିତ ସମ୍ପର୍କ ଛିନ୍ନ କରି ବିଜେଡିର ସାମିଲ ହୋଇପାରନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଏନେଇ ସେ ଇସାରା ଦେଇଛନ୍ତି। ଆସନ୍ତା ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯାଉଛନ୍ତି। ସେହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ ଓ ଲୋକଙ୍କ ମତ ବାବଦରେ ତାଙ୍କୁ ଜଣାଇବେ ବୋଲି ନବ କହିଛନ୍ତି। ତେବେ ବିଜେଡିରୁ ୨୦୧୯ […]

ଅଦ୍ୟତନ ହୋଇଛି
୨୪ରେ ହାତ ଛାଡ଼ି ଶଙ୍ଖ ଧରିବେ ବିଧାୟକ ନବ ଦାସ!

naba

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ବଡ଼ ଝଟକା। ହାତ ସହିତ ସମ୍ପର୍କ ଛିନ୍ନ କରି ବିଜେଡିର ସାମିଲ ହୋଇପାରନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଏନେଇ ସେ ଇସାରା ଦେଇଛନ୍ତି। ଆସନ୍ତା ୨୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଯାଉଛନ୍ତି। ସେହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ ଓ ଲୋକଙ୍କ ମତ ବାବଦରେ ତାଙ୍କୁ ଜଣାଇବେ ବୋଲି ନବ କହିଛନ୍ତି।

Advertisment

ତେବେ ବିଜେଡିରୁ ୨୦୧୯ ନିର୍ବାଚନ ଲଢ଼ିବେ କି ବୋଲି ପ୍ରଶ୍ନର ଉତ୍ତରରେ ନବ କହିଛନ୍ତି-“ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି। ଯଦି ବିଜେଡି ଟିକେଟ ଦିଏ ତେବେ ଲଢ଼ିବି। ମୁଁ ଅଫିସିଆଲି କଂଗ୍ରେସରୁ ଇସ୍ତଫା ଦେଇନାହିଁ କି ବିଜେଡିରେ ଯୋଗଦେଇନାହିଁ। ଲୋକେ ଯାହା ଚାହୁଁଛନ୍ତି ତାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବି। କଂଗ୍ରେସ ଛାଡ଼ିବା ପଛରେ କୌଣସି କାରଣ ନାହିଁ। ନିରଂଜନ ପଟ୍ଟନାୟକ ଓ ରାହୁଲ ଗାନ୍ଧିଙ୍କ ସହିତ ମୋଲ ଭଲ ସମ୍ପର୍କ ରହିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe