Advertisment

ପରୀ ପ୍ରସଙ୍ଗରେ କଂଗ୍ରେସ ଭାଗ ଭାଗ! ମୁହଁ ଖୋଲିଲେ ସୁର-ସାଲୁଜା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ପ୍ରସଙ୍ଗକୁ ନେଇ ରାଜ୍ୟରେ ହଟଚମଟ ଲାଗିଛି । ବିଜେପି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରୁଛି । ସେପଟେ କଂଗ୍ରେସ ଏସଆଇଟି ତଦନ୍ତରେ ଶାନ୍ତ ପଡିଯାଇଥିଲେ ବି କଂଗ୍ରେସ ନେତାଙ୍କ ମଧ୍ୟରେ କିନ୍ତୁ ଏ ପ୍ରସଙ୍ଗକୁ ନେଇ ମତାନ୍ତର ଥିଲା ଭଳି ଲାଗୁଛି। କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ହୋଇଥିବା ବେଳେ କଣ୍ଟାବାଞ୍ଜୀ ବିଧାୟକ ସନ୍ତୋଷ ସିଂ ସାଲୁଜା ଭିନ୍ନମତ ଦେଇଛନ୍ତି […]

ଅଦ୍ୟତନ ହୋଇଛି
ପରୀ ପ୍ରସଙ୍ଗରେ କଂଗ୍ରେସ ଭାଗ ଭାଗ! ମୁହଁ ଖୋଲିଲେ ସୁର-ସାଲୁଜା

sura-saluja

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପରୀ ପ୍ରସଙ୍ଗକୁ ନେଇ ରାଜ୍ୟରେ ହଟଚମଟ ଲାଗିଛି । ବିଜେପି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରୁଛି । ସେପଟେ କଂଗ୍ରେସ ଏସଆଇଟି ତଦନ୍ତରେ ଶାନ୍ତ ପଡିଯାଇଥିଲେ ବି କଂଗ୍ରେସ ନେତାଙ୍କ ମଧ୍ୟରେ କିନ୍ତୁ ଏ ପ୍ରସଙ୍ଗକୁ ନେଇ ମତାନ୍ତର ଥିଲା ଭଳି ଲାଗୁଛି। କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ହୋଇଥିବା ବେଳେ କଣ୍ଟାବାଞ୍ଜୀ ବିଧାୟକ ସନ୍ତୋଷ ସିଂ ସାଲୁଜା ଭିନ୍ନମତ ଦେଇଛନ୍ତି । ବିଧାନସଭାରେ ପରୀ ପ୍ରସଙ୍ଗରେ ଦଳର ନିରବତା ନେଇ ସାଲୁଜା ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି, “ବିଧାୟକ ଦଳ ନେତା ଯାହା ନିଷ୍ପତ୍ତି ନେଲେ ତାକୁ ମାନିବାକୁ ବାଧ୍ୟ ହେଲୁ । ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ଗୃହକୁ ଚଳାଇ ଦେଲେନାହିଁ । ସରକାର ଡରିକି ମାସେ ଆଗରୁ ବିଧାନସଭା ବନ୍ଦ କରିଦେଲେ। ଏ ପ୍ରସଙ୍ଗରେ ବିଜେପି ମାଇଲେଜ୍ ନେଉଛି। ସିଏଲ୍‌ପି ଲିଡର ଯାହା କହିବେ ଆମେ ତାହା କହିବାକୁ ଓ କରିବାକୁ ବାଧ୍ୟ।” ସିଏଲ୍‌ପି ଲିଡରଙ୍କ ନିଷ୍ପତ୍ତିରେ ସେ ସନ୍ତୁଷ୍ଟ ନଥିବା କହିଛନ୍ତି ସାଲୁଜା।

ସେ ଆହୁରି କହିଛନ୍ତି, ବିଜେପି ସବୁବେଳେ ବିଜେଡିକୁ ଛୁରା ମାରୁଛି । ବିଜେପି କଳେ ବଳେ କୌଶଳେ ସବୁବେଳେ ଶାସନ ଦଖଲ କରିବାକୁ ଚାହୁଁଛି । ତାହା ବିଜେଡି ବୁଝିବା ଦରକାର।

Advertisment

ସେହିପରି କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଆମେ ବିଧାନସଭାରେ ଜୋରଦାର ହଙ୍ଗାମା କରୁଥିଲୁ । ଏହାପରେ ନବୀନ ବାବୁ SIT ଗଠନ ହେବା କଥା କହିଲେ। ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା। ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ।

ସେ ଆହୁରି କହିଛନ୍ତି,  ପିସିସି ସଭାପତି କହିଥିଲେ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବାକୁ। ନରସିଂହ-ନିରଞ୍ଜନ କଥାହେଲେ, ଆମକୁ ଓହରିଯିବାକୁ କହିଲେ।
ଏସଆଇଟି ତଦନ୍ତରେ ମୁଁ ଖୁସି ନୁହେଁ । ମ୍ୟାନେଜ ହୋଇଛି ବୋଲି ତ ଓହରି ଗଲୁ ବୋଲି କହିଛନ୍ତି ସୁର ରାଉତରାୟ।

ଅନ୍ୟପକ୍ଷରେ ପରୀ ପ୍ରସଙ୍ଗରେ ସରକାର SIT ଗଠନ କରିବା କଂଗ୍ରେସର  ଐତିହାସିକ ସଫଳତା ବୋଲି କିହଛନ୍ତି ଦଳର ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି, ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା। ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିନଥିଲେ।
ଆମ ଦାବିରେ ତାହା ହେଲା। କଂଗ୍ରେସର ଏହା ଐତିହାସିକ ସଫଳତା ବୋଲି ନରସିଂହ କହିଛନ୍ତି ।

ପରୀ ପ୍ରସଙ୍ଗକୁ ନେଇ ଗୋଟିଏ ପଟେ କଂଗ୍ରେସ ଶାନ୍ତ ପଡିଯାଇଥିବା ବେଳେ ବିଜପି କିନ୍ତୁ ତା’ର ବିକ୍ଷୋଭ ଜାରି ରଖିଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛି ଦଳ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe