Advertisment

ଜେଲ ଗଲେ ବିଧାୟକ ସାଲୁଜାଙ୍କ ପୁଅ ସେଜି

ସେଜି ଗିରଫ ହେବା ପରେ ଆଜି ପାଟନାଗଡ଼ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ।

ଅଦ୍ୟତନ ହୋଇଛି
seji singh

seji singh

Advertisment

ସର୍ବସମ୍ମୁଖରେ ଗଣ୍ଡଗୋଳ କରିବା କଂଗ୍ରେସର କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜିଙ୍କୁ ମହଙ୍ଗା ପଡ଼ିଛି। ଫେବୃଆରୀ ୧ ତାରିଖ ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଆଜି ଜେଲ ହାଜତକୁ ପଠାଇ ଦିଆଯାଇଛି। ସେଜି ଗିରଫ ହେବା ପରେ ଆଜି ପାଟନାଗଡ଼ ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଜାମିନ ଆବେଦନ ଖାରଜ କରିବାକୁ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସେଜିଙ୍କ ସହ ତାଙ୍କର ଆଉ ୫ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଥିଲେ। ସେମାନଙ୍କୁ ମଧ୍ୟ କୋର୍ଟ ଆଜି ଜାମିନ ଦେଇ ନାହାନ୍ତି। ଫଳରେ ସେଜିଙ୍କ ସହ ସେମାନେ ମଧ୍ୟ ଜେଲ ଯାଇଛନ୍ତି।

Advertisment

ଆଜି ପୁଲିସ୍‌ ତାଙ୍କୁ କୋର୍ଟରେ ହାଜର କରିବା ପରେ ସେଜି କହିଛନ୍ତି, “ମୋତେ ଚକ୍ରାନ୍ତ କରି ଫସାଇ ଦିଆଯାଇଛି। ଆଲିସାନ ସିନେମା ହଲର କର୍ମଚାରୀଙ୍କୁ ପଚାରିଲେ ପ୍ରକୃତ ସତ ସାମ୍ନାକୁ ଆସିବ।” ତେବେ ସେଜିଙ୍କୁ କିଏ ଓ କାହିଁକି ଫସାଇବାକୁ ଚେଷ୍ଟା କରୁଛନ୍ତି, ସେକଥା ପୁଲିସ୍‌ ସ୍ପଷ୍ଟ କରିନି।

ଫେବୃଆରୀ ୧ ତାରିଖରେ ସେଜି ଓ ତାଙ୍କର କିଛି ବନ୍ଧୁ କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍‌କୁ ଫିଲ୍ମ ଦେଖିବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି କାରଣ ପାଇଁ ସିନେମା ହଲ୍‌ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏପରି କି ସେଜି ସାଙ୍ଗ ମାନଙ୍କ ସହ ମିଶି ହଲରେ ଭଙ୍ଗାରୁଜା ମଧ୍ୟ କରିଥିଲେ।

Advertisment

ଏନେଇ ନେଇ ସିନେମା ହଲ୍ ମାଲିକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଜିଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେ ପୁଲିସଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ। ଏହାପରେ ସେଠାରୁ ଘରକୁ ଚାଲି ଯାଇଥିଲେ।

ସେଜି ସେଠାରୁ ଚାଲି ଯାଇଥିଲେ ମଧ୍ୟ ସିନେମା ହଲ୍‌ ମାଲିକଙ୍କ ରାଗ ଶାନ୍ତ ହୋଇ ନଥିଲା। ସେ ସେହି ରାତିରେ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଉକ୍ତ ଅଭିଯୋଗ ଆଧାରରେ ଫେବୃଆରୀ ୧ ରାତିରେ ହିଁ ତାଙ୍କୁ ଗିରଫ କରିଥିଲା। ସେଜିଙ୍କୁ ଗିରଫ କରିବା ପରେ ପୁଲିସ୍‌ ତାଙ୍କ ଜିମ୍‌ରେ ଚଢ଼ଉ କରିଥିଲେ। ଏହି ସମୟରେ ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ଦାମୀ ବ୍ରାଣ୍ଡର ୧୭ ଲିଟର ମଦ ଜବତ ହୋଇଥିଲା।

Odisha Congress Police Santosh Singh Saluja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe