Advertisment

ଭୋ ଭୋ ହୋଇ କାନ୍ଦିଲେ ସୁର ଭାଇ: କହିଲେ-ମୁଁ ମୋ ସାନ ଭାଇକୁ ହରାଇଲି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇ ଭୋ ଭୋ ହୋଇ କାନ୍ଦିଲେ ସୁର ଭାଇ। ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ମର୍ମାହତ ହୋଇ ଆଜି ଗଣମାଧ୍ୟମ ଆଗରେ ନିଜ ଛାତି ଭିତର ଯନ୍ତ୍ରଣାକୁ ସମ୍ଭାଳି ନପାରି କାନ୍ଦିଲେ ସୁର ଭାଇ। ଆଉ କହିଲେ, ଆଜି ମୁଁ ମୋ ସାନ ଭାଇକୁ ହରାଇଲି। ହେ’ ମହାପ୍ରଭୁ ଜଗନ୍ନାଥ ତା’ ପରିବାରକୁ ଶକ୍ତି ଦିଅନ୍ତୁ। ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ ବୋଲି କାନ୍ଦି କାନ୍ଦି ସୁରେଶ ରାଉତରାୟ କହିଛନ୍ତି। […]

ଅଦ୍ୟତନ ହୋଇଛି
ଭୋ ଭୋ ହୋଇ କାନ୍ଦିଲେ ସୁର ଭାଇ: କହିଲେ-ମୁଁ ମୋ ସାନ ଭାଇକୁ ହରାଇଲି

Congress MLA Sura Routray

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇ ଭୋ ଭୋ ହୋଇ କାନ୍ଦିଲେ ସୁର ଭାଇ। ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ମର୍ମାହତ ହୋଇ ଆଜି ଗଣମାଧ୍ୟମ ଆଗରେ ନିଜ ଛାତି ଭିତର ଯନ୍ତ୍ରଣାକୁ ସମ୍ଭାଳି ନପାରି କାନ୍ଦିଲେ ସୁର ଭାଇ। ଆଉ କହିଲେ, ଆଜି ମୁଁ ମୋ ସାନ ଭାଇକୁ ହରାଇଲି। ହେ’ ମହାପ୍ରଭୁ ଜଗନ୍ନାଥ ତା’ ପରିବାରକୁ ଶକ୍ତି ଦିଅନ୍ତୁ। ତାଙ୍କ ଅମର ଆତ୍ମାର ସଦ୍‌ଗତି ହେଉ ବୋଲି କାନ୍ଦି କାନ୍ଦି ସୁରେଶ ରାଉତରାୟ କହିଛନ୍ତି।

Advertisment

ସୁର ରାଉତରାୟ କହିଛନ୍ତି-“ଅଜିତ ମଙ୍ଗରାଜ ଛାତ୍ର ଅବସ୍ଥାରୁ ମୋ ସହିତ ସମ୍ପର୍କ ରଖିଥିଲେ। ମୋତେ ସେ ବଡ଼ ଭାଇ ବୋଲି ମାନୁଥିଲେ। ତାଙ୍କର କିଛି ଅସୁବିଧା ହେଲେ ମୋତେ କହୁଥିଲେ। ମୁଁ ତାଙ୍କୁ ସହଯୋଗ କରୁଥିଲି। ପିପିଲି ଉପନିର୍ବାଚନରେ ଛିଡ଼ା ହେବା ପାଇଁ ମୋତେ ବହୁ ଅନୁରୋଧ କରିଥିଲେ। ତାଙ୍କ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ଉପରେ ଚାପ ପକାଇଥିଲି। ଯେଉଁଥିପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା। କାରଣ ସେ ପିପିଲି ପାଇଁ କହୁ କିଛି କରିଛି। ବିଶେଷ କରି ସେ କଂଗ୍ରେସ ପାଇଁ ୨୦ ବର୍ଷ ଧରି କାମ କରିଛି।”

ସୁର ଆହୁରି କହିଛନ୍ତି-“ଆଜି ମୁଁ ଅଜିତ ପାଇଁ ଘରକୁ ଘର ବୁଲି ପ୍ରଚାର କରିଥିଲି। ମୋ ସହିତ ଜୟଦେବ ଯେନା, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଯେନା ପ୍ରମୁଖ ପ୍ରଚାର କରିଥିଲେ। ପରେ କିନ୍ତୁ ମୁଁ ମୋ ନିର୍ବାଚନିମଣ୍ଡଳୀରେ ଆୟୋଜିତ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲି। ସେଠାରେ ହଠାତ୍‌ ଶୁଣିବାକୁ ପାଇଲି କାବୁ ମଙ୍ଗରାଜ(ଅଜିତ) ଚାଲି ଗଲା। ଏକଥା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସହଜରେ ବିଶ୍ୱାସ କରିପାରିଲି ନାହିଁ।”

Advertisment

ସେ କହିଛନ୍ତି-“ଅଜିତଙ୍କୁ ଜିତାଇବା ପାଇଁ ଗତ ୧୧ ଦିନ ହେଲା ପ୍ରଚାର କରୁଥିଲି। ହେଲେ ଜଗନ୍ନାଥଙ୍କ ବରାଦ ନାହିଁ। ଆଜି ମୁଁ ମୋ ସାନ ଭାଇକୁ ହରାଇଲି। ସେ ଜଣେ ଭଲ ଲୋକ ଥିଲେ। ସେ ଜଣେ ଭଦ୍ର, ସରଳ ଲୋକ ଥିଲେ। ରାଗ କିଛି ନାହିଁ। ଅତି ଭଦ୍ର ସାନ ଭାଇଟିକୁ ଆଜି ଆମେ ହରାଇଛୁ। ଏଥିରେ ମୁଁ ମର୍ମାହତ। ହେ ଜଗନ୍ନାଥ ତା’ ପରିବାରକୁ ଶକ୍ତି ଦିଅ। ତା’ ଆତ୍ମାର ସଦ୍‌ଗତି ହେଉ।”

Pipili By-election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe