Advertisment

ଏକତାଙ୍କୁ ଟାର୍ଗେଟ୍‌ କଲେ ସୁର; କହିଲେ, ଲଜ୍ଜା... ଲଜ୍ଜା

ଭୁବନେଶ୍ୱର : କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଟାର୍ଗେଟ୍‌ରେ ଏବେ ବଲିଉଡ୍‌ ଫିଲ୍ମ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର। ଏକତାଙ୍କ ୱେବ ସିରିଜ୍‌ ‘ଟ୍ରିପଲ୍‌ ଏକ୍ସ ସିଜିନ୍ ୨’ ଫିଲ୍ମ ରିଲିଜ୍‌କୁ ସୁର ବିରୋଧ କରିଛନ୍ତି। ଏଥିରେ ଇଣ୍ଡିଆନ୍‌ ଆର୍ମିକୁ ବଦ୍‌ନାମ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ଗତକାଲି ଏହି ଫିଲ୍ମରେ ଉଠିଥିବା ବିବାଦକୁ ନେଇ ସୁର କହିଛନ୍ତି, ‘ମୋର ଯୋଡ଼ିଏ ଝିଅ। ଜଣଙ୍କର ସ୍ୱାମୀ ହେଉଛି କର୍ଣ୍ଣେଲ୍ ଓ ଅନ୍ୟ ଜଣଙ୍କର ସ୍ୱାମୀ […]

ଏକତାଙ୍କୁ ଟାର୍ଗେଟ୍‌ କଲେ ସୁର; କହିଲେ, ଲଜ୍ଜା... ଲଜ୍ଜା

ekta

Advertisment

ଭୁବନେଶ୍ୱର : କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଟାର୍ଗେଟ୍‌ରେ ଏବେ ବଲିଉଡ୍‌ ଫିଲ୍ମ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର। ଏକତାଙ୍କ ୱେବ ସିରିଜ୍‌ ‘ଟ୍ରିପଲ୍‌ ଏକ୍ସ ସିଜିନ୍ ୨’ ଫିଲ୍ମ ରିଲିଜ୍‌କୁ ସୁର ବିରୋଧ କରିଛନ୍ତି। ଏଥିରେ ଇଣ୍ଡିଆନ୍‌ ଆର୍ମିକୁ ବଦ୍‌ନାମ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

ଗତକାଲି ଏହି ଫିଲ୍ମରେ ଉଠିଥିବା ବିବାଦକୁ ନେଇ ସୁର କହିଛନ୍ତି, ‘ମୋର ଯୋଡ଼ିଏ ଝିଅ। ଜଣଙ୍କର ସ୍ୱାମୀ ହେଉଛି କର୍ଣ୍ଣେଲ୍ ଓ ଅନ୍ୟ ଜଣଙ୍କର ସ୍ୱାମୀ ମେଜର୍‌। ନିକଟରେ ଗୋଟିଏ ଫିଲ୍ମ ଏକତା କପୁର ରିଲିଜ୍‌ କରିଛନ୍ତି। ଯାହାର ଶୁଟିଂ ଚାଇନା-ପାକିସ୍ତାନ ବର୍ଡରରେ ହୋଇଛି। ଫିଲ୍ମରେ ଦେଖିବାକୁ ମିଳିଛି ଯେ ଯେଉଁ କର୍ଣ୍ଣେଲ୍‌ ଓ ମେଜର୍‌ମାନେ ବର୍ଡରରେ କାମ କରୁଛନ୍ତି ସେମାନଙ୍କ ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀମାନେ ବେଶ୍ୟାବୃତ୍ତି କରୁଛନ୍ତି। ଏପରିକି ଫିଲ୍ମରେ ଜଣେ ଡାକ୍ତରଙ୍କୁ ଇଣ୍ଡିଆନ୍ ଆର୍ମିର ପୋଷାକ ପିନ୍ଧାଇ ଆର୍ମି ଅଫିସରମାନଙ୍କ ସ୍ତ୍ରୀଙ୍କ ନେକେଡ୍‌ ଦୃଶ୍ୟ ଦେଖାଯାଇଛି। ଏପରି ଦୃଶ୍ୟ ଭାରତୀୟ ସେନାର ସ୍ତ୍ରୀମାନଙ୍କର ମର୍ଯ୍ୟାଦା ହାନି କରୁଛି। ଏହି ଫିଲ୍ମ ଯଦି ଡ୍ରପ୍‌ ନହୁଏ, ବିରାଟ ଆନ୍ଦୋଳନ ହେବ। ଭାରତୀୟ ନାରୀ ଓ ସେନାର ମର୍ଯ୍ୟାଦା ପ୍ରତି ଏହି ଫିଲ୍ମ ଏକ ଅପମାନ। ଏପରି ହେଲେ ଆମ ଆର୍ମି ଅଫିସରମାନେ ଦବିଯିବେ। ତେଣୁ ସରକାର ଏହାର ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ‘ଟ୍ରିପଲ୍‌ ଏକ୍ସ’ ଫିଲ୍ମକୁ ବ୍ୟାନ୍‌ କରନ୍ତୁ।

ସୂଚନାଯୋଗ୍ୟ, ‘ଟ୍ରିପଲ୍‌ ଏକ୍ସ ସିଜନ୍‌ ୨’ ଫିଲ୍ମରେ ଭାରତୀୟ ସେନା ପ୍ରତି ଅପମାନ ହୋଇଥିବା ନେଇ ବିବାଦ ଉଠିବା ପରେ ଏକତା କପୁରଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ତେଣୁ ଫିଲ୍ମରେ ଥିବା ବିବାଦୀୟ ସିନ୍‌କୁ ଡିଲିଟ୍‌ କରାଯାଇଥିଲା। ଏପରିକି ସୋଶାଲ ମିଡିଆରେ ତାଙ୍କୁ ରେପ୍‌ର ଧମକ ମଧ୍ୟ ମିଳିଥିଲା। ଫିଲ୍ମରେ ଭାରତୀୟ ସେନାର ପୋଷାକକୁ ଅପମାନ କରାଯାଇଥିବାରୁ, ଏଭଳି କାର୍ଯ୍ୟ ପାଇଁ ଏକତା କ୍ଷମା ମାଗନ୍ତୁ ବୋଲି ଦାବି ଉଠିଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe