Advertisment

ମୁଁ ମୋବାଇଲ୍‌ ସୁଇଚ୍‌ଅଫ୍‌ କରିଦେଉଛି, ମୋତେ କ୍ଷମା କରିଦେବ: ତାରା

ଜୟପୁର (ଟି.ଗୌରୀ ଶଙ୍କର): ଆଗାମୀ ୧୦ ଦିନ ଯାଏ ମୁଁ ମୋ ମୋବାଇଲ ଅଫ୍‌ କରିଦେଉଛି। ବାରମ୍ବାର ଫୋନ୍‌ ଆସୁଥିବାରୁ ଡିଷ୍ଟର୍ବ ହେଉଛି। ସେଥିପାଇଁ ମୋବାଇଲ୍‌ ବନ୍ଦ କରିବାକୁ ବାଧ୍ୟ ହେଉଛି। ଶାରୀରିକ ଅସୁସ୍ଥତା ପାଇଁ ଏପରି କରିବାକୁ ପଡ଼ୁଛି। ମୋତେ କ୍ଷମା କରିଦେବେ। ସବୁବେଳେ ବିନ୍ଦାସ୍‌ ଆନ୍ଦାଜରେ କଥା କହି ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଏମିତି ଭାବବ୍ୟୁହଳ ଭରା ଭିଡିଓ ବାର୍ତ୍ତା ଫେସ୍‌ବୁକ୍‌ ପେଜ୍‌ରେ ଜାରି କରିଛନ୍ତି।  ଭିଡିଓ ବାର୍ତ୍ତା […]

ଅଦ୍ୟତନ ହୋଇଛି
ମୁଁ ମୋବାଇଲ୍‌ ସୁଇଚ୍‌ଅଫ୍‌ କରିଦେଉଛି, ମୋତେ କ୍ଷମା କରିଦେବ: ତାରା

Tara Prasad Bahinipati

Advertisment

ଜୟପୁର (ଟି.ଗୌରୀ ଶଙ୍କର): ଆଗାମୀ ୧୦ ଦିନ ଯାଏ ମୁଁ ମୋ ମୋବାଇଲ ଅଫ୍‌ କରିଦେଉଛି। ବାରମ୍ବାର ଫୋନ୍‌ ଆସୁଥିବାରୁ ଡିଷ୍ଟର୍ବ ହେଉଛି। ସେଥିପାଇଁ ମୋବାଇଲ୍‌ ବନ୍ଦ କରିବାକୁ ବାଧ୍ୟ ହେଉଛି। ଶାରୀରିକ ଅସୁସ୍ଥତା ପାଇଁ ଏପରି କରିବାକୁ ପଡ଼ୁଛି। ମୋତେ କ୍ଷମା କରିଦେବେ। ସବୁବେଳେ ବିନ୍ଦାସ୍‌ ଆନ୍ଦାଜରେ କଥା କହି ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଆଜି ଏମିତି ଭାବବ୍ୟୁହଳ ଭରା ଭିଡିଓ ବାର୍ତ୍ତା ଫେସ୍‌ବୁକ୍‌ ପେଜ୍‌ରେ ଜାରି କରିଛନ୍ତି। 

Advertisment

ଭିଡିଓ ବାର୍ତ୍ତା ଜରି କରି ତାରା ଜୟପୁର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ମୋର ପ୍ରିୟ କୋରାପୁଟ ଓ ଜୟପୁରବାସୀଙ୍କୁ ମୋର ନମସ୍କାର। କରୋନାରୁ ମୁଁ ସୁସ୍ଥ ହୋଇଛି। କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ। ୧୦ ଦିନ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଦରକାର ପଡ଼ିଲେ ହାଇଦ୍ରାବାଦ ଯିବା ପାଇଁ ମନସ୍ତ କରୁଛି। ତେଣୁ ଦୟା କରି ମୋତେ କେହି ଭୁଲ୍‌ ବୁଝିବେ ନାହିଁ। କ୍ଷମା କରିବେ, ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ମୋତେ କେହି ଫୋନ୍‌ କରିବେନାହିଁ। ମୁଁ ମୋ ମୋବାଇଲ୍‌ ବନ୍ଦ କରିଦେଉଛି। ମୋବାଇଲ୍‌ ବନ୍ଦ ନକଲେ ବହୁ ଡିଷ୍ଟର୍ବ ହେଉଛି। ଯେଉଁଥିପାଇଁ ନା ମୁଁ ଦିନରେ ଶୋଇପାରୁଛି ନା ରାତିରେ ଶୋଇପାରୁଛି। ସେଥିପାଇଁ ମୋବାଇଲ୍‌ ବନ୍ଦ ରଖୁଛି ବୋଲି ତାରା ନିବେଦନ କରିଛନ୍ତି।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗତକିଛି ଦିନ ତଳେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହେବା ପରେ ଏବେ ସେ ଘରକୁ ଫେରିଛନ୍ତି। ତଥାପି ତାଙ୍କ ସ୍ୱାସ୍ଥ ଠିକ୍‌ ହୋଇନାହିଁ। ଡାକ୍ତରଙ୍କ ପରାମର୍ଶରେ ଏବେ ଘରେ ବିଶ୍ରାମ ନେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe