Advertisment

‘ମୋଦି ସରକାର ଆଖି ବୁଜା ତେଲ ଦର ବଢ଼ାଇବାରେ ଲାଗିଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଆଜିଠୁ ଦଳ ଆସନ୍ତା ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ। ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ ସାରା ବିଶ୍ୱରେ ଯେତେବେଳେ ବ୍ୟାରେଲ୍ ପିଛା ତେଲ ଦର କମିଛି, ସେତେବେଳେ ଭାରତ ବର୍ଷରେ ୬୦ ପ୍ରତିଶତ ତେଲ ଦର ବଢ଼ିଛି। ଏହାର ଭାଗିଦାରୀ […]

‘ମୋଦି ସରକାର ଆଖି ବୁଜା ତେଲ ଦର ବଢ଼ାଇବାରେ ଲାଗିଛନ୍ତି’

congress

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତୈଳ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଆଜିଠୁ ଦଳ ଆସନ୍ତା ୬ ଦିନ ଧରି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ। ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀ ବିକ୍ଷୋଭ ଆରମ୍ଭ କରିଛନ୍ତି।

Advertisment

ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,“ ସାରା ବିଶ୍ୱରେ ଯେତେବେଳେ ବ୍ୟାରେଲ୍ ପିଛା ତେଲ ଦର କମିଛି, ସେତେବେଳେ ଭାରତ ବର୍ଷରେ ୬୦ ପ୍ରତିଶତ ତେଲ ଦର ବଢ଼ିଛି। ଏହାର ଭାଗିଦାରୀ ହେଉଛନ୍ତି କେନ୍ଦ୍ର ସରକାର ଏବଂ ଭାଟ୍‌ରେ ଅଛନ୍ତି ରାଜ୍ୟ ସରକାର। ଆଜି ୮୦ ଟଙ୍କା ଛୁଇଁଲାଣି ତେଲ ଦର। ଫଳରେ ସାଧାରଣ ଲୋକଙ୍କୁ ଭୂଆଁ ବୁଲା ଯାଉଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାର କିଛି ଯଥାର୍ଥତା ନାହିଁ। ମୋଦି ସରକାର ଆଖି ବୁଜା ଦର ବଢ଼ାଇବାରେ ଲାଗିଛନ୍ତି।”

ତେବେ ଆସନ୍ତାକାଲିଠୁ ଦଳ ପକ୍ଷରୁ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିବ। ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଲଗାତାର ଭାବେ ଦେଶରେ ତୈଳ ଦର ବଢ଼ି ଚାଲିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe