ବିବାଦରେ ଅନୁଭବଙ୍କ ଡକ୍ଟରେଟ୍ ଉପାଧି, ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ପାଇଲେ ଡକ୍ଟରେଟ୍ ଉପାଧି! ଏହା ଆମେ କହୁନୁ ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏକ ପୋଷ୍ଟରୁ ଏହା ଜଣାପଡ଼ିଛି। ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ସାଂସଦ ଅନୁଭବ ଡକ୍ଟରେଟ୍ ଉପାଧି ପାଇଥିବା ନେଇ ସୋଶାଲ ମିଡିଆରେ ଫଟୋ ଘୁରି ବୁଲୁଛି। ତେବେ ସୋଶାଲ ମିଡିଆରେ ଏହି ଖବର ପ୍ରସାରିତ ପରେ ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ। କଂଗ୍ରେସ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର […]

anubhav-mohanty

anubhav-mohanty

Ranjit Kumar Jena
  • Published: Sunday, 12 December 2021
  • Updated: 12 December 2021, 08:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି ପାଇଲେ ଡକ୍ଟରେଟ୍ ଉପାଧି! ଏହା ଆମେ କହୁନୁ ସୋଶାଲ ମିଡିଆରେ ଘୁରି ବୁଲୁଥିବା ଏକ ପୋଷ୍ଟରୁ ଏହା ଜଣାପଡ଼ିଛି। ଆମେରିକାର ଏକ ବିଶ୍ୱବିଦ୍ୟାଳୟରୁ ସାଂସଦ ଅନୁଭବ ଡକ୍ଟରେଟ୍ ଉପାଧି ପାଇଥିବା ନେଇ ସୋଶାଲ ମିଡିଆରେ ଫଟୋ ଘୁରି ବୁଲୁଛି। ତେବେ ସୋଶାଲ ମିଡିଆରେ ଏହି ଖବର ପ୍ରସାରିତ ପରେ ଏବେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ।

କଂଗ୍ରେସ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ଅନୁଭବ ମହାନ୍ତି ଯୁକ୍ତ ଦୁଇ ପାସ୍ କରିନଥିବା ନେଇ କଂଗ୍ରେସ ପୂର୍ବରୁ ଅଭିଯୋଗ କରିଆସିଛି। କିନ୍ତୁ ନିଜେ ଅନୁଭବ କିମ୍ବା ତାଙ୍କ ଦଳ ତରଫରୁ ଏହାର ଉତ୍ତର ମିଳିନାହିଁ। ଏଥିସହ ପୂର୍ବରୁ ସାଂସଦ ଅନୁଭବ ଯେଉଁ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ତାହା ମଧ୍ୟ କଳା ତାଲିକାଭୁକ୍ତ ୟୁନିଭରସିଟି ଥିଲା। ଏବେ ସୋଶାଲ ମିଡିଆରେ ଘୁରି ବୁଲୁଥିବା ସାଂସଦଙ୍କୁ ଡକ୍ଟରେଟ୍ ଉପାଧି ଖବର, ନିଶ୍ଚିତ ଭାବେ ଚଞ୍ଚକତାର ଆଉ ଏକ ଫର୍ଦ୍ଦ ହୋଇଥାଇପାରେ ବୋଲି ନିଶିକାନ୍ତ କହିଛନ୍ତି। ତେଣୁ ସାଂସଦ ନିଜେ ସାମ୍ନାକୁ ଆସି ଏହା ଉପରୁ ପରଦା ହଟାଇବା ଉଚିତ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।

ସେପଟେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି। ତେଣୁ ସାଂସଦ ଅନୁଭବ ସାମ୍ନାକୁ ଆସି ଏହା ଉପରେ ସ୍ପଷ୍ଟ କରିବା ସହ ସମସ୍ତଙ୍କ ସନ୍ଦେହ ଦୂର କରିବା ଉଚିତ। ତେବେ ଏନେଇ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ ମୋବାଇଲ ନମ୍ବରରେ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

ସୂଚନାଯୋଗ୍ୟ, ଗତ ବର୍ଷ କଂଗ୍ରେସ ଅଭିଯୋଗ ଆଣିଥିଲା ଯେ ଯୁକ୍ତ ୨ର ବିନା ମାଇଗ୍ରେସନ୍‌ ସାର୍ଟିଫିକେଟ୍‌ରେ ଅନୁଭବ ଅନ୍ୟ ବିଶ୍ୱବିଦ୍ୟାଳୟରେ କେମିତି ପଢ଼ିଲେ? ଅନ୍ୟପକ୍ଷରେ ୨୦୧୦ରେ ଶୋଭିତ୍ ୟୁନିଭର୍ସିଟିର ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। ତେଣୁ ସରକାରଙ୍କ ସ୍ୱୀକୃତି ନଥିବା ଏକ ବିଶ୍ୱ ବିଦ୍ୟାଳୟରେ ଅନୁଭବ କେମିତି ପାଠ ପଢୁଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲା।

ଏହାର ଜବାବ ରଖି ସାଂସଦ ଅନୁଭବ ମହାନ୍ତି କହିଥିଲେ ଯେ କଂଗ୍ରେସ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ଦିଷ୍ଟ। ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ସେ ସତ୍ୟପାଠରେ ସଂପୂର୍ଣ୍ଣ ସତ ତଥ୍ୟ ଦେଇଥିବା ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos