ଏଡିଏମ୍ ଅଫିସ୍‌ ଆଗରେ ଶୁଭିଲା ବିଜେପି ବିରୋଧୀ ନାରା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ଆଜି ଦିନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରୁଛି।&nbsp; ଭୁବନେଶ୍ୱର ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱାସ ଘାତକ ଦିବସ ଭାବେ ବିକ୍ଷୋଭ କରିଛି କଂଗ୍ରେସ।&nbsp; ଗତ ୪ ବର୍ଷ ମଧ୍ୟରେ ବିଜେପି ସରକାର ନିଜ ସମସ୍ତ ପ୍ରତିଶ୍ରୁତି ପାଳନରେ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ। ଖୋଦ୍ ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି।&nbsp; ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ହେଉ କି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା ହେଉ, ଏନ୍&zwnj;ଡିଏ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି।&nbsp; ଚାଷୀ ସଂକଟରେ ପଡ଼ିଥିବା ବେଳେ ଦେଶର ସୁରକ୍ଷା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।&nbsp; ଦୁର୍ବଳ ହୋଇଛି ଦେଶର ଅର୍ଥନୀତି।</p> <p>ସେହିପରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ିଛି ଅତ୍ୟାଚାର।&nbsp; ମୋଦି ନିଜ ପ୍ରତିଶ୍ରୁତି ପୂରଣ&nbsp; କରିନଥିବାରୁ ସାରା ଦେଶରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।</p>

Ordigital Desk
  • Published: Saturday, 26 May 2018
  • Updated: 26 May 2018, 02:28 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କଂଗ୍ରେସ ଆଜି ଦିନକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରୁଛି।&nbsp; ଭୁବନେଶ୍ୱର ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱାସ ଘାତକ ଦିବସ ଭାବେ ବିକ୍ଷୋଭ କରିଛି କଂଗ୍ରେସ।&nbsp; ଗତ ୪ ବର୍ଷ ମଧ୍ୟରେ ବିଜେପି ସରକାର ନିଜ ସମସ୍ତ ପ୍ରତିଶ୍ରୁତି ପାଳନରେ ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ। ଖୋଦ୍ ପ୍ରଧାନମନ୍ତ୍ରୀ ନିଜେ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି।&nbsp; ପ୍ରତ୍ୟେକ ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ହେଉ କି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କଥା ହେଉ, ଏନ୍&zwnj;ଡିଏ ସରକାର ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି।&nbsp; ଚାଷୀ ସଂକଟରେ ପଡ଼ିଥିବା ବେଳେ ଦେଶର ସୁରକ୍ଷା ପ୍ରତି ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।&nbsp; ଦୁର୍ବଳ ହୋଇଛି ଦେଶର ଅର୍ଥନୀତି।</p><p>ସେହିପରି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ବଢ଼ିଛି ଅତ୍ୟାଚାର।&nbsp; ମୋଦି ନିଜ ପ୍ରତିଶ୍ରୁତି ପୂରଣ&nbsp; କରିନଥିବାରୁ ସାରା ଦେଶରେ କଂଗ୍ରେସ ବିଶ୍ୱାସଘାତ ଦିବସ ପାଳନ କରୁଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos