Advertisment

ତେଲ ଦର ବୃଦ୍ଧି: ଆସନ୍ତାକାଲି କଂଗ୍ରେସର 'ଭାରତ ବନ୍ଦ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ‘ଭାରତ ବନ୍ଦ’ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ଓଡ଼ିଶାରେ ମଧ୍ୟ ଦଳ ପକ୍ଷରୁ ବନ୍ଦ ପାଳନ କରାଯିବା। ଆସନ୍ତାକାଲି ରାଜ୍ୟ କଂଗ୍ରେସ୍‌ର କୌଣସି ବିଧାୟକ ବିଧାନସଭା ଯିବେନି। ଏଥିପାଇଁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିବାକୁ ଦଳ ଦାବି କରିଛି। ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ […]

ଅଦ୍ୟତନ ହୋଇଛି
ତେଲ ଦର ବୃଦ୍ଧି: ଆସନ୍ତାକାଲି କଂଗ୍ରେସର 'ଭାରତ ବନ୍ଦ'

Niranjan-Patnaik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ‘ଭାରତ ବନ୍ଦ’ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ବନ୍ଦ ପାଳନ କରିବ ଦଳ। ଓଡ଼ିଶାରେ ମଧ୍ୟ ଦଳ ପକ୍ଷରୁ ବନ୍ଦ ପାଳନ କରାଯିବା।

Advertisment

ଆସନ୍ତାକାଲି ରାଜ୍ୟ କଂଗ୍ରେସ୍‌ର କୌଣସି ବିଧାୟକ ବିଧାନସଭା ଯିବେନି। ଏଥିପାଇଁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିବାକୁ ଦଳ ଦାବି କରିଛି।

ଅନ୍ୟପକ୍ଷରେ ତେଲ ଦର ବୃଦ୍ଧିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛନ୍ତି।

Advertisment

"ବିଜେଡିର ସାଙ୍କେତିକ ବିରୋଧ ଚଳିବ ନାହିଁ। ତେଲ ଦର ବୃଦ୍ଧି ଯଦି ସରକାରଙ୍କୁ ବାଧୁଛି ତେବେ ଏହାକୁ ଜିଏସଟି ପରିସରକୁ ଆଣାଯାଉ" ବୋଲି କହିଛନ୍ତି ନିରଞ୍ଜନ।

ନିରଞ୍ଜନ, ଉଭୟ କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଉଜ୍ଜ୍ଵଲା ଯୋଜନା ବିଫଳ ହୋଇଛି, ଗରିବ ଲୋକ ଗ୍ୟାସ ନେବାକୁ ଅସମର୍ଥ। କେବଳ ବିଜ୍ଞାପନରେ ପ୍ରଚାର ଚାଲିଛି।”

ନିରଞ୍ଜନ କହିଛନ୍ତି, “ଓଡ଼ିଶାରେ ବନ୍ଦ ପାଳନ ଶତ ପ୍ରତିଶତ ଶାନ୍ତିପୂର୍ଣ୍ଣ ହେବ। କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ବନ୍ଦକୁ ନେଇ ସାରା ରାଜ୍ୟରେ ଉତ୍ସାହ ଓ ଆଗ୍ରହ ରହିଛି। ଓଡ଼ିଶାବାସୀଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଏ ଭାରତ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହେବ।”

ବନ୍ଦ ପାଳନ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବନ୍ଦ ଯୋଗୁ ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡ଼ି ପ୍ରଭାବିତ ହେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe