Advertisment

‘ଘୋଡ଼ା’ ବଜାରରେ ସମିତି ସଭ୍ୟଙ୍କ ଦର ୫-୧୦ ଲକ୍ଷ ଟଙ୍କା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ପଞ୍ଚାୟତ ନିର୍ବାଚନ। ଏଥିରେ ବିଜେପି, କଂଗ୍ରେସ ମୁହଁମାଡ଼ି ପଡ଼ିଥିବା ବେଳେ ବିଜେଡିର ଜିତାପଟ ହୋଇଛି। ଏହାପରେ ଆସନ୍ତା ୧୨ ତାରିଖରେ ବ୍ଳକ ଅଧ୍ୟକ୍ଷ ପାଇଁ ରାଜ୍ୟର ୩୧୪ ବ୍ଳକରେ ହେବ ନିର୍ବାଚନ। ହେଲେ  ଏଥିରେ ବି ବାଜିମାତ କରିବାକୁ ସଜବାଜ ହେଲାଣି ବିଜେଡି। ଏପରିକି ନିର୍ଦଳୀୟ ତଥା କଂଗ୍ରେସ, ବିଜେପି ସମିତି ସଭ୍ୟଙ୍କୁ କିଣିବାକୁ ଆରମ୍ଭ କଲାଣି ଘୋଡ଼ା ବେପାର। ସମିତି ସଭ୍ୟ ପିଛା ୫ରୁ ୧୦ ଲକ୍ଷ ଲେଖାଏଁ  ଅଫର ଦେଉଛି […]

ଅଦ୍ୟତନ ହୋଇଛି
‘ଘୋଡ଼ା’ ବଜାରରେ ସମିତି ସଭ୍ୟଙ୍କ ଦର ୫-୧୦ ଲକ୍ଷ ଟଙ୍କା!

saluja

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ପଞ୍ଚାୟତ ନିର୍ବାଚନ। ଏଥିରେ ବିଜେପି, କଂଗ୍ରେସ ମୁହଁମାଡ଼ି ପଡ଼ିଥିବା ବେଳେ ବିଜେଡିର ଜିତାପଟ ହୋଇଛି। ଏହାପରେ ଆସନ୍ତା ୧୨ ତାରିଖରେ ବ୍ଳକ ଅଧ୍ୟକ୍ଷ ପାଇଁ ରାଜ୍ୟର ୩୧୪ ବ୍ଳକରେ ହେବ ନିର୍ବାଚନ। ହେଲେ  ଏଥିରେ ବି ବାଜିମାତ କରିବାକୁ ସଜବାଜ ହେଲାଣି ବିଜେଡି। ଏପରିକି ନିର୍ଦଳୀୟ ତଥା କଂଗ୍ରେସ, ବିଜେପି ସମିତି ସଭ୍ୟଙ୍କୁ କିଣିବାକୁ ଆରମ୍ଭ କଲାଣି ଘୋଡ଼ା ବେପାର। ସମିତି ସଭ୍ୟ ପିଛା ୫ରୁ ୧୦ ଲକ୍ଷ ଲେଖାଏଁ  ଅଫର ଦେଉଛି ବିଜେଡି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

Advertisment

ଏନେଇ ଆଜି ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ାବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ସମର୍ଥନରେ ଥିବା ପ୍ରାର୍ଥୀଙ୍କୁ  ଲୋଭ ଦିଆଯାଉଛି। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ ଲେଖାଏଁ ଦେବାକୁ ଅଫର ଦେଇଛି ବିଜେଡି। ୨୨ ବର୍ଷ ହେଲା କଂଗ୍ରେସ ଶାସନରେ ନାହିଁ, ତେଣୁ କଂଗ୍ରେସ କାହାକୁ କ’ଣ ମିଛ ପ୍ରତିଶ୍ରୁତି ଦେବ।  ଶାସକ ଦଳ ହିଁ ଛଳନା ରାଜନୀତି କରୁଛି।

ମଧ୍ୟ ଆଣିଛି ସମାନ ଅଭିଯୋଗ।  ଟଙ୍କା ବଳରେ ପଞ୍ଚାୟତ ଭୋଟ ପାଇବା ପରେ, ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜେଡି ଟଙ୍କାକୁ ଅସ୍ତ୍ର କରିଥିବା ବିଜେପି ଅଭିଯୋଗ ଆଣିଛି। ଅର୍ଥବଳରେ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି।

Advertisment

ଏନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,  ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଘୋଡ଼ା ବେପାର ଆରମ୍ଭ କଲାଣି ବିଜେଡି। କଳେବଳେ କୌଶଳେ ପଦ ହାତେଇବାକୁ  ଆରମ୍ଭ କଲାଣି ଚେଷ୍ଟା । ଅନେକ ଜାଗାରେ ବିଜେଡି ବିରୋଧରେ ବି ଜନମତ ଯାଇଛି। ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ପଛେ ସମିତି ସଭ୍ୟଙ୍କୁ ଆଣି ବ୍ଲକ ଅଧ୍ୟକ୍ଷ କରିବାକୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏଠାରେ ଗଣତନ୍ତ୍ର ପ୍ରକ୍ରିୟାକୁ ହତ୍ୟା କରାଯାଉଛି। ବ୍ୟାପକ ଅର୍ଥ ଖର୍ଚ୍ଚ କରିଛନ୍ତି। ସରକାରୀ କଳ, ମିଶନ ଶକ୍ତିକୁ ବ୍ୟବହାର କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ଗଣତାନ୍ତ୍ରୀକ ପ୍ରକ୍ରିୟାକୁ ହତ୍ୟା କରିବା ଅଭ୍ୟାସକୁ ଆଉ ଥରେ ପ୍ରଦର୍ଶୀତ କଲେ ଶାସକ ଦଳ। ଏବେ ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ପୁଣି ଥରେ ଏପରି କରିବାକୁ ଚେଷ୍ଟା ଚଳାଇଛନ୍ତି।

ବିରୋଧୀଙ୍କ ଅଭିଯୋଗର ସତ୍ୟତା ନ ଥିବା କହିଛି ବିଜେଡି। ୭୬୬ ଜିଲ୍ଲା ପରିଷଦ ଜିତୁଥିବା ଶାସକ ଦଳ ବ୍ଲକ ଅଧ୍ୟକ୍ଷ ପଦ ପାଇଁ କାହିଁକି ଚିନ୍ତା କରିବ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ଏନେଇ ସେ କହିଛନ୍ତି ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ଯଥାର୍ଥତା ନାହିଁ। ଜଣେ ଲୋକ ୪ଟି ଭୋଟ  ୱାର୍ଡ ମେମ୍ବର, ସମିତିସଭ୍ୟ, ସରପଞ୍ଚ, ଦଳକୁ ଦେଇଥିଲା। ସେଠାରେ ଭୋଟର କିପରି ଭୁଲ୍‌ କଲା। ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ଆମେ ଭଲ କରିବୁ ବୋଲି ଆଶା ରଖିଛୁ।

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe