Advertisment

ରୁଚିକା ଆତ୍ମହତ୍ୟା: ସନ୍ଦେହରେ ପୁଲିସର ଭୂମିକା, ବିଧାନସଭାରେ ଉଠାଇବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ୧୧ଦିନ ପରେ ବି ପୁଲିସ ହାତ ଖାଲି । ରାଗିଂ ଯୋଗୁ ଆତ୍ମହତ୍ୟା କରୁଥିବା ନେଇ ରୁଚିକା ତାଙ୍କର ଆତ୍ମହତ୍ୟା ନୋଟ ଉଲ୍ଲେଖ କରିଥିଲେ ମଧ୍ୟ କାହିଁକି କମିଶନରେଟ ପୁଲିସ ଏହାକୁ ଗୁରୁତ୍ୱର ସହ ନେଉନି ତାହା ଏବେ ପୁଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି। ଏପଟେ ଝିଅ ଆତ୍ମହତ୍ୟା ପାଇଁ ଦାୟୀ ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି […]

ରୁଚିକା ଆତ୍ମହତ୍ୟା: ସନ୍ଦେହରେ ପୁଲିସର ଭୂମିକା, ବିଧାନସଭାରେ ଉଠାଇବ କଂଗ୍ରେସ

Ruchika

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ୧୧ଦିନ ପରେ ବି ପୁଲିସ ହାତ ଖାଲି । ରାଗିଂ ଯୋଗୁ ଆତ୍ମହତ୍ୟା କରୁଥିବା ନେଇ ରୁଚିକା ତାଙ୍କର ଆତ୍ମହତ୍ୟା ନୋଟ ଉଲ୍ଲେଖ କରିଥିଲେ ମଧ୍ୟ କାହିଁକି କମିଶନରେଟ ପୁଲିସ ଏହାକୁ ଗୁରୁତ୍ୱର ସହ ନେଉନି ତାହା ଏବେ ପୁଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରିଛି।

Advertisment

ଏପଟେ ଝିଅ ଆତ୍ମହତ୍ୟା ପାଇଁ ଦାୟୀ ଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିବା ରୁଚିକାଙ୍କ ମା’ଙ୍କୁ ପୁଲିସ ବଳପୂର୍ବକ ଉଠାଇ ଦେବାକୁ ରାଜ୍ୟ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଆଉ ଭୁବନେଶ୍ୱର ପୁଲିସ ଡିସିପି ପ୍ରତୀକ ସିଂ ଏହି ମାମଲାରେ ଆଜି ସାମ୍ବାଦିକ ସମ୍ମିଳନୀ କରି ରାଗିଂ ଯୋଗୁ ଆତ୍ମହତ୍ୟା ହୋଇଥିବାର ପ୍ରମାଣ ନାହିଁ ଓ ଅଧିକ ଖୋଳତାଡ଼ ପାଇଁ ରୁଚିକାଙ୍କ ମୋବାଇଲ ଫୋନକୁ ସିଙ୍ଗାପୁର ପଠାଯିବ ବୋଲି କହି ଦିନ ଗଡ଼ାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରୁଚିକାଙ୍କ ମା’ଙ୍କୁ ପୁଲିସର ଅମାନୁଷିକ ବ୍ୟବହାରରେ ସେ ନିଜେ ମର୍ମାହତ । ପୁଲିସ ତାଙ୍କୁ ବୁଝାଇ ପାରିଥାନ୍ତା କିମ୍ବା ଅତି ବେଶୀରେ ନୋଟିସ୍ କରିପାରିଥାନ୍ତା । ମାତ୍ର ତାଙ୍କ ମା’ଙ୍କୁ ବଳପୂର୍ବକ ଉଠାଇ ନେବାର କି ଆବଶ୍ୟକତା ଥିଲା ତାହା ବୁଝାପଡ଼ୁନି । ମାନବିକ ଅଧିକାର କ୍ଷୂଣ୍ଣ କରିଛି ପୁଲିସ । ଏହି ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକଙ୍କୁ କହିଛନ୍ତି ଯେ, ରୁଚିକା ଆତ୍ମହତ୍ୟା ମାମଲାରେ ରାଗିଂକୁ ନେଇ କୌଣସି ସୁରାକ ଏପର୍ଯ୍ୟନ୍ତ ମିଳିନାହିଁ । ଏପର୍ଯ୍ୟନ୍ତ ପୁଲିସ ରୁଚିକା ମାମଲାରେ ୧୯୮ଜଣ ଛାତ୍ରୀ, ହଷ୍ଟେଲ ଅନ୍ତେବାସୀ, ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ପଚରାଉଚୁରା କରାଯାଇଛି।

Advertisment

କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । କିମ୍ବା କୌଣସି ପିଲା ସେଭଳି କହିନାହାନ୍ତି କି ସୁରାକ ମଧ୍ୟ ମିଳିନି । ସବୁ ଦିଗରୁ ତଦନ୍ତ ଜାରି ରହିଛି । ପୁଲିସକୁ ଯେକେହି ସୂଚନା ଦେବାକୁ ଚାହିଁଲେ ସେଥିପାଇଁ ମଧ୍ୟ ଏକ ନମ୍ବର ଜାରି କରାଯାଇଛି । କାହା ପାଖରେ କିଛି ତଥ୍ୟ ଥିଲେ ସେମାନେ ଏହି ନମ୍ବରରେ ଜଣାଇପାରିବେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe