Advertisment

କଂଗ୍ରେସ ଭବନ ଆଗରେ ନିରଞ୍ଜନଙ୍କୁ ହଟାଅ ନାରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ଜୋରଦାର ନାରା ଦିଆଯାଇଛି। ଆଜି ଅପରାହ୍ନରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ। ରବିବାର ଅପରାହ୍ଣରେ ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କଂଗ୍ରେସ ଭବନ ଆଗରେ ନିରଞ୍ଜନଙ୍କୁ ହଟାଅ ନାରା

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ଜୋରଦାର ନାରା ଦିଆଯାଇଛି। ଆଜି ଅପରାହ୍ନରେ କିଛି କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ।

Advertisment

ରବିବାର ଅପରାହ୍ଣରେ ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଛନ୍ତି। ନିରଞ୍ଜନ ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି। କିନ୍ତୁ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ଵ ଦେଉଛନ୍ତି। କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି। ପିପିଲି, ବାଲେଶ୍ୱର, ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ପୁଣି ଶାସକ ଦଳ ସହ ବୁଝାମଣା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ। ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନ୍ଦୋଳନ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି କର୍ମୀ।

ଆନ୍ଦୋଳନ କରୁଥିବା ଜଣେ କଂଗ୍ରେସ କର୍ମୀ କହିଛନ୍ତି, ଦିନକୁ ଦିନ କଂଗ୍ରେସକୁ ତଳକୁ ନେଇ ଯାଉଛନ୍ତି। ଲଢ଼େରେ ହାର୍ ଜିତ୍ ତ ଥାଏ। କିନ୍ତୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ଯେଉଁଭଳି ପରାଜୟ ସ୍ୱୀକାର କରୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ସେ ଅନ୍ୟ ଦଳ ସହ ସାଲିସ୍ କରି କଂଗ୍ରେସକୁ ବିକ୍ରି କରୁଦେଉଛନ୍ତି। ତେଣୁ ପିସିସି ସଭାପତିଙ୍କୁ ହଟାଯିବା ପରେ ଜଣେ ଯୋଗ୍ୟ ପ୍ରାର୍ଥୀ ଆସିଲେ କଂଗ୍ରେସ ଆଗକୁ ଯାଇପାରିବ। ନୂଆ ସଭାପତି ଆସିଲେ ଅତି କମରେ କଂଗ୍ରେସ ନିର୍ବାଚନ ଗୁଡ଼ିକରେ ଫାଇଟ୍ କରିପାରିବ।

Advertisment

ସେହିପରି ଆଉ ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ ଦିନେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି। ଏବେ ଆଉ କଂଗ୍ରେସ ପୂର୍ବଭଳି ହୋଇ ରହିନାହିଁ। ବର୍ତ୍ତମାନ କଂଗ୍ରେସ କିଛି ଲୋକଙ୍କ ଦ୍ୱାରା ପରିଚାଳିତ। ନିଜର ସ୍ୱାର୍ଥ ହାସଲ କରିବାକୁ ଯାଇ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ବିକିଦେଲେ। ପିପିଲି ପରିସ୍ଥିତି ପାଇଁ ନିଜେ ପିସିସି ସଭାପତି ଦାୟୀ'।

କଂଗ୍ରେସ ଭବନ ଆଗରେ ଅସନ୍ତୁଷ୍ଟ କର୍ମୀଙ୍କ ବିରୋଧକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।