Advertisment

ବନ୍ଦ ବେଳେ ନୂଆବୋହୂର ବାଟ ଓଗାଳିଲେ ଆନ୍ଦୋଳନକାରୀ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଫୁଲରେ ସଜା ହୋଇଥିବା ଗାଡ଼ି (ବର ଗାଡ଼ି ହେଉ କି ଶବ ସତ୍କାର ପାଇଁ ଯାଉଥିବା ଗାଡ଼ି)କୁ ବନ୍ଦରୁ ବାଦ୍‌ ଦିଆଯିବ ବୋଲି ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ତେବେ ଆଜି ବନ୍ଦ ପାଳନ ବେଳେ ସବୁ ସ୍ଥାନରେ କଂଗ୍ରେସ କର୍ମୀମାନେ ଏହାକୁ କଡ଼ାକଡ଼ି ଭାବେ ପାଳନ କରି ନଥିଲେ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ। ରାଉରକେଲାର ଜଣେ ଯୁବକ ବାହା ହେବାକୁ ବ୍ରହ୍ମପୁର […]

author-image
Jitendra Garnayak
ଅଦ୍ୟତନ ହୋଇଛି
ବନ୍ଦ ବେଳେ ନୂଆବୋହୂର ବାଟ ଓଗାଳିଲେ ଆନ୍ଦୋଳନକାରୀ

car

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଫୁଲରେ ସଜା ହୋଇଥିବା ଗାଡ଼ି (ବର ଗାଡ଼ି ହେଉ କି ଶବ ସତ୍କାର ପାଇଁ ଯାଉଥିବା ଗାଡ଼ି)କୁ ବନ୍ଦରୁ ବାଦ୍‌ ଦିଆଯିବ ବୋଲି ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ତେବେ ଆଜି ବନ୍ଦ ପାଳନ ବେଳେ ସବୁ ସ୍ଥାନରେ କଂଗ୍ରେସ କର୍ମୀମାନେ ଏହାକୁ କଡ଼ାକଡ଼ି ଭାବେ ପାଳନ କରି ନଥିଲେ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ।

Advertisment

ରାଉରକେଲାର ଜଣେ ଯୁବକ ବାହା ହେବାକୁ ବ୍ରହ୍ମପୁର ଯାଇଥିଲେ। ସେଠାରୁ ଆଜି ନୂଆବୋହୂଙ୍କୁ ଧରି ଫେରିବା ବେଳେ ରାଜଗାଙ୍ଗପୁର ଠାରେ ବନ୍ଦ ପାଳନ କରୁଥିବା କଂଗ୍ରେସ କର୍ମୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।

ବରକନ୍ୟାଙ୍କ ଗାଡ଼ି ଜାଣି ସୁଦ୍ଧା ଆନ୍ଦୋଳନକାରୀମାନେ ସେମାନଙ୍କୁ ଛାଡ଼ି ନଥିଲେ। ଫଳରେ ୧୦ ନମ୍ବର ରାଜ୍ୟ ରାଜପଥରେ ସେମାନଙ୍କୁ କିଛି ସମୟ ଅଟକି ରହିବାକୁ ପଡ଼ିଥିଲା। ତେବେ କିଛି କଂଗ୍ରେସ ନେତାଙ୍କ ହସ୍ତକ୍ଷେପ ପରେ ବରକନ୍ୟାଙ୍କୁ ଯିବାକୁ ଦିଆଯାଇଥିଲା।

Advertisment

ସୋନପୁର ବିନିକାରେ ମଧ୍ୟ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର। ଆନ୍ଦୋଳନକାରୀମାନେ ଏକ ବରଯାତ୍ରୀ ବସ୍‌କୁ ଅଟକାଇ ଦେଇଥିଲେ।

ଆନ୍ଦୋଳନକାରୀମାନେ ବରକନ୍ୟା ବସିଥିବା କାର୍‌କୁ ଛାଡ଼ି ଦେଇଥିଲେ। କିନ୍ତୁ ବରଯାତ୍ରୀ ବସ୍‌, ଡିଜେ ବସ୍‌ ଓ ବିବାହ ସାମଗ୍ରୀ ବଝେଇ ହୋଇଥିବା ଗାଡ଼ିକୁ ଅଟକାଇ ଦେଇଥିଲେ। ସେମାନେ ରାଉରକେଲାରୁ ବାହାଘର ସାରି ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଫେରୁଥିବା ବେଳେ ଆନ୍ଦୋଳନକାରୀ ସେମାନଙ୍କୁ ଅଟକାଇ ଦେଇଥିଲେ।