Advertisment

ପରିବହନ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ପଟ୍ଟାମୁଣ୍ଡାଇ (ପ୍ରବିର କୁମାର ନାୟକ): ଦଳୀୟ ଭିତ୍ତିରେ ରାସନ୍‌ କାର୍ଡ ବଣ୍ଟନ କରାଯାଇଥିବା ଅଭିଯୋଗ ଆଣି କଂଗ୍ରେସ କର୍ମୀମାନେ ଆଜି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ କରିଛନ୍ତି। ଏପରିକି ମନ୍ତ୍ରୀ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌ ନାରା ଦେଇଛନ୍ତି। ଏହି ଘଟଣାରେ ରାଜନଗର ଥାନା ପୁଲିସ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ରାଜନଗର ବ୍ଲକରେ ରାସନ୍‌କାର୍ଡ ବଣ୍ଟନ […]

ଅଦ୍ୟତନ ହୋଇଛି
ପରିବହନ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

congresas

Advertisment

ପଟ୍ଟାମୁଣ୍ଡାଇ (ପ୍ରବିର କୁମାର ନାୟକ): ଦଳୀୟ ଭିତ୍ତିରେ ରାସନ୍‌ କାର୍ଡ ବଣ୍ଟନ କରାଯାଇଥିବା ଅଭିଯୋଗ ଆଣି କଂଗ୍ରେସ କର୍ମୀମାନେ ଆଜି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ କରିଛନ୍ତି। ଏପରିକି ମନ୍ତ୍ରୀ ଗୋ ବ୍ୟାକ୍‌ ଗୋ ବ୍ୟାକ୍‌ ନାରା ଦେଇଛନ୍ତି। ଏହି ଘଟଣାରେ ରାଜନଗର ଥାନା ପୁଲିସ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

Advertisment

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ରାଜନଗର ବ୍ଲକରେ ରାସନ୍‌କାର୍ଡ ବଣ୍ଟନ କରାଯାଉଥିଲା। ଏଥିରେ ଯୋଗଦେବା ପାଇଁ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଯାଉଥିଲେ। ମନ୍ତ୍ରୀ ରାଜନଗର କଂଗ୍ରେସ ଅଫିସ୍‌ ସମ୍ମୁଖ ରାସ୍ତା ଦେଇ ଯାଉଥିବା ବେଳେ କର୍ମୀମାନେ ଗାଡ଼ି ଉପରକୁ ଟମାଟୋମାଡ଼ କରିଥିଲେ। ଟମାଟୋ ମନ୍ତ୍ରୀଙ୍କ ଗାଡ଼ିରେ ବାଜିଥିବା ଦେଖିବାକୁ ମିଳିଛି। ଏହାସହ ସେମାନେ 'ମନ୍ତ୍ରୀ ଗୋ ବ୍ୟାକ୍‌, ଗୋ ବ୍ୟାକ୍‌' ନାରା ଦେଇଥିଲେ।

ରାଜନଗର ଥାନା ପୁଲିସ ଏହି ଘଟଣାରେ ୧୫ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି।

ରାସନ୍‌ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ କର୍ମୀମାନେ ଆଜି ସକାଳେ ରାସ୍ତାରୋକ କରିଥିଲେ। ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ଫଳରେ କଂଗ୍ରେସ କର୍ମୀମାନେ ସେଠାରୁ ପଳାଇ ଯାଇଥିଲେ। ଯଦି ସେହି ସମୟରେ ପୁଲିସ ସତର୍କ ରହିଥାଆନ୍ତେ, ତାହାହେଲେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇନଥାଆନ୍ତା ବୋଲି ଆଲୋଚନା ହେଉଛି।

Advertisment

ତେବେ ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି-“ଓଷଧ ବିକଳରେ କଂଗ୍ରେସ ତାଟିଆ କାମୁଡ଼ୁଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe