୯ ସହରରେ ନିର୍ମାଣ ହେବ ରିଂ- ରୋଡ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୯ଟି ସହରରେ ରିଙ୍ଗରୋଡ୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ସହରରେ ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି। ଆସନ୍ତା ୧୫ ତାରିଖରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟର ୯ଟି ସହରର […]

Construction-of-ring-road-in-nine-town-of-odisha

Construction-of-ring-road-in-nine-town-of-odisha

Manoranjan Sial
  • Published: Thursday, 10 October 2019
  • Updated: 10 October 2019, 08:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୯ଟି ସହରରେ ରିଙ୍ଗରୋଡ୍ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ସହରରେ ବର୍ଦ୍ଧିତ ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି। ଆସନ୍ତା ୧୫ ତାରିଖରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୧ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟର ୯ଟି ସହରର ଚାରିପାଶ୍ୱର୍ରେ ରିଂ-ରୋଡ୍ ନିର୍ମାଣ କରି ଟ୍ରାଫିକ ଓ ଡ୍ରେନେଜ୍ ସମସ୍ୟାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ବର୍ଷାଦିନେ ଏହି ସହରର ତଳିଆ ଅଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ସମସ୍ୟା ରହୁଥିବାରୁ ରିଂ-ରୋଡ୍ ନିର୍ମାଣ ମାଧ୍ୟମରେ ଏହାକୁ ଦୂର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆସନ୍ତା ବଜେଟରେ ପ୍ରାରମ୍ଭିକ ବ୍ୟୟବରାଦ ମଧ୍ୟ କରାଯିବ। ଯେଉଁ ୯ଟି ସହରରେ ରିଂ-ରୋଡ୍ ନିର୍ମାଣ ହେବା ପାଇଁ ସ୍ଥିର ହୋଇଛି ସେଗୁଡ଼ିକ ହେଲା ରାଉରକେଲା, ସମ୍ବଲପୁର, ବାରିପଦା, ବାଲେଶ୍ୱର, ଭଦ୍ରକ, ପୁରୀ, ବ୍ରହ୍ମପୁର, କଟକ ଓ ଭୁବନେଶ୍ୱର। ଅବଶ୍ୟ କଟକ ସହରର ୩ଟି ଭାଗରେ ରିଂ-ରୋଡ୍ ନିର୍ମାଣ ହୋଇଥିବାବେଳେ ଅନ୍ୟ ଏକ ଭାଗକୁ ଖୁବଶୀଘ୍ର ଏହି ରିଂ-ରୋଡ୍ ସହ ଯୋଡ଼ିବା ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ପୂର୍ତ୍ତ ବିଭାଗ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos