Advertisment

ଏଣିକି ଦିନକୁ ତିନି ପ୍ରକାର ବିଜୁଳି ଦେୟ ଦେବେ ଉପଭୋକ୍ତା

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ।

Electric

Electric

Advertisment

ବିଦ୍ୟୁତ ଦେୟ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଦିନର ଅଲଗା ଅଲଗା ସମୟ ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ିବ ଭିନ୍ନ ଭିନ୍ନ ବିଦ୍ୟୁତ ଦେୟ। ଏଥିପାଇଁ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମକୁ ସଂଶୋଧନ କରି ନୂଆ ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ- ୨୦୨୩ ନେଇ ଗେଜେଟ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ।

Advertisment

ବିଜ୍ଞପ୍ତି ଅନୁସାରେ, ୨୦୨୪ ଏପ୍ରିଲ ପହିଲାରୁ ୧୦ କିଲୋୱାଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ଟାଇମ ଅଫ ଡେ’ ଟାରିଫ। ୨୦୨୫ ମସିହା ଏପ୍ରିଲ ପହିଲାରୁ କୃଷି ବ୍ୟତୀତ ଅନ୍ୟ ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ କ’ଣ ଏ ଟାଇମ୍‌ ଅଫ ଡେ’ ଟାରିଫ୍? ଏହା ଅଧୀନରେ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୁଡ଼ିକ ଗୋଟିଏ ଦିନକୁ ସୋଲାର ଆୱାର, ପିକ ଆୱାର ଓ ନର୍ମାଲ ଆୱାର ଭଳି ତିନିଟି ଭାଗରେ ବିଭକ୍ତ କରିବେ।

ଦିନ ସମୟରେ ସୂର୍ଯ୍ୟ କିରଣ ଅଧିକ ରହୁଥିବା ସମୟ ଆଧାରରେ ଧାର୍ଯ୍ୟ ହେବ ସୋଲାର ଆୱାର। ସେହିପରି ଅଧିକ ବିଜୁଳି ବ୍ୟବହାର ହେଉଥିବା ସମୟ ଆଧାରରେ ପିକ୍‌ ଆୱାର ନିର୍ଦ୍ଧାରଣ ହେବ। ତେବେ ପିକ୍‌ ଆୱାର ଅବଧି ସୋଲାର ଆୱାରଠାରୁ ଅଧିକ ହୋଇପାରିବ ନାହିଁ। ବାଣିଜ୍ୟିକ ଓ ଶିଳ୍ପାଞ୍ଚଳ ଗ୍ରାହକଙ୍କୁ ପିକ୍‌ ଆୱାରରେ ସାଧାରଣ ଦେୟ ତୁଳନାରେ ୨୦ ପ୍ରତିଶତ ଅଧିକ ଦେୟ ଦେବାକୁ ପଡ଼ିବ। ଘରୋଇ ଉପଭୋକ୍ତା ପିକ୍‌ ଆୱାର ବିଜୁଳି ବ୍ୟବହାର ପାଇଁ ୧୦ ପ୍ରତିଶତ ଅଧିକ ଦେୟ ଦେବେ। କିନ୍ତୁ ସୋଲାର ଆୱାରରେ ବ୍ୟବହାର କରୁଥିବା ବିଜୁଳି ପାଇଁ ସବୁ ପ୍ରକାର ଉପଭୋକ୍ତା ୨୦ ପ୍ରତିଶତ କମ୍‌ ଦେୟ ଦେବେ ବୋଲି ଶକ୍ତି ବିଶେଷଜ୍ଞ କହିଛନ୍ତି।

Advertisment

ଟାଇମ୍‌ ଅଫ୍‌ ଡେ’ ବିଦ୍ୟୁତ ଟାରିଫ ନେଇ ଦ୍ୱନ୍ଦ୍ୱରେ ବିଦ୍ୟୁତ ଉପଭୋକ୍ତା। ସେମାନଙ୍କ କହିବା କଥା, ସାଧାରଣତଃ ଭାବେ ଘରୋଇ ଉପଭୋକ୍ତା ରାତି ସମୟରେ ଅଧିକ ବିଜୁଳି ବ୍ୟବହାର କରିଥାନ୍ତି। ଏମିତି ହେଲେ, ପିକ ଆୱାର ଟାରିଫ୍‌ରେ ସାଧାରଣ ଉପଭୋକ୍ତାଙ୍କୁ ଅଧିକ ବିଜୁଳି ଦେୟ ପଡ଼ିବାର ଆଶଙ୍କା ରହିଛି। ଏପଟେ ରାଜ୍ୟରେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ। ସଂଘ କହିଛି, ଟାଇମ ଅଫ ଡେ’ ଟାରିଫ ଲାଗୁ ପାଇଁ ରାଜ୍ୟର ଆବଶ୍ୟକ ଭିତ୍ତିଭୂମି ନାହିଁ।

Tata Power Power Plant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe