Advertisment

ଯାଜପୁରରେ କଣ୍ଟେନମେଣ୍ଟ ଅବଧି ବଢ଼ିଲା

ଯାଜପୁର (ଗୁଲାମ୍ ଗସ୍‌): ଯାଜପୁର ଜିଲ୍ଲାରେ ଆସନ୍ତା ୨୪ ତାରିଖ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍ ଅବଧି ବଢ଼ାଇ ଦିଆଯାଇଛି। ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା, ବିରାଜପୁର, ମହାନ୍ତିପାଟଣା, ଅକରପଡ଼ା ଓ ଦେଓପଡ଼ା ଅଞ୍ଚଳରେ ୨୪ ତାରିଖ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ କଟକଣା ରହିବ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଜଣ କୋଭିଡ୍‌ ମେଡିକାଲରେ […]

author-image
Jyoshna Pradhan
କରୋନା ଲଢ଼େଇରେ ଜିତୁଛି ଓଡ଼ିଶା, ସୁସ୍ଥ ହେଲେ ଆହୁରି ୫ ଆକ୍ରାନ୍ତ

corona-Odisha

ଯାଜପୁର (ଗୁଲାମ୍ ଗସ୍‌): ଯାଜପୁର ଜିଲ୍ଲାରେ ଆସନ୍ତା ୨୪ ତାରିଖ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍ ଅବଧି ବଢ଼ାଇ ଦିଆଯାଇଛି। ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା, ବିରାଜପୁର, ମହାନ୍ତିପାଟଣା, ଅକରପଡ଼ା ଓ ଦେଓପଡ଼ା ଅଞ୍ଚଳରେ ୨୪ ତାରିଖ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ କଟକଣା ରହିବ। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ୫୩ ଜଣ କୋଭିଡ୍‌ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଯାଜପୁର ଜିଲ୍ଲା ଏବେ ରେଡ୍‌ ଜୋନ୍‌ରେ ରହିଛି। ଏହାଛଡ଼ା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇ ସାନିଟାଇଜ୍‌ କରାଯାଉଛି। ଅଙ୍ଗନବାଡ଼ କର୍ମୀ, ଆଶା ଓ ଏଏନ୍‌ଏମ୍‌ ଦିଦି ପ୍ରତିଦିନ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏଥିରୁ ୨୮୧ଟି ଆକ୍ଟିଭ୍ କେସ୍‌ ରହିଛି। ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment