soro
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଜିଲ୍ଲାରେ ୩ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।
ଜିଲ୍ଲାର ସୋର ବ୍ଲକର ତଳନଗରରୁ ୨ ଏବଂ ଖଇରା ବ୍ଲକ ଅନ୍ତରା ଗାଁରେ ଜଣେ ପଜିଟିଭ୍ ଗତକାଲି ଚିହ୍ନଟ ହୋଇଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରେ ତଳନଗର ପଞ୍ଚାୟତର ୫ଟି ଗାଁ ଏବଂ ସବିରା ପଞ୍ଚାୟତର ଗୋଟିଏ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଏହିସବୁ ଗାଁର ସାତଟି ସ୍ଥାନର ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି।
ସେହିପରି ଖଇରା ବ୍ଲକ ଅନ୍ତରା ପଞ୍ଚାୟତର ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହାସହ ୧୦ଟି ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି। ଏହିସବୁ ଅଞ୍ଚଳକୁ ମେ’ ୬ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/soro-7777.jpg)