/odisha-reporter/media/post_attachments/uploads/2020/04/bhadrak-3333.jpg)
bhadrak
ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକର ଚରମ୍ପା ଓ ଏରେଇରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଟ୍ୱିଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।
Advertisment
ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ ଏପ୍ରିଲ୍ ୬ତାରିଖରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ ଏହି ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ପରେ ଏହି ୩ଜଣ ପଜିଟିଭିଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଵା ପରେ ଏପ୍ରିଲ୍ ୧୫ ତାରିଖରେ ପୁରୁଣା ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ପ୍ରତ୍ୟାହୃତ ହୋଇଥିଲା।
ଆଜି ଚରମ୍ପା ଅଞ୍ଚଳ ଓ ଏରେଇଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ମୁକ୍ତ କରାଯାଇଛି। ହେଲେ ଏହି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠିବା ସତ୍ତ୍ୱେ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ ବୋଲି ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
