ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକର ଚରମ୍ପା ଓ ଏରେଇରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଟ୍ୱିଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ  ଏପ୍ରିଲ୍‌ ୬ତାରିଖରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଏହି  ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ପରେ ଏହି ୩ଜଣ ପଜିଟିଭିଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଵା ପରେ ଏପ୍ରିଲ୍ […]

bhadrak

Jyoshna Pradhan
  • Published: Sunday, 19 April 2020
  • , Updated: 13 May 2020, 10:29 AM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକର ଚରମ୍ପା ଓ ଏରେଇରୁ ହଟିଲା କଣ୍ଟେନମେଣ୍ଟ କଟକଣା। ଏନେଇ ଟ୍ୱିଟ୍ କରି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁରୁଣାବଜାର, ଚରମ୍ପା ଓ ଏରେଇଁ ପଞ୍ଚାୟତକୁ  ଏପ୍ରିଲ୍‌ ୬ତାରିଖରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ ଏହି  ସମସ୍ତ ଅଞ୍ଚଳକୁ ସିଲ୍ କରାଯାଇଥିଲା। ପରେ ଏହି ୩ଜଣ ପଜିଟିଭିଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଵା ପରେ ଏପ୍ରିଲ୍ ୧୫ ତାରିଖରେ ପୁରୁଣା ବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହୃତ ହୋଇଥିଲା।

ଆଜି ଚରମ୍ପା ଅଞ୍ଚଳ ଓ ଏରେଇଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ମୁକ୍ତ କରାଯାଇଛି। ହେଲେ ଏହି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠିବା  ସତ୍ତ୍ୱେ  ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ ବୋଲି  ଜଣାଯାଇଛି।

 

 

Related story