Advertisment

Contractor vs. Government: ଠିକାଦାରଙ୍କ ଜିଦ୍ ଆଗରେ ନଇଁବେନି ସରକାର, ମହାସଂଘ କହିଲା ଦରଦ ଥିଲେ ଦାବି ଶୁଣ

ଆନ୍ଦୋଳନ ବାହାନାରେ ଯଦି କେହି କାର୍ଯ୍ୟରତ ଅନ୍ୟ ଛୋଟ ବା ବଡ଼ ଠିକାଦାରଙ୍କୁ କାମ କରିବାରେ ବାଧା ସୃଷ୍ଟି କରନ୍ତି, ତେବେ ସରକାର ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ସର୍ତକ କରାଇ ଦେଇଛନ୍ତି ।

Contractors-odisha
Advertisment

ଠିକାଦାରମାନଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟତମାମ ବିକାଶମୂଳକ କାର୍ଯ୍ୟ ଠପ୍ ପଡ଼ିଥିବାବେଳେ ଆଜି ସରକାର ଓ ଠିକାଦାର ମହାସଂଘ ମୁହାଁମୁହିଁ ହୋଇଛନ୍ତି। ନେଗେଟିଭ୍ ଟେଣ୍ଡର ପ୍ରକ୍ରିୟାକୁ ବିରୋଦ କରି ‘ନିଖିଳ ଓଡ଼ିଶା ଠିକାଦାର ମହାସଂଘ'ର ସଦସ୍ୟମାନେ ପିଏମଜିଠାରେ ଆମରଣ ଅନଶନରେ ବସିଥିବାବେଳେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି କଡ଼ା ଚେତାବନୀ ଦେଇଛନ୍ତି। ସରକାର କୌଣସି ଜିଦ୍ ଆଗରେ ନଇଁବେ ନାହିଁ ଓ ସରକାରଙ୍କୁ ଠିକାଦାର ନୁହେଁ ବରଂ ଲୋକପ୍ରତିନିଧି ଚଳାଇବେ ବୋଲି ସ୍ପଷ୍ଟ କରିଛନ୍ତି। ଏପଟେ ଠିକାଦାର ମହାସଂଘର ସଭାପତି ଅନିଲ ମହାଳିକ ‘ଯଦି ଦରଦ ଅଛି ତା’ହେଲେ ଦାବି ଶୁଣ' ବୋଲି କହି ସରକାରଙ୍କୁ ଗଣମାଧ୍ୟମ ଜରିଆରେ କହିଛନ୍ତି।

Advertisment


ଆନ୍ଦୋଳନ ନାଁରେ ସରକାରୀ କାର୍ଯ୍ୟ ବନ୍ଦ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ


ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ ନେଗେଟିଭ୍ ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଭୁବନେଶ୍ୱର ଲୋୟର ପିଏମଜିରେ ଜାରି ରହିଥିବା ଆମରଣ ଅନଶନ ପ୍ରସଙ୍ଗରେ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆନ୍ଦୋଳନରତ ଠିକାଦାରମାନଙ୍କୁ କଡ଼ା ଭାଷାରେ ସତର୍କ କରାଇ ଦେଇ କହିଛନ୍ତି ଯେ, ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କ ଦ୍ୱାରା ପରିଚାଳିତ ହେବେ, କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଠିକାଦାରଙ୍କ ମର୍ଜିରେ ନୁହେଁ। ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି, କିନ୍ତୁ ବିଭାଗ ସହିତ ବିସ୍ତୃତ ଆଲୋଚନା ହେବାପରେ ମଧ୍ୟ ଅଯୌକ୍ତିକ ଜିଦ୍ ଧରି ବସିବା ଓ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆଦୌ ଗ୍ରହଣୀୟ ନୁହେଁ।

Advertisment

 ଆନ୍ଦୋଳନ ବାହାନାରେ ଯଦି କେହି କାର୍ଯ୍ୟରତ ଅନ୍ୟ ଛୋଟ ବା ବଡ଼ ଠିକାଦାରଙ୍କୁ କାମ କରିବାରେ ବାଧା ସୃଷ୍ଟି କରନ୍ତି, ତେବେ ସରକାର ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ ସର୍ତକ କରାଇ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଠିକାଦାର ମହାସଂଘ ଉପସ୍ଥାପନ କରୁଥିବା ଦାବିଗୁଡ଼ିକ ସମ୍ପୂର୍ଣ୍ଣ ଅଯୌକ୍ତିକ । ବିଶେଷ କରି ୧୪.୯୯ ପ୍ରତିଶତ ‘ଲେସ୍‌’ ବା ନେଗେଟିଭ୍ ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଠାଇଦେବା ପାଇଁ ଯେଉଁ ଦାବି ହେଉଛି, ତାହା ବାସ୍ତବବାଦୀ ନୁହେଁ । ଭାରତର କୌଣସି ବି ରାଜ୍ୟରେ ଏଭଳି ନେଗେଟିଭ୍ କ୍ୟାପିଂ ବ୍ୟବସ୍ଥା ନାହିଁ । କାହାର ପ୍ରରୋଚନାରେ ପଡ଼ି ଠିକାଦାରମାନେ ଏଭଳି ଦାବି କରୁଛନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ଓଡ଼ିଆ ଠିକାଦାରଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ସବୁବେଳେ ଚିନ୍ତା କରୁଛନ୍ତି । ଆଗାମୀ ଦିନରେ ଓଡ଼ିଶାର ଠିକାଦାରମାନେ କିଭଳି ରାଜ୍ୟ ତଥା ରାଜ୍ୟ ବାହାରେ ବଡ଼ ବଡ଼ ପ୍ରକଳ୍ପ ହାତକୁ ନେଇପାରିବେ, ସେଥିପାଇଁ ସରକାର ‘ଜଏଣ୍ଟ ଭେଞ୍ଚର' ବ୍ୟବସ୍ଥା ଲାଗୁ କରୁଛନ୍ତି । ଏହାସହ ପ୍ରତିବର୍ଷ ‘ସିଡ୍ୟୁଲ୍ ଅଫ୍ ରେଟ୍‌\' ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତିି ନେଇଛନ୍ତି, ଯାହା ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହେବ । ଏହି ବ୍ୟବସ୍ଥା ଫଳରେ ବଜାର ଦର ଅନୁଯାୟୀ ଠିକାଦାରମାନେ କାମ କରିବାକୁ ସୁଯୋଗ ପାଇବେ ।


ଦରଦ ଥିଲେ ଦାବି ଶୁଣ ବୋଲି କହିଲା ଠିକାଦାର ମହାସଂଘ

ଅନ୍ୟପକ୍ଷରେ ନିଖିଳ ଓଡ଼ିଶା(Odisha) ଠିକାଦାର ମହାସଂଘର ସଭାପତି ଅନିଲ ମହାଳିକଙ୍କ ନେତୃତ୍ୱରେ କମକର୍ତ୍ତାମାନେ ନେଗେଟିଭ୍ ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ନିଜ ଜିଦରେ ଅଟଳ ରହିଛନ୍ତି। ସଭାପତିଙ୍କ ଅଭିଯୋଗ କରିଛନ୍ତି ଯେ, ଗତ ୮ଦିନ ହେବ ଶାନ୍ତିପୂର୍ଣ୍ଣ ଆମରଣ ଅନଶନ ଚାଲିଥିଲେ ମଧ୍ୟ ସରକାର ସେମାନଙ୍କ କଥା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ସେକ୍ରେଟେରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ସମାଧାନ ବାହାରି ନାହିଁ । ଯେପର୍ଯ୍ୟନ୍ତ ସରକାର ୩୦ଟି ଜିଲ୍ଲାର ଠିକାଦାରଙ୍କ ଯୌକ୍ତିକ ଦାବିକୁ ଗ୍ରହଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ଓ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ହିଁ ସେମାନେ କାମକୁ ଫେରିବେ ବୋଲି ସଂଘ ସ୍ପଷ୍ଟ କରିଛି ।

ମହାସଂଘ ଯୁକ୍ତି ବାଢ଼ିଛି ଯେ, ବର୍ତ୍ତମାନର ଟେଣ୍ଡର ପ୍ରକ୍ରିୟାରେ ୩୦% ରୁ ୬୦% ପର୍ଯ୍ୟନ୍ତ ‘ଲେସ୍‌\' ବା ନେଗେଟିଭ୍ ପ୍ରାଇସରେ ଟେଣ୍ଡର ପଡୁଛି । ୧୦୦ ଟଙ୍କାର କାମକୁ ଯଦି କେହି ୪୦ ଟଙ୍କାରେ କରେ, ତେବେ କାର୍ଯ୍ୟର ମାନ କିଭଳି ରହିବ ତାହା ଏକ ବଡ଼ ପ୍ରଶ୍ନ । ବଜାର ଦର ଅନୁଯାୟୀ ସୂଚୀ ଦର ବା ସିଡ୍ୟୁଲ୍ ଅଫ୍ ରେଟ୍ ଆଗରୁ ୨୦-୩୦% କମ୍ ରହିଥିବାବେଳେ ଏହା ଉପରେ ଏଭଳି ନେଗେଟିଭ୍ ଟେଣ୍ଡର ଓଡ଼ିଆ ଠିକାଦାରଙ୍କୁ କ୍ଷତି ପହଂଚାଉଛି । ମନ୍ତ୍ରୀଙ୍କ ଜଏଣ୍ଟ ଭେଞ୍ଚର ଓ ସିକ୍ୟୁରିଟି ବଣ୍ଡ୍ ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ କିନ୍ତୁ ନେଗେଟିଭ୍ ଟେଣ୍ଡରର ସମାଧାନ ଜରୁରୀ ବୋଲି ମହାସଂଘ କହିଛି ।

Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe