ଶ୍ରୀମନ୍ଦିର ପରିକ୍ରମା: ଓଡ଼ିଶା କରୁଛି ବେଆଇନ ନିର୍ମାଣ, ସନ୍ଦେହରେ ଏଏସଆଇ ଓ ଏନଏମଏ ଭୂମିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ‘ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର’ ଚାରିପଟେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଆଳରେ ଆନ୍ସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍‌ସ ଆଣ୍ଡ ରିମେନ୍ସ ଆକ୍ଟ ବା ଆମ୍‌ସାର ଆଇନ-୧୯୫୮ ଓ ଆମ୍‌ସାର ସଂଶୋଧନ ଆଇନ- ୨୦୧୦କୁ ଖୋଲା ଉଲ୍ଲଘଂନ କରି […]

Puri Temple

Puri Temple

Ordigital Desk
  • Published: Tuesday, 05 April 2022
  • Updated: 05 April 2022, 06:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଜାତୀୟ ସଂରକ୍ଷିତ କୀର୍ତ୍ତିରାଜି ‘ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର’ ଚାରିପଟେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ରହିଥିବା ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ମନ୍ଦିର ଚାରିପଟେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଆଳରେ ଆନ୍ସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍‌ସ ଆଣ୍ଡ ରିମେନ୍ସ ଆକ୍ଟ ବା ଆମ୍‌ସାର ଆଇନ-୧୯୫୮ ଓ ଆମ୍‌ସାର ସଂଶୋଧନ ଆଇନ- ୨୦୧୦କୁ ଖୋଲା ଉଲ୍ଲଘଂନ କରି ଶ୍ରୀମନ୍ଦିରର ନିଷୋଧାଦେଶ (୧୦୦ ମିଟର) ଅଂଚଳ ଭିତରେ ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି (ଏନଏମଏ) ନିରବଦ୍ରଷ୍ଟା ସାଜିଥିବାରୁ ଏହି ଦୁଇ ଜାତୀୟ ସଂସ୍ଥାର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ଜାତୀୟ ଗୁରୁତ୍ୱ ବହନ କରୁଥିବା ସମ୍ପତ୍ତି ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଆଳରେ ରାଜ୍ୟ ସରକାରଙ୍କ ନିର୍ମାଣ କାର୍ଯ୍ୟ ଖୋଲାଖୋଲି ଭାବେ ଶ୍ରୀମନ୍ଦିରର ପବିତ୍ରତା ଓ ଅସ୍ତିତ୍ୱ ପ୍ରତି ବିପଦର ଆଶଙ୍କା ଦେଖାଦେଇଛି।

୧. ଖୋଳତାଡ଼ରୁ ଜଣାପଡ଼ିଛି ଯେ, ରାଜ୍ୟର ବିଜେଡି ସରକାର ଓଡ଼ିଆଙ୍କ ଭାବର ଠାକୁର ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ା ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଏବେ ବୃହତ୍ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଆମ୍‌ସାର ଆକ୍ଟ-୧୯୫୭ର ଧାରା-୨୦(କ) ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧି (ନିଷେଧାଞ୍ଚଳ) ମଧ୍ୟରେ କୌଣସି ନିର୍ମାଣ, ପୁନଃନିର୍ମାଣ, ମରାମତି ଆଦି କାର୍ଯ୍ୟ କେବଳ ଏଏସଆଇ ହିଁ କରିପାରିବ। ସଂରକ୍ଷିତ କୀର୍ତ୍ତିରାଜିର ୧୦୦ରୁ ୨୦୦ ମିଟର ନିୟନ୍ତ୍ରିତ ଅଂଚଳରେ ନିର୍ମାଣ କାର୍ଯ୍ୟ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଅନୁମତି ଦେଇପାରିବେ।

[caption id="attachment_725277" align="aligncenter" width="730"]letter1 ୩.୨.୨୦୨୦ରେ ଲୋକସଭାରେ ଐତିହସ୍ଥଳୀ ନିକଟରେ ବେଆଇନ ନିର୍ମାଣକୁ ନେଇ କିଛି ପ୍ରଶ୍ନର ଉତ୍ତରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଦେଇଥିବା ଉତ୍ତର[/caption]

୨. ରାଜ୍ୟ ସରକାର ‘ଶ୍ରୀମନ୍ଦିର ପରିକ୍ରମା’ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାକୁ ୨୦୨୧ ଫେବୃୟାରୀ ମାସରେ ବିଧାନସଭାରେ ଏକ ସର୍ବସମ୍ମତ ସଂକଳ୍ପ ପାରିତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ନଭେମ୍ବର ମାସରେ ଏହି ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ନିମନ୍ତେ ଭୂମିପୂଜା କରିଥିଲେ। ତା’ପରଠୁ ଶ୍ରୀମନ୍ଦିରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

୩. କିନ୍ତୁ ଏହାର ପ୍ରାୟ ବର୍ଷକ ପରେ ଶ୍ରୀମନ୍ଦିରର ୧୦୦ ମିଟର ନିଷେଧାଞ୍ଚଳ ମଧ୍ୟରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୨୦୨୨ ଫେବୃୟାରୀ ୫ ତାରିଖରେ ପୁରୀସ୍ଥିତ ଏଏସଆଇ କାର୍ଯ୍ୟାଳୟ ପକ୍ଷରୁ ସେଠାରେ ନିର୍ମାଣ କାର୍ଯ୍ୟ କରୁଥିବା ଓଡ଼ିଶା ସରକାରଙ୍କ ଓବିସିସି ସଂସ୍ଥାକୁ ନୋଟିସ୍ ପଠାଇ ତୁରନ୍ତ କାମ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଏହି ନୋଟିସ୍ ରାଜ୍ୟ ସରକାରଙ୍କୁ ସାମାନ୍ୟତମ ପ୍ରଭାବିତ କରିନଥିଲା ଓ କାର୍ଯ୍ୟ ଜାରି ରହିଥିଲା।

[caption id="attachment_725263" align="aligncenter" width="648"]ASI letter ଶ୍ରୀମନ୍ଦିରର ୧୦୦ମିଟର ନିଷେଧାଂଚଳ ମଧ୍ୟରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୨୦୨୨ ଫେବୃୟାରୀ ୫ତାରିଖରେ ପୁରୀସ୍ଥିତ ଏଏସଆଇ କାର୍ଯ୍ୟାଳୟ ପକ୍ଷରୁ ସେଠାରେ ନିର୍ମାଣ କାର୍ଯ୍ୟ କରୁଥିବା ଓଡ଼ିଶା ସରକାରଙ୍କ ଓବିସିସି ସଂସ୍ଥାକୁ ନୋଟିସ୍ ପଠାଇ ତୁରନ୍ତ କାମ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ[/caption]

୪. ଏହି ନୋଟିସର ୧୬ ଦିନ ପରେ ଏଏସଆଇ ଡିଜି ଭି. ବିଦ୍ୟାବତୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇନଥିଲେ। ଓଲଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦିଲ୍ଲୀ ଫେରି ଯାଇଥିଲେ। ଆଉ ସେ ତାଙ୍କର ପୁରୀ ଗସ୍ତର ଯେଉଁ ‘ଭିଜିଟ୍ ନୋଟ୍‌’ ଦେଇଥିଲେ ସେଥିରେ ଶ୍ରୀମନ୍ଦିରର ୧୦୦ ମିଟର ନିଷେଧାଞ୍ଚଳ ଭିତରେ ପ୍ରସ୍ତାବିତ ରିସେପସନ୍ ସେଣ୍ଟର ନିର୍ମାଣକୁ ସେ ବିରୋଧ କରିଛନ୍ତି। ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ବାହାରେ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ଯେଉଁ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଥିଲା ତାକୁ କାହିଁକି ବିରୋଧ କରିନଥିଲେ ଓ ଏଏସଆଇ ସ୍ଥାନୀୟ ଅଫିସ୍ ଦେଇଥିବା ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର କିଭଳି ମାନୁନଥିଲେ ସେ ନେଇ ଚୁପ୍ ରହିବା ପରୋକ୍ଷରେ ଏଏସଆଇର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି।

[caption id="attachment_725267" align="aligncenter" width="650"]DGASI ଏଏସଆଇ ଡିଜି ଭି.ବିଦ୍ୟାବତୀଙ୍କ ପୁରୀ ଗସ୍ତର ଭିଜିଟ୍ ନୋଟ୍[/caption]

୫. ସେହିପରି ୨୦୨୧ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ(ଏନଏମଏ) ଯେଉଁ ଅନାପତ୍ତି ପ୍ରମାଣପତ୍ର ଦେଇଛନ୍ତି ସେଥିରେ ମନ୍ଦିରର ୧୦୦ ମିଟର ନିଷେଧାଞ୍ଚଳ ଭିତରେ ଯାତ୍ରୀଙ୍କ ପାଇଁ କ୍ଲୋକ୍ ରୁମ (ପାଇଖାନା ସହ ଯାତ୍ରୀଙ୍କ ବ୍ୟାଗ୍‌ ଆଦି ରଖିବା ସ୍ଥାନ), ମିନି କ୍ଲୋକ୍‌ ରୁମ, ସେଲଟର ପାଭିଲିଅନ୍‌, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ସମେତ ଶୌଚାଳୟକୁ ଯିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବା ନିମନ୍ତେ ସ୍ଥାନ ଆଦି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି। ଏହି ଅନାପତ୍ତି ପ୍ରମାଣ ପାଇଁ ରାଜ୍ୟର ସଂସ୍କୃତି ନିର୍ଦ୍ଦେଶାଳୟ ୨୦୨୧ ଜୁଲାଇ ୧୫ ତାରିଖ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୨୦୨୧ ଜୁଲାଇ ୩୦ ତାରିଖରେ ଆବେଦନ କରିଥିବା ଏନଏମଏ ନିର୍ଦ୍ଦେଶକ ଏନଟି ପାଇଟେଙ୍କ ଚିଠିରୁ ଜଣାପଡ଼ୁଛି। ଏପରିକି ୨୦୨୧ ଅଗଷ୍ଟ ୧୭ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମଧ୍ୟ ହୋଇଥିବା ଚିଠିରେ ଉଲ୍ଲେଖ ଅଛି। ତେବେ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିରର ୧୦୦ ମିଟର ନିଷୋଧାଞ୍ଚଳ ଭିତରେ ଏସବୁ ନିର୍ମାଣ କରିବାକୁ ଏନଏମଏ କର୍ତ୍ତୃପକ୍ଷ ଯେଉଁ ଅନୁମତି ଦେଇଥିଲେ ସେଥିପାଇଁ କ’ଣ ଏକ୍ସପର୍ଟ ଆଡଭାଇଜରି କମିଟି ସୁପାରିଶ କରିଥିଲେ କି?

[caption id="attachment_725279" align="aligncenter" width="651"]LETTER ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ(ଏନଏମଏ) ଯେଉଁ ଅନାପତ୍ତି ପ୍ରମାଣପତ୍ର[/caption]

୬. ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ୨୦୨୨ ମାର୍ଚ୍ଚ ୨୯ ତାରିଖରେ ଲିଖିତ ପ୍ରଶ୍ନର ଦେଇ କହିଥିଲେ ଯେ, ଆମସାର ଆକ୍ଟ-୧୯୫୮ର ଧାରା ୨୦-କ ଅନୁସାରେ ସଂରକ୍ଷିତ ଐତିହ୍ୟ(ମନ୍ଦିର)ର ୧୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ ଅବା ଖନନ ଆଦି ପାଇଁ ଏହି ଆକ୍ଟର ଧାରା ୧୯ ଅନୁସାରେ କେନ୍ଦ୍ର ସରକାରଙ୍କଠୁ ଅନୁମତି ଆବଶ୍ୟକ। ତେବେ ସଂରକ୍ଷିତ କୀର୍ତ୍ତିରାଜି ବା ମନ୍ଦିରର ନିଷୋଧାଞ୍ଚଳରେ କୌଣସି ନିର୍ମାଣ ପୂର୍ବରୁ ଆବଶ୍ୟକ ପଡ଼ିଲେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜ୍ୟ ସରକାର ଏହି ଅନୁମତି ହାସଲ କରିବେ। ଅର୍ଥାତ୍ ମନ୍ତ୍ରୀ ଶ୍ରୀ ଜେନା ପରୋକ୍ଷରେ ସ୍ୱୀକାର କରିଥିଲେ ଯେ, ରାଜ୍ୟ ସରକାର ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିମନ୍ତେ ଅନୁମତି ପାଇଁ କୌଣସି ଆବେଦନ କରିନାହାନ୍ତି।

ଯଦି ମନ୍ତ୍ରୀ ଶ୍ରୀ ଜେନାଙ୍କ କଥା ସତ ତା’ହେଲେ ଏନଏମଏକୁ ହୋଇଥିବା ଆବେଦନ ଓ ଏନ୍‌ଏମଏ ଯେଉଁ ଅନାପତ୍ତି ପ୍ରମାଣପତ୍ର ଦେଇଛନ୍ତି ବୋଲି ତାହା କ’ଣ ଜାଲ୍‌ ନା ମିଛ? ୨୦୨୨ ଫେବୃୟାରୀ ୨୧ରେ ଗସ୍ତ ସମୟରେ ପୁରୀ ଗସ୍ତରେ ଯାଇଥିବାବେଳେ ଉକ୍ତ ନିଷେଧାଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ନେଇ ଏଏସଆଇ ଡିଜି ବିଦ୍ୟାବତୀ କାହିଁକି ଚୁପ୍ ରହିଲେ? ଏହି ଦୁଇ ଜାତୀୟ ସଂସ୍ଥା ସହ ସଲାସୁତୁରାରେ ରାଜ୍ୟ ସରକାର ଶ୍ରୀମନ୍ଦିରର ନିଷେଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିବା ପରୋକ୍ଷରେ ଜଗନ୍ନାଥପ୍ରେମୀ ଓ ବୁଦ୍ଧିଜୀବୀ ମହଲରେ ଉଦବେଗର କାରଣ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story