Advertisment

ଶ୍ରୀମନ୍ଦିର ଐତିହ୍ୟ କରିଡର ଆରମ୍ଭରୁ ବିବାଦ, ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସ୍ଥପତିଙ୍କୁ ଅବହେଳା!

ପୁରୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ଆରମ୍ଭରୁ ବିବାଦ ଦେଖାଦେଇଛି। ଅଧିକ ବଜେଟ୍ ହୋଇଯିବ ବୋଲି ପ୍ରକଳ୍ପ କାମ ହାତକୁ ନେଇଥିବା ଟାଟା କମ୍ପାନି ଏତେବଡ଼ କାମରୁ ରାଜ୍ୟର ବିଶିଷ୍ଟ ସ୍ଥପତିଙ୍କ ବାଦ୍ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସ୍ଥପତିଙ୍କୁ ବି ଉପେକ୍ଷା କରାଯାଇଛି। ଶିଳ୍ପୀ ମହାସଂଘ ବି ଏହାକୁ ନିନ୍ଦା କରି ସରକାର ତୁରନ୍ତ ଏହାର ପୁନର୍ବିଚାର କରନ୍ତୁ ବୋଲି ଦାବି ରଖିଛି। ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର […]

ଶ୍ରୀମନ୍ଦିର ଐତିହ୍ୟ କରିଡର ଆରମ୍ଭରୁ ବିବାଦ, ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସ୍ଥପତିଙ୍କୁ ଅବହେଳା!

puri

Advertisment

ପୁରୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ଆରମ୍ଭରୁ ବିବାଦ ଦେଖାଦେଇଛି। ଅଧିକ ବଜେଟ୍ ହୋଇଯିବ ବୋଲି ପ୍ରକଳ୍ପ କାମ ହାତକୁ ନେଇଥିବା ଟାଟା କମ୍ପାନି ଏତେବଡ଼ କାମରୁ ରାଜ୍ୟର ବିଶିଷ୍ଟ ସ୍ଥପତିଙ୍କ ବାଦ୍ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ପଦ୍ମବିଭୂଷଣ ଓ ପଦ୍ମଶ୍ରୀ ସ୍ଥପତିଙ୍କୁ ବି ଉପେକ୍ଷା କରାଯାଇଛି। ଶିଳ୍ପୀ ମହାସଂଘ ବି ଏହାକୁ ନିନ୍ଦା କରି ସରକାର ତୁରନ୍ତ ଏହାର ପୁନର୍ବିଚାର କରନ୍ତୁ ବୋଲି ଦାବି ରଖିଛି।

Advertisment

ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟର ଦୁଇ ପ୍ରତିଷ୍ଠିତ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ପ୍ରଭାକର। ଏମାନେ ଅଭିଯୋଗ କରିଛନ୍ତି ଯେ ଐତିହ୍ୟ କରିଡର ଲାଗି ରାଜ୍ୟ ସରକାର ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସନ୍ କର୍ପୋରେସନ (ଓବିସିସି)କୁ ଦାୟିତ୍ୱ ଦେଲେ। ଏହାପରେ ଓବିସିସି ରାଜ୍ୟର ପ୍ରତିଷ୍ଠିତ ସ୍ଥପତି ମାନଙ୍କୁ ଡାକି ଆଲୋଚନା କରିଥିଲା କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପୂରା ପ୍ରକଳ୍ପ କାମ ସାରିବାକୁ ଟାଟା ପ୍ରୋଜେକ୍ଟ ସହ ଏମ୍ଓୟୁ କଲେ।

ଟାଟା ପ୍ରୋଜେକ୍ଟ ମଧ୍ୟ ପ୍ରତିଷ୍ଠିତ ସ୍ଥପତିଙ୍କ ସହ ଆଲୋଚନା କଲା। ଏପରିକି ରାଜ୍ୟ ବାହାରକୁ ଯାଇ ପ୍ରକଳ୍ପ ସମ୍ପର୍କରେ ସ୍ଥପତି ମାନେ ନମୁନା ପ୍ରସ୍ତୁତ କରି ପ୍ରେଜେଣ୍ଟେସନ୍ ବି ଦେଲେ। ମାତ୍ର ଆଶ୍ୱାସନା ଦେଇ ବାରମ୍ବାର ଆଲୋଚନା କରି ଶେଷ ମୁହୂର୍ତ୍ତରେ ଏବେ ଟାଟା ପ୍ରତିଷ୍ଠିତ ସ୍ଥପତି ମାନଙ୍କୁ ପ୍ରୋଜେକ୍ଟରୁ ବାଦ ଦେଇଥିବା ଅଭିଯୋଗ ଆଣିଛନ୍ତି ସୁଦର୍ଶନ ଓ ପ୍ରଭାକର।

Advertisment

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଐତିହ୍ୟ କରିଡର ଲାଗି ୩୩୧ କୋଟି ୨୮ ଲକ୍ଷ ଟଙ୍କାର ବଜେଟ ସ୍ଥିର କରାଯାଇଛି। ଉତ୍କଳୀୟ ଢାଞ୍ଚାରେ ୧୮ଟି ମଠର ବିକାଶ କରାଯିବ। ତେବେ ମନ୍ଦିରକୁ ଲାଗି ଥିବା ଛାଉଣି ମଠ ଓ ବଡଛତା ମଠ ପ୍ରୋଜେକ୍ଚ ଲାଗି ଅତ୍ୟନ୍ତ ନିଖୁଣ କଳକାରିଗରୀର ଆବଶ୍ୟକ ଥିବାରୁ ପ୍ରତିଷ୍ଠିତ ସ୍ଥପତି ମାନଙ୍କ ଆଗ୍ରହ ଅଧିକ ରହିଥିଲା। କିନ୍ତୁ ସେମାନଙ୍କ ପ୍ରତି ଅବହେଳାକୁ ନେଇ ଶିଳ୍ପୀ ମହାସଂଘ ବି ସରକାରଙ୍କୁ ଟାର୍ଗେଟ କରିଛି।

ଅନ୍ୟପକ୍ଷରେ ଟାଟା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଓବିସିସି କହିଛି ଯେ ଐତିହ୍ୟ କରିଡର ଲାଗି ରାଜ୍ୟର ପ୍ରତିଷ୍ଠିତ ତଥା ଅଭିଜ୍ଞ ସ୍ଥପତି ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଓବିସିସିଠୁ ସ୍ୱୀକୃତି ନେଇ ଟାଟା ପ୍ରୋଜେକ୍ଟ ସେମାନଙ୍କୁ କାମ ଦେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe