Advertisment

ବିଧାୟକ ପ୍ରଥମେ ଆଙ୍ଗୁଠି ଉଠାଇଥିଲେ: ନୀଳଗିରି ତହସିଲଦାର

ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ମାମଲା ଆହୁରି ଘନୀଭୂତ ହେବାରେ ଲାଗିଛି। ଏନେଇ ତହସିଲଦାର୍‌ ବିଧାୟକ ବିରୋଧରେ ଆରୋପ ଲଗାଇବା ସହ ଆଇନ୍‌ର ଆଶ୍ରୟ ନେବେ ବୋଲି ସେ କହିଛନ୍ତି। ଅନ୍ୟପଟେ ଏବେ ବି ଧାରଣାରେ ବସିଛନ୍ତି ବିଧାୟକ। ନୀଳଗିରି ତହସିଲଦାର ସୁଶ୍ରିତା ଟୁଡୁ କହିଛନ୍ତି ଯେ, ବିଧାୟକ ପ୍ରଥମେ ମୋ ସହିତ ଦୁର୍ବ୍ୟବହାର କରିଥିଲେ। ଆଙ୍ଗୁଠି ଦେଖାଇ ମୋ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା […]

author-image
Puspanjali Panda
ଅଦ୍ୟତନ ହୋଇଛି
ବିଧାୟକ ପ୍ରଥମେ ଆଙ୍ଗୁଠି ଉଠାଇଥିଲେ: ନୀଳଗିରି ତହସିଲଦାର

n1

ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବଢ଼ିବାରେ ଲାଗିଛି। ମାମଲା ଆହୁରି ଘନୀଭୂତ ହେବାରେ ଲାଗିଛି। ଏନେଇ ତହସିଲଦାର୍‌ ବିଧାୟକ ବିରୋଧରେ ଆରୋପ ଲଗାଇବା ସହ ଆଇନ୍‌ର ଆଶ୍ରୟ ନେବେ ବୋଲି ସେ କହିଛନ୍ତି। ଅନ୍ୟପଟେ ଏବେ ବି ଧାରଣାରେ ବସିଛନ୍ତି ବିଧାୟକ। ନୀଳଗିରି ତହସିଲଦାର ସୁଶ୍ରିତା ଟୁଡୁ କହିଛନ୍ତି ଯେ, ବିଧାୟକ ପ୍ରଥମେ ମୋ ସହିତ ଦୁର୍ବ୍ୟବହାର କରିଥିଲେ। ଆଙ୍ଗୁଠି ଦେଖାଇ ମୋ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏପରି ବ୍ୟବହାର ଯୋଗୁ ଜଣେ ମହିଳା ହିସାବରେ ମୁଁ ବିଧାୟକ ଓ ତାଙ୍କ ସାଥୀଙ୍କ ଦ୍ୱାରା ଅପମାନିତ ହୋଇଛି।

Advertisment

ତହସିଲ୍‌ଦାର ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ମୁଁ ନୁହେଁ ବିଧାୟକ ଆଙ୍ଗୁଠି ଦେଖାଇବା ଆରମ୍ଭ କରିଥିଲେ। ମୋତେ ଧମକାଇ ଥିଲେ। ସେ ଆଙ୍ଗୁଠି ଦେଖାଇବାରୁ ମୁଁ ଆଙ୍ଗୁଠି ଦେଖାଇଥିଲି। ଏହା ସତ। ମୋ ଆତ୍ମସମ୍ମାନକୁ ତଳିତଳାନ୍ତ କରାଯାଇଛି। ମୁଁ ଆଇନ୍‌ର ଆଶ୍ରୟ ନେବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଆଜି ସକାଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରିତା ଟୁଡୁ କୋର୍ଟ ପରିସରରେ ଥିବା ମୋହରିରଙ୍କ ଚାଳିଆ ଉଚ୍ଛେଦକୁ ନେଇ ମୁହାଁମୁହିଁ ହୋଇଥିଲେ। ଆଲୋଚନା ପରେ ଉଚ୍ଛେଦ ପ୍ରକ୍ରିୟା ହେବ ତା’ ପୂର୍ବରୁ ବିନା ଥଇଥାନରେ କିପରି ଏହା କରାଯାଉଛି ତା’କୁ ନେଇ ବିଧାୟକ ପ୍ରଶ୍ନ ଉଠାଇଥିଲେ। ଆଉ ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

Advertisment

ଏହାପରେ ବିଧାୟକ ସମସ୍ୟାର ସମାଧାନ ଦାବିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ଏହି ଘଟଣାର ସମାଧାନ ନ ହେଲା ଯାଏ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ବିଧାୟକ କହିଥିଲେ। ସେପଟେ ବିଧାୟକ ସମର୍ଥକମାନେ ତହସିଲଦାରଙ୍କୁ ତାଲାପକାଇ ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।