Advertisment

‘କରୋନା’ ସନ୍ଦେହ ଘାରିଲା; ବିଦେଶରୁ ଫେରି ଡାକ୍ତରଖାନା ଗଲେ ଯୁବକ

ଝାରସୁଗୁଡ଼ା( ଭାଗିରଥୀ ସାହୁ): ମାଲେସିଆ ବୁଲିବାକୁ ଯାଇଥିବା ଝାରସୁଗୁଡ଼ା ବଗଡ଼ିହା ଅଞ୍ଚଳର ଜଣେ ଯୁବକ ଫେରିବା ପରେ ଆଜି ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାକୁ ଆସିଛନ୍ତି। ‘କରୋନା’ ଭୂତାଣୁ ସଂକ୍ରମଣ ସନ୍ଦେହରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜ ବିଦେଶ ଗସ୍ତ ସମ୍ପର୍କରେ ଅବଗତ କରାଇଛନ୍ତି। ତେବେ ତାଙ୍କ ନିକଟରେ ’କରୋନା’ ଭୂତାଣୁ ସଂକ୍ରମଣ କରିଥିବା ନେଇ କୌଣସି ଲକ୍ଷଣ ନଥିବା ଝାରସୁଗୁଡ଼ା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। […]

author-image
Jyoshna Pradhan
‘କରୋନା’ ସନ୍ଦେହ ଘାରିଲା; ବିଦେଶରୁ ଫେରି ଡାକ୍ତରଖାନା ଗଲେ ଯୁବକ

jharsuguda

ଝାରସୁଗୁଡ଼ା( ଭାଗିରଥୀ ସାହୁ): ମାଲେସିଆ ବୁଲିବାକୁ ଯାଇଥିବା ଝାରସୁଗୁଡ଼ା ବଗଡ଼ିହା ଅଞ୍ଚଳର ଜଣେ ଯୁବକ ଫେରିବା ପରେ ଆଜି ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାକୁ ଆସିଛନ୍ତି। ‘କରୋନା’ ଭୂତାଣୁ ସଂକ୍ରମଣ ସନ୍ଦେହରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜ ବିଦେଶ ଗସ୍ତ ସମ୍ପର୍କରେ ଅବଗତ କରାଇଛନ୍ତି।

Advertisment

ତେବେ ତାଙ୍କ ନିକଟରେ ’କରୋନା’ ଭୂତାଣୁ ସଂକ୍ରମଣ କରିଥିବା ନେଇ କୌଣସି ଲକ୍ଷଣ ନଥିବା ଝାରସୁଗୁଡ଼ା ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ କହିଛନ୍ତି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଏଥିସହ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।